ଟେଷ୍ଟ କ୍ରିକେଟକୁ ଗୁଡବାଏ କହିଲେ ଡେଲ୍ ଷ୍ଟେନ୍

କେପ୍ ଟାଉନ୍: ଟେଷ୍ଟ କ୍ରିକେଟରେ ଆଉ ଦେଖିବାକୁ ମିଳିବନି ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍। କାରଣ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ମହାନ ପେସ୍ ବୋଲର ଷ୍ଟେନ୍ ସୋମବାର ଆନୁଷ୍ଠାନିକ ଭାବେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି। ଏକ ବିଜ୍ଞପ୍ତି ଦ୍ୱାରା ଷ୍ଟେନ୍ କହିଛନ୍ତି, “ପୁଣିଥରେ ଟେଷ୍ଟ କ୍ରିକେଟ୍ ନଖେଳିବାର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟଦାୟକ। ଏବେ ମୁଁ […]

steyn

steyn

Ranjit Kumar Jena
  • Published: Monday, 05 August 2019
  • Updated: 05 August 2019, 09:18 PM IST

କେପ୍ ଟାଉନ୍: ଟେଷ୍ଟ କ୍ରିକେଟରେ ଆଉ ଦେଖିବାକୁ ମିଳିବନି ଦକ୍ଷିଣ ଆଫ୍ରିକାର ସ୍ପିଡ୍ ଷ୍ଟାର୍ ଡେଲ୍ ଷ୍ଟେନଙ୍କ ସୁଇଂ ଓ ପେସ୍। କାରଣ ଦକ୍ଷିଣ ଆଫ୍ରିକାର ସର୍ବକାଳୀନ ମହାନ ପେସ୍ ବୋଲର ଷ୍ଟେନ୍ ସୋମବାର ଆନୁଷ୍ଠାନିକ ଭାବେ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି। ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଆସୋସିଏସନ୍ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।

ଏକ ବିଜ୍ଞପ୍ତି ଦ୍ୱାରା ଷ୍ଟେନ୍ କହିଛନ୍ତି, "ପୁଣିଥରେ ଟେଷ୍ଟ କ୍ରିକେଟ୍ ନଖେଳିବାର ନିଷ୍ପତ୍ତି ନିଶ୍ଚିତ ଭାବେ କଷ୍ଟଦାୟକ। ଏବେ ମୁଁ ଦିନିକିଆ ଓ ଟି-୨୦ କ୍ରିକେଟ୍ ଉପରେ ଅଧିକ ଫୋକସ୍ କରିଛି। ମୁଁ ଯେଉଁ ଫର୍ମାଟକୁ ଅଧିକ ଭଲପାଏ, ଆଜି ସେହି ଫର୍ମାଟରୁ ଦୂରେଇ ଯାଇଛି। ମୋ ମତରେ ଟେଷ୍ଟ କ୍ରିକେଟ୍ ହେଉଛି ସବୁଠାରୁ ଶ୍ରେଷ୍ଠ। ଏହା ଜଣେ କ୍ରିକେଟରଙ୍କୁ ମାନସିକ, ଶାରୀରିକ ଏବଂ ଭାବାତ୍ମକ ଭାବେ ପରଖିଥାଏ। ଆହତ ମୋ ପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି, ଯେଉଁ କାରଣରୁ ମୁଁ ଏହି ଲମ୍ବା ଫର୍ମାଟରୁ ବିଦାୟ ନେବାକୁ ନିଷ୍ପତ୍ତି ନେଇଛି।"

ଷ୍ଟେନ୍ ୨୦୧୯ ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ଟିମରେ ସାମିଲ୍ ହୋଇଥିଲେ। କିନ୍ତୁ ସେ କାନ୍ଧଜନିତ ଆଘାତ କାରଣରୁ କୌଣସି ମ୍ୟାଚ୍ ନଖେଳି ସ୍ୱଦେଶ ଫେରିଆସିଥିଲେ। ଚଳିତ ବର୍ଷ ଷ୍ଟେନ୍ ଆଇପିଏଲରେ କେବଳ ଦୁଇଟି ମ୍ୟାଚ୍ ଖେଳି ୪ଟି ୱିକେଟ୍ ନେଇଛନ୍ତି। ୨୦୧୮ରେ ଏବି ଡି'ଭିଲିୟର୍ସଙ୍କ ପରେ ଷ୍ଟେନ୍ ଦକ୍ଷିଣ ଆଫ୍ରିକାର ଆଉ ଜଣେ ବଡ଼ ଖେଳାଳି ଭାବେ ଅବସର ନେଇଛନ୍ତି।

ଷ୍ଟେନ୍ ଡିସେମ୍ବର, ୨୦୦୪ରେ ପୋର୍ଟ ଏଲିଜାବେଥରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିବା ବେଳେ ଚଳିତ ଫେବୃଆରୀ ଶ୍ରୀଲଙ୍କା ବିପକ୍ଷରେ ନିଜର ଶେଷ ଟେଷ୍ଟ ଖେଳିଥିଲେ। ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ୯୩ ଟେଷ୍ଟରେ ୪୩୯ ୱିକେଟ୍ ନେଇଛନ୍ତି। ଷ୍ଟେନ୍ ବିଶ୍ୱର ଅଷ୍ଟମ ତଥା ଦକ୍ଷିଣ ଆଫ୍ରିକାର ଶୀର୍ଷ ୱିକେଟ୍ ହାସଲକାରୀ ଟେଷ୍ଟ ବୋଲର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story