ଭାରତ ବିପକ୍ଷରେ ଏହି ବଡ଼ ରେକର୍ଡ କଲେ ୱାର୍ଣ୍ଣର୍‌

ମୁମ୍ବାଇ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ନୂଆ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୱାର୍ଣ୍ଣର୍ ନିଜ ଦେଶ ପାଇଁ ସବୁଠାରୁ ଦ୍ରୁତ ୫ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୱାର୍ଣ୍ଣର ୧୧୭ ମ୍ୟାଚରୁ ୧୧୫ ଇନିଂସରେ ୫ହଜାର ରନର ରେକର୍ଡ ନିଜ ନାଁରେ କରିଛନ୍ତି। ଏହି ମାମଲାରେ ୱାର୍ଣ୍ଣର ଅଷ୍ଟ୍ରେଲିଆର ଡିନ୍ ଜୋନ୍ସଙ୍କୁ ପଛରେ ପକାଇଛନ୍ତି। ଜୋନ୍ସ ୧୩୧ ମ୍ୟାଚରୁ ୧୨୮ ଇନିଂସରେ ୫ହଜାର ରନ୍ […]

warner

Ranjit Kumar Jena
  • Published: Tuesday, 14 January 2020
  • , Updated: 14 January 2020, 08:40 PM IST

ମୁମ୍ବାଇ: ଅଷ୍ଟ୍ରେଲିଆର ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଏଠାରେ ଖେଳାଯାଇଥିବା ଭାରତ ବିପକ୍ଷ ପ୍ରଥମ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ନୂଆ ମାଇଲଖୁଣ୍ଟ ଅର୍ଜନ କରିଛନ୍ତି। ୱାର୍ଣ୍ଣର୍ ନିଜ ଦେଶ ପାଇଁ ସବୁଠାରୁ ଦ୍ରୁତ ୫ହଜାର ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୱାର୍ଣ୍ଣର ୧୧୭ ମ୍ୟାଚରୁ ୧୧୫ ଇନିଂସରେ ୫ହଜାର ରନର ରେକର୍ଡ ନିଜ ନାଁରେ କରିଛନ୍ତି।

ଏହି ମାମଲାରେ ୱାର୍ଣ୍ଣର ଅଷ୍ଟ୍ରେଲିଆର ଡିନ୍ ଜୋନ୍ସଙ୍କୁ ପଛରେ ପକାଇଛନ୍ତି। ଜୋନ୍ସ ୧୩୧ ମ୍ୟାଚରୁ ୧୨୮ ଇନିଂସରେ ୫ହଜାର ରନ୍ ପୂରଣ କରିଥିଲେ। ଅନ୍ୟପକ୍ଷରେ ମାଥ୍ୟୁ ହେଡେନ୍ ଏହି ମାଇଲଖୁଣ୍ଟ ଛୁଇଁବା ପାଇଁ ୧୩୭ ମ୍ୟାଚରେ ୧୩୩ ଇନିଂସର ସହାୟତା ନେଇଥିଲେ। ରିକି ପଣ୍ଟିଂ ୧୩୭ ଇନିଂସରେ ଏହି କାରନାମା କରିଥିଲେ।

ୱାର୍ଣ୍ଣର୍ ଯଶପ୍ରୀତ ବୁମ୍ରାଙ୍କ ବଲରେ ଚୌକା ମାରି ଦିନିକିଆରେ ୫ହଜାର ରନ୍ ପୂରଣ କରିଛନ୍ତି। ତେବେ ଅନ୍ତର୍ଜାତୀୟ ଦିନିକିଆରେ ଦ୍ରୁତ ୫ହଜାର ରନ୍ କରିବାର ରେକର୍ଡ ଦକ୍ଷିଣ ଆଫ୍ରିକାର ହାଶିମ୍ ଆମଲାଙ୍କ ନାଁରେ ରହିଛି। ଆମଲା ୧୦୪ ମ୍ୟାଚରୁ ୧୦୧ ଇନିଂସରେ ଏହି କାରନାମା କରିଥିବା ବେଳେ ବିରାଟ୍ କୋହଲି ୧୨୦ ମ୍ୟାଚରେ ୧୧୪ ଇନିଂସରେ ୫ହଜାର ରନ୍ କରିଛନ୍ତି।

Related story