ହିଟ୍‌ ମ୍ୟାନଙ୍କ ଆଉଏକ ବିଶ୍ୱରେକର୍ଡ:ମାତ୍ର ୩୫ ବଲ୍‌ରେ ୧୦୦

ଇନ୍ଦୋର: ଆଜି ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ପୁଣି ଏକ ରେକର୍ଡ କରିଛନ୍ତି ଭାରତର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା। ୩୫ଟି ବଲରୁ ୧୦୦ ରନ କରି  ସେ ବନାଇଛନ୍ତି ଏହି ରେକର୍ଡ। ଟି-ଟ୍ୱେଣ୍ଟିରେ ଦ୍ରୁତ ୧୦୦ ରନ୍‌ କରିବାରେ ରେକର୍ଡ ପ୍ରଥମେ ଦକ୍ଷିଣ ଆଫ୍ରିକାର ବ୍ୟଟ୍‌ସମ୍ୟାନ୍‌ ଡାଭିଡ୍‌ ମିଲରଙ୍କ ନାଁରେ ଥିଲା। ଏବେ ତାଙ୍କ ସହିତ ରୋହିତଙ୍କ ନାଁ ବି ଯୋଡ଼ି ହୋଇଯାଇଛି। ମିଲର ମଧ୍ୟ ୩୫ଟି ବଲ୍‌ରୁ ୧୦୦ ରନ୍‌ ସଂଗ୍ରହ କରିଥିଲେ। […]

rohit-sharma 35 bakk 100 run

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 09:00 PM IST

ଇନ୍ଦୋର: ଆଜି ଖେଳାଯାଉଥିବା ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-ଟ୍ୱେଣ୍ଟି ମ୍ୟାଚ୍‌ରେ ପୁଣି ଏକ ରେକର୍ଡ କରିଛନ୍ତି ଭାରତର ‘ହିଟ୍‌ମ୍ୟାନ୍‌’ ରୋହିତ ଶର୍ମା। ୩୫ଟି ବଲରୁ ୧୦୦ ରନ କରି  ସେ ବନାଇଛନ୍ତି ଏହି ରେକର୍ଡ। ଟି-ଟ୍ୱେଣ୍ଟିରେ ଦ୍ରୁତ ୧୦୦ ରନ୍‌ କରିବାରେ ରେକର୍ଡ ପ୍ରଥମେ ଦକ୍ଷିଣ ଆଫ୍ରିକାର ବ୍ୟଟ୍‌ସମ୍ୟାନ୍‌ ଡାଭିଡ୍‌ ମିଲରଙ୍କ ନାଁରେ ଥିଲା। ଏବେ ତାଙ୍କ ସହିତ ରୋହିତଙ୍କ ନାଁ ବି ଯୋଡ଼ି ହୋଇଯାଇଛି। ମିଲର ମଧ୍ୟ ୩୫ଟି ବଲ୍‌ରୁ ୧୦୦ ରନ୍‌ ସଂଗ୍ରହ କରିଥିଲେ।

ରୋହିତ ୪୨ ବଲ୍‌ରୁ ୧୧୮ ରନ୍‌ କରି ଆଉଟ୍‌ ହୋଇଥିଲେ। ସେ ୧୧ଟି ଚୌକା ଓ ୮ଟି ଛକା ମାରିଛନ୍ତି। ସୂଚାନ ଯୋଗ୍ୟ, ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍‌ରେ ଏକ ମ୍ୟାଚ୍‌ରେ ସେ କ୍ୟାରିୟରର ତୃତୀୟ ଦ୍ୱିଶତକ ମାରିଥିଲେ।

Related story