ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କଲେ ୱାର୍ଣ୍ଣର୍‌

ପର୍ଥ: ଅଷ୍ଟ୍ରେଲିଆର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ତୃତୀୟ ଦିବସରେ ୱାର୍ଣ୍ଣର ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ୭ହଜାର କିମ୍ବା ଏହାଠାରୁ ଅଧିକ ରନ୍ କରିବାରେ ଅଷ୍ଟ୍ରେଲିଆର ଦ୍ୱାଦଶ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି। ୱାର୍ଣ୍ଣର ନିଜର ୮୨ତମ ଟେଷ୍ଟର ୧୫୧ତମ ଇନିଂସରେ ୭ହଜାର ରନ୍ କରିଛନ୍ତି। ତାଙ୍କ ନାଁରେ ୨୩ ଶତକ ଏବଂ ୩୦ ଅର୍ଦ୍ଧଶତକ ରହିଛି। […]

dave-warner

Ranjit Kumar Jena
  • Published: Saturday, 14 December 2019
  • , Updated: 14 December 2019, 06:14 PM IST

ପର୍ଥ: ଅଷ୍ଟ୍ରେଲିଆର ଅଭିଜ୍ଞ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍ ଟେଷ୍ଟ କ୍ରିକେଟରେ ୭ହଜାର ରନ୍ ପୂରଣ କରିଛନ୍ତି। ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଏଠାରେ ଚାଲିଥିବା ପ୍ରଥମ ଦିବାରାତ୍ର ଟେଷ୍ଟର ତୃତୀୟ ଦିବସରେ ୱାର୍ଣ୍ଣର ଏହି ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ୭ହଜାର କିମ୍ବା ଏହାଠାରୁ ଅଧିକ ରନ୍ କରିବାରେ ଅଷ୍ଟ୍ରେଲିଆର ଦ୍ୱାଦଶ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି।

ୱାର୍ଣ୍ଣର ନିଜର ୮୨ତମ ଟେଷ୍ଟର ୧୫୧ତମ ଇନିଂସରେ ୭ହଜାର ରନ୍ କରିଛନ୍ତି। ତାଙ୍କ ନାଁରେ ୨୩ ଶତକ ଏବଂ ୩୦ ଅର୍ଦ୍ଧଶତକ ରହିଛି। ୱାର୍ଣ୍ଣରଙ୍କର ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ୩୩୫ ରହିଛି, ଯାହା ସେ ଗତମାସରେ ପାକିସ୍ତାନ ବିପକ୍ଷରେ ମାରିଥିଲେ। ରିକି ପଣ୍ଟିଂ ୧୬୮ ଟେଷ୍ଟରେ ଅଷ୍ଟ୍ରେଲିଆ ପକ୍ଷରୁ ସର୍ବାଧିକ ୧୩,୩୭୮ ରନ୍ କରିଛନ୍ତି। ଏହା ପରେ ଆଲାନ୍ ବର୍ଡର୍ (୧୧,୧୭୪ ରନ୍‌) ଓ ଷ୍ଟିଭ୍ ୱ' (୧୦,୯୨୭ ରନ୍‌) ରହିଛନ୍ତି।

ଟେଷ୍ଟ କ୍ରିକେଟରେ ସର୍ବାଧିକ ରନ୍ କରିବା ମାମଲାରେ ୱାର୍ଣ୍ଣର୍ ମହାନ୍ ବ୍ୟାଟ୍ସମ୍ୟାନ୍ ସାର୍ ଡନ୍ ବ୍ରାଡମ୍ୟାନଙ୍କୁ ପଛରେ ପକାଇଛନ୍ତି। ଅଷ୍ଟ୍ରେଲିଆର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ବ୍ରାଡମ୍ୟାନ୍ ୫୨ ଟେଷ୍ଟରେ ୬୯୯୬ ରନ୍ କରିଥିଲେ। ଏବେ ୱାର୍ଣ୍ଣର ତାଙ୍କୁ ଟପି ଯାଇଛନ୍ତି। ସୂଚନାଯୋଗ୍ୟ, ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପିଙ୍କ୍ ବଲ୍ ଟେଷ୍ଟରେ ୱାର୍ଣ୍ଣର୍ ଉଭୟ ଇନିଂସରେ ଯଥାକ୍ରମେ ୪୩ ଓ ୧୯ ରନ୍ କରିଛନ୍ତି।

Related story