ଦୀପକ ବେହେରା ପାଇଲେ ୨୩ତମ ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ ‘କ୍ରିକେଟର ଅଫ୍ ଦି ଇୟର’ ପୁରସ୍କାର

ଭୁବନେଶ୍ୱର: ଦୀପକ ବେହେରାଙ୍କୁ ରବିବାର ପ୍ରଦାନ କରାଯାଇଛି ୨୩ ତମ ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର। ପୁରସ୍କାର ବାବାଦକୁ ତାଙ୍କୁ ଏକ ବିଶେଷ ଟ୍ରଫି ସହିତ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୧୪-୧୫ ରଣଜୀ ସିଜିନରେ ଓଡ଼ିଶାର ରଣଜୀ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ ରଣଜୀ ସିଜିନରେ ସେ ୩୩ଟି ୱିକେଟ୍ ନେଇଥିଲା। ବିଶେଷ କରି ପଞ୍ଜାବରେ […]

sahid-1

Rakesh Mallick
  • Published: Sunday, 14 June 2015
  • , Updated: 15 June 2015, 03:53 PM IST

ଭୁବନେଶ୍ୱର: ଦୀପକ ବେହେରାଙ୍କୁ ରବିବାର ପ୍ରଦାନ କରାଯାଇଛି ୨୩ ତମ ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ କ୍ରିକେଟର ଅଫ୍ ଦ ଇୟର ପୁରସ୍କାର। ପୁରସ୍କାର ବାବାଦକୁ ତାଙ୍କୁ ଏକ ବିଶେଷ ଟ୍ରଫି ସହିତ ୩୧ ହଜାର ଟଙ୍କା ପ୍ରଦାନ କରାଯାଇଛି। ୨୦୧୪-୧୫ ରଣଜୀ ସିଜିନରେ ଓଡ଼ିଶାର ରଣଜୀ ଖେଳାଳିଙ୍କ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଯୋଗୁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଗତ ରଣଜୀ ସିଜିନରେ ସେ ୩୩ଟି ୱିକେଟ୍ ନେଇଥିଲା। ବିଶେଷ କରି ପଞ୍ଜାବରେ ପଞ୍ଜାବ ରଣଜୀ ଟିମକୁ ହରାଇବାରେ ସେ ପ୍ରମୁଖ ଭୂମିକା ନିଭାଇଥିଲେ।

ସେହିପରି ମହିଳା କ୍ରିକେଟର ସ୍ୱାଗତିକା ରଥଙ୍କୁ ପ୍ରଦାନ କରାଯାଇଥିଲା ‘ଦ୍ୱିତୀୟ ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ ମହିଳା କ୍ରିକେଟର ଅଫ୍ ଦ ଇୟର’। ପୁରସ୍କାର ବାବଦକୁ ତାଙ୍କୁ ଏକ ବିଶେଷ ଟ୍ରଫି ସହିତ ୨୧ ହଜାର ଟଙ୍କା ପ୍ରଦାନ କରାଯାଇଥିଲା।

ସହିଦ ସ୍ପୋର୍ଟିଂ ଓ ମାରୁତି ଇଷ୍ଟେଟ୍ ଇଣ୍ଡିଆ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କ୍ରିକେଟର ପ୍ରଜ୍ଞାନ ଓଝା ମୁଖ୍ୟ ଅତିଥି, ପୂର୍ବତନ ଫୁଟବଲ ଖେଳାଳି ତଥା ଜାତୀୟ ଜୁନିୟର ବାଳିକା ଫୁଟବଲ୍ ଟିମର କୋଚ୍ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ ଓ ମାରୁତି ଇଷ୍ଟେଟ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ଜିତେନ୍ଦ୍ର ପ୍ରସାଦ ସିଂହ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ଦୀପକ ବେହେରା ଓ ସ୍ୱାଗତିକା ରଥଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସହିଦ ସ୍ପୋର୍ଟିଂ ସଂପାଦକ ପଙ୍କଜ ପଟ୍ଟନାୟକ ଓ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଏହି ପୁରସ୍କାର ପ୍ରଦାନ ଉତ୍ସବରେ ସହିଦ ସ୍ପୋର୍ଟିଂର ଆଜୀବନ ସଦସ୍ୟ ରହିଥିବା ଦେବାଶିଷ ମହାନ୍ତି, ପ୍ରଜ୍ଞାନ ଓଝା, ରଶ୍ମୀରଂଜନ ପରିଡ଼ା, ଦିଲୀପ ତିର୍କି, ଲାଜାରୁସ ବାର୍ଲା ଓ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କ ଡାକଟିକଟ ଉନ୍ମୋଚନ କରାଯାଇଥିଲା। ସହିଦ ସ୍ପୋର୍ଟିଂର ନିଜସ୍ୱ ଉଦ୍ୟମରେ ଏହି ଡାକଟିକଟ ଉନ୍ମୋଚନ କରାଯାଇଥିଲା। ଏହା ସହିତ ପୂର୍ବରୁ ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ ‘କ୍ରିକେଟର ଅଫ୍ ଦି ଇୟର’ ପାଇଥିବା ସମସ୍ତ ଖେଳାଳିଙ୍କୁ ଉପହାର ଦେଇ ସମ୍ମାନିତ କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୨୨ ବର୍ଷରେ ୧୫ ଜଣ ଖେଳାଳି ମାରୁତି ଇଷ୍ଟେଟ୍ ସହିଦ ସ୍ପୋର୍ଟିଂ ‘କ୍ରିକେଟର ଅଫ୍ ଦି ଇୟର’ ପାଇଛନ୍ତି।

Related story