କ୍ରିକେଟର ସବୁ ଫର୍ମାଟରୁ ଅବସର ନେଲେ ହାରିସ୍

ଲଣ୍ଡନ: ଅଷ୍ଟ୍ରେଲିଆର ବରିଷ୍ଠ ଫାଷ୍ଟ୍ ବୋଲର ରିୟାନ ହାରିସ୍ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଆଶେଷ ସିରିଜ୍ ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ ସେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ସମସ୍ୟା ଯୋଗୁ ଏସେକ୍ସ ବିପକ୍ଷ ଶେଷ ୱାର୍ମଅପ୍ ମ୍ୟାଚ୍ ସେ ଖେଳି ପାରିନଥିଲେ। ସ୍କାନରୁ ଜଣାପଡ଼ିଛି ଯେ ତାଙ୍କ ଡାହାଣ ଆଣ୍ଠୁରେ ଗୁରୁତର କ୍ଷତ ହୋଇଛି। ଅବସର ଘୋଷଣା କରି ହାରିସ୍ କହିଥିଲେ ଯେ ପରିବାର ସହିତ ଆଲୋଚନା […]

ryanharris

Rakesh Mallick
  • Published: Saturday, 04 July 2015
  • , Updated: 04 July 2015, 01:19 PM IST

ଲଣ୍ଡନ: ଅଷ୍ଟ୍ରେଲିଆର ବରିଷ୍ଠ ଫାଷ୍ଟ୍ ବୋଲର ରିୟାନ ହାରିସ୍ ଶନିବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଇଛନ୍ତି। ଆଶେଷ ସିରିଜ୍ ଆରମ୍ଭ ହେବାର ମାତ୍ର ୪ ଦିନ ପୂର୍ବରୁ ସେ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଆଣ୍ଠୁରେ ସମସ୍ୟା ଯୋଗୁ ଏସେକ୍ସ ବିପକ୍ଷ ଶେଷ ୱାର୍ମଅପ୍ ମ୍ୟାଚ୍ ସେ ଖେଳି ପାରିନଥିଲେ। ସ୍କାନରୁ ଜଣାପଡ଼ିଛି ଯେ ତାଙ୍କ ଡାହାଣ ଆଣ୍ଠୁରେ ଗୁରୁତର କ୍ଷତ ହୋଇଛି।

ଅବସର ଘୋଷଣା କରି ହାରିସ୍ କହିଥିଲେ ଯେ ପରିବାର ସହିତ ଆଲୋଚନା କଲା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି। ଅବସର ନେବାର ଏହା ଠିକ୍ ସମୟ ବୋଲି ସେ ସ୍ଥିର କରିଥିଲେ।

୨୦୧୦ରେ ଟେଷ୍ଟ କ୍ରିକେଟରେ ପ୍ରବେଶ କରିଥିବା ହାରିସ୍ ୨୭ଟି ମ୍ୟାଚ୍ ଖେଳି ୧୧୩ଟି ୱିକେଟ୍ ନେଇଛନ୍ତି।

ହାରିସଙ୍କ ଅବସର ଘୋଷଣା ପରେ କ୍ରିକେଟ୍ ଅଷ୍ଟ୍ରେଲିଆ ୨୨ ବର୍ଷୀୟ ପାଟ୍ କୁମ୍ମିନସଙ୍କୁ ତାଙ୍କ ସ୍ଥାନରେ ସାମିଲ କରିଛି।

ଆସନ୍ତା ବୁଧବାର ଠାରୁ କାଡିଫରେ ଆରମ୍ଭ ହେଉଛି ପ୍ରଥମ ଆଶେଷ ଟେଷ୍ଟ୍ ମ୍ୟାଚ୍।

Related story