Advertisment

ଟି-୨୦ କ୍ୟାପ୍ଟେନ ପଦ ଛାଡ଼ିବା ପୂର୍ବରୁ କୋହଲିଙ୍କୁ କ’ଣ କହିଥିଲେ ଗାଙ୍ଗୁଲି

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ଦିନିକିଆ ଓ ଟି-୨୦ ନେତୃତ୍ୱରେ ପରିବର୍ତ୍ତନକୁ ନେଇ ବିବାଦ ଦେଖାଯାଇଛି। ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯିବାରୁ ଅନେକ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି। ବିଶେଷ କରି କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଯିବା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ଏସବୁ ଭିତରେ ମୁହଁ ଖୋଲିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଏଥିସହ ଟି-୨୦ କ୍ୟାପ୍ଟେନଶିପ୍‌ ପଦ ଛାଡ଼ିବା ପୂର୍ବରୁ ବିରାଟଙ୍କ […]

ଅଦ୍ୟତନ ହୋଇଛି
ଟି-୨୦ କ୍ୟାପ୍ଟେନ ପଦ ଛାଡ଼ିବା ପୂର୍ବରୁ କୋହଲିଙ୍କୁ କ’ଣ କହିଥିଲେ ଗାଙ୍ଗୁଲି

Virat

Advertisment

ମୁମ୍ବାଇ: ଭାରତୀୟ କ୍ରିକେଟ୍ ଟିମର ଦିନିକିଆ ଓ ଟି-୨୦ ନେତୃତ୍ୱରେ ପରିବର୍ତ୍ତନକୁ ନେଇ ବିବାଦ ଦେଖାଯାଇଛି। ବିରାଟ୍ କୋହଲିଙ୍କ ସ୍ଥାନରେ ରୋହିତ୍ ଶର୍ମାଙ୍କୁ ସୀମିତ ଓଭର କ୍ରିକେଟ୍ ଟିମର କ୍ୟାପଟେନ୍ ଭାବେ ନିଯୁକ୍ତ କରାଯିବାରୁ ଅନେକ ଏହା ଉପରେ ପ୍ରଶ୍ନ ଉଠାଉଛନ୍ତି।

Advertisment

ବିଶେଷ କରି କୋହଲିଙ୍କୁ ଦିନିକିଆ କ୍ୟାପଟେନ୍ ପଦରୁ ହଟାଯିବା ସମସ୍ତଙ୍କୁ ଆନ୍ଦୋଳିତ କରିଛି। ଏସବୁ ଭିତରେ ମୁହଁ ଖୋଲିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ଏଥିସହ ଟି-୨୦ କ୍ୟାପ୍ଟେନଶିପ୍‌ ପଦ ଛାଡ଼ିବା ପୂର୍ବରୁ ବିରାଟଙ୍କ ସେ କ’ଣ ସବୁ କଥା ହୋଇଥିଲେ, ସେକଥା ମଧ୍ୟ କହିଛନ୍ତି।

ସେ କହିଛନ୍ତି, “ମୁଁ ପୂର୍ବରୁ ମଧ୍ୟ କହିଥିଲି ଓ ଏବେ ବି କହୁଛି। ବିରାଟ କୋହଲି କ୍ୟାପ୍ଟେନଶିପ ଛାଡ଼ିବା ପୂର୍ବରୁ ମୁଁ ତାଙ୍କ ସହ ବ୍ୟକ୍ତିଗତ ଭାବେ କଥା ହୋଇଥିଲି। ଏହି ସମୟରେ ମୁଁ ତାଙ୍କୁ ଟି-୨୦ ଅଧିନାୟକ ପଦ ନ ଛାଡ଼ିବାକୁ ଅନୁରୋଧ କରିଥିଲି। ହେଲେ ସେ ୱାର୍କଲୋଡ୍ କଥା କହିଥିଲେ। ଏହା ମଧ୍ୟ ନିଶ୍ଚିତ। ସେ ଜଣେ ମହାନ କ୍ରିକେଟର। କ୍ରିକେଟ ପ୍ରତି ତାଙ୍କର ଭଲ ପାଇବା ବହୁତ ଅଧିକ। ସେ ଦୀର୍ଘ ସମୟ ହେଲା ଅଧିନାୟକ ଭାବେ କାର୍ଯ୍ୟ କରୁଥିଲେ ଓ ଏପରି ଘଟଣା ଘଟିବା ମଧ୍ୟ ସ୍ୱାଭାବିକ।

Advertisment

କାରଣ ମୁଁ ଦୀର୍ଘ ସମୟ ଧରି ଦଳର ନେତୃତ୍ୱ ନେଇଥିଲି ଓ ମୁଁ ଏ ବିଷୟରେ ଜାଣିଛି। ସମସ୍ତେ ଧଳା ବଲ କ୍ରିକେଟରେ ଜଣେ କ୍ୟାପ୍ଟେନ ଚାହାନ୍ତି। ତେଣୁ ବିରାଟ ଟି-୨୦ ଅଧିନାୟକ ପଦ ଛାଡ଼ିବାରୁ ରୋହିତ ଶର୍ମାଙ୍କୁ ନେତୃତ୍ୱ ଦିଆଯାଇଛି। ମୁଁ ଜାଣିନି ଭବିଷ୍ୟତରେ କ’ଣ ହେବ? କିନ୍ତୁ ଏହା ଗୋଟିଏ ଭଲ ଟିମ। ଦଳରେ ଅନେକ ଭଲ ଖେଳାଳି ରହିଛନ୍ତି। ମୋର ଆଶା ସେମାନେ ଭଲ ପ୍ରଦର୍ଶନ କରିବେ।”

ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ ପୂର୍ବରୁ ବିରାଟ କୋହଲି ଅଧିକ ୱାର୍କଲୋଡ୍‌ କଥା କହି କ୍ୟାପ୍ଟେନଶିପ ପଦ ଛାଡ଼ିବା ସମ୍ପର୍କରେ ଘୋଷଣା କରିଥିଲେ। ଟି-୨୦ ବିଶ୍ୱକପ ପରେ ସେ ଅଧିନାୟକ ପଦ ଛାଡ଼ିଛନ୍ତି। ବିରାଟ ପଦ ଛାଡ଼ିଥିବାରୁ ରୋହିତ ଶର୍ମା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ନେତୃତ୍ୱ ନେଇଥିଲେ।

ଏବେ ତାଙ୍କୁ ଦିନିକିଆ ଦଳର ଅଧିନାୟକ ମଧ୍ୟ କରାଯାଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ ରୋହିତ ଅନ୍ତର୍ଜାତୀୟ ଦିନିକିଆରେ ପୂର୍ଣ୍ଣକାଳୀନ କ୍ୟାପଟେନ୍ ଭାବେ କାର୍ଯ୍ୟ ଆରମ୍ଭ କରିବେ।

ରୋହିତ୍ ଏପର୍ଯ୍ୟନ୍ତ ୧୦ ଦିନିକିଆ ମୁକାବିଲାରେ ଭାରତର ନେତୃତ୍ୱ ନେଇସାରିନ୍ତି। ଏଥିରୁ ଭାରତ ୮ଟିରେ ବିଜୟୀ ହୋଇଥିବା ବେଳେ ଦୁଇଟିରେ ପରାସ୍ତ ହୋଇଛି। ରୋହିତଙ୍କ ନେତୃତ୍ୱରେ ଭାରତ ୨୦୧୮ରେ ୟୁଏଇରେ ଆୟୋଜିତ ଏସିଆ କପ୍ ଟାଇଟଲ୍ ଜିତିଥିଲା।

Indian Cricket Team Virat Kohli Sourav Ganguly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe