କେଉଁ କ୍ରିକେଟ୍‌ ତାରକା କେତେ ଦିଅନ୍ତି ଟ୍ୟାକ୍ସ

ଆମ ଦେଶରେ କଳାକାରମାନେ ମୋଟା ଅଙ୍କର ଟ୍ୟାକ୍ସ ଦେଇଥାନ୍ତି। ବିଶେଷ କରି ଟ୍ୟାକ୍ସ ଦେବାକୁ ନେଇ ବଲିଉଡ କଳାକାରମାନେ ବହୁତ ଚର୍ଚ୍ଚାରେ ରହିଥାନ୍ତି। ତେବେ ଜାଣିଛନ୍ତି କ୍ରିକେଟରମାନେ କେତେ ଟଙ୍କା ଟ୍ୟାକ୍ସ ଦେଇଥାନ୍ତି। ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକର ଦେଉଥିବା ଟ୍ୟାକ୍ସର ପରିମାଣ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଏହି ଲୋକପ୍ରିୟ କ୍ରିକେଟ୍‌ ତାରକାଙ୍କ ଟ୍ୟାକ୍ସ କୌଣସି ଗୁଣରେ ବିଲିଉଡ କଳାକାରଙ୍କଠାରୁ କମ ନୁହେଁ। ଆସନ୍ତୁ ଜାଣିବା ଏହି ତିନି କ୍ରିକେଟରଙ୍କ […]

cricketer

Rakesh Mallick
  • Published: Tuesday, 01 August 2017
  • , Updated: 01 August 2017, 09:38 PM IST

ଆମ ଦେଶରେ କଳାକାରମାନେ ମୋଟା ଅଙ୍କର ଟ୍ୟାକ୍ସ ଦେଇଥାନ୍ତି। ବିଶେଷ କରି ଟ୍ୟାକ୍ସ ଦେବାକୁ ନେଇ ବଲିଉଡ କଳାକାରମାନେ ବହୁତ ଚର୍ଚ୍ଚାରେ ରହିଥାନ୍ତି। ତେବେ ଜାଣିଛନ୍ତି କ୍ରିକେଟରମାନେ କେତେ ଟଙ୍କା ଟ୍ୟାକ୍ସ ଦେଇଥାନ୍ତି। ମହେନ୍ଦ୍ର ସିଂ ଧୋନି, ବିରାଟ କୋହଲି ଏବଂ ସଚିନ ତେନ୍ଦୁଲକର ଦେଉଥିବା ଟ୍ୟାକ୍ସର ପରିମାଣ ଶୁଣିଲେ ଆପଣଙ୍କ ହୋସ୍‌ ଉଡିଯିବ। ଏହି ଲୋକପ୍ରିୟ କ୍ରିକେଟ୍‌ ତାରକାଙ୍କ ଟ୍ୟାକ୍ସ କୌଣସି ଗୁଣରେ ବିଲିଉଡ କଳାକାରଙ୍କଠାରୁ କମ ନୁହେଁ। ଆସନ୍ତୁ ଜାଣିବା ଏହି ତିନି କ୍ରିକେଟରଙ୍କ ସମ୍ପର୍କରେ।

ମହେନ୍ଦ୍ର ସିଂ ଧୋନି: କ୍ରିକେଟ ଖେଳାଳିମାନଙ୍କ ମଧ୍ୟରେ ସବୁଠୁ ଅଧିକ ଟ୍ୟାକ୍ସ ଭରନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି। ବର୍ଷକୁ ୪୮କୋଟି ଟଙ୍କା ଟ୍ୟାକ୍ସ ଦେଇଥାନ୍ତି ଏହି ଷ୍ଟାର ଭାରତୀୟ ଖେଳାଳି। ବିଭିନ୍ନ ଜାତୀୟ,ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ ଓ ଆଇପିଏଲ ଖେଳି ଖୁବ ପଇସା ରୋଜଗାର କରନ୍ତି ଧୋନି। ଏହା ସହିତ ବିଭିନ୍ନ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡର ରହି ବିଜ୍ଞାପନ ବାବଦରେ ମଧ୍ୟ ଅନେକ ଟଙ୍କା ଆୟ କରିଥାନ୍ତି।

ବିରାଟ କୋହଲି: ସବୁଠୁ ଅଧିକ ଟ୍ୟକ୍ସ ଦେଉଥିବା କ୍ରିକେଟରଙ୍କ ତାଲିକାରେ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବାର୍ଷିକ ୪୨ କୋଟି ଟଙ୍କା ଟ୍ୟାକ୍ସ ଦିଅନ୍ତି କୋହଲି। ବିସିସିଆଇ ପକ୍ଷରୁ ବାର୍ଷିକ ଦୁଇ କୋଟି ଟଙ୍କା ଦରମା ପାଆନ୍ତି କୋହଲି। ଏହା ସହିତ ଅନେକ କ୍ରିକେଟ ମ୍ୟାଚ ଓ ଅନେକ ବଡ ବଡ କମ୍ପାନୀରେ ବିଜ୍ଞାପନ ଯୋଗୁଁ ବିରାଟ କୋଟି କୋଟି ଟଙ୍କା ଆୟ କରନ୍ତି।

ସଚିନ ତେନ୍ଦୁଲକର: କ୍ରିକେଟ ଜଗତର ରେକର୍ଡ ମ୍ୟାନ ହେଉଛନ୍ତି ସଚିନ ତେନ୍ଦୁଲକର। ତାଙ୍କୁ କ୍ରିକେଟ ଭାଗବାନ ମଧ୍ୟ କୁହାଯାଏ। ସଚିନ କ୍ରିକେଟରେ ଯେପରି ନାଁ କମାଇଛନ୍ତି ସେପରି ଅର୍ଥ ବି କମାଇଛନ୍ତି। ଟ୍ୟାକ୍ସ ଦେବାରେ ସଚିନ ତୃତୀୟ ସ୍ଥାନରେ ରହିଛନ୍ତି। ବାର୍ଷିକ ୧୯ କୋଟି ଟଙ୍କା ଟ୍ୟାକ୍ସ ଦେଇଥାନ୍ତି ସେ।

Related story