ଆଇପିଏଲ୍ ଅକ୍ସନ: ଛାଇ ଗଲେ ହେଟମେୟର

ନୂଆଦିଲ୍ଲୀ: ଚଳିତ ଭାରତ ଗସ୍ତରେ ନିଜ ବ୍ୟାଟରେ କମାଲ୍ କରିଥିବା ୱେଷ୍ଟଇଣ୍ଡିଜ୍ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିମରନ୍ ହେଟମେୟରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୭.୫୭ କୋଟି ଟଙ୍କାରେ କିଣିଛି। ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସଙ୍କୁ ମଧ୍ୟ ଦିଲ୍ଲୀ ୪.୮ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍‌ କରିଛି। କଙ୍ଗାରୁ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରୀଙ୍କୁ ଦିଲ୍ଲୀ ୧.୫ କୋଟି ଟଙ୍କାରେ କିଣିଛି। ଇଂଲଣ୍ଡ ପେସ୍ ବୋଲର କ୍ରିସ୍ ଜୋର୍ଡାନଙ୍କୁ ୩ କୋଟି ଟଙ୍କାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ […]

het

Ranjit Kumar Jena
  • Published: Thursday, 19 December 2019
  • , Updated: 19 December 2019, 10:17 PM IST

ନୂଆଦିଲ୍ଲୀ: ଚଳିତ ଭାରତ ଗସ୍ତରେ ନିଜ ବ୍ୟାଟରେ କମାଲ୍ କରିଥିବା ୱେଷ୍ଟଇଣ୍ଡିଜ୍ ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଶିମରନ୍ ହେଟମେୟରଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ ୭.୫୭ କୋଟି ଟଙ୍କାରେ କିଣିଛି। ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମାର୍କସ୍ ଷ୍ଟୋଇନିସଙ୍କୁ ମଧ୍ୟ ଦିଲ୍ଲୀ ୪.୮ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍‌ କରିଛି।

କଙ୍ଗାରୁ ଦଳର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଆଲେକ୍ସ କ୍ୟାରୀଙ୍କୁ ଦିଲ୍ଲୀ ୧.୫ କୋଟି ଟଙ୍କାରେ କିଣିଛି। ଇଂଲଣ୍ଡ ପେସ୍ ବୋଲର କ୍ରିସ୍ ଜୋର୍ଡାନଙ୍କୁ ୩ କୋଟି ଟଙ୍କାରେ କିଙ୍ଗସ୍ ଇଲେଭେନ୍ ପଞ୍ଜାବ କିଣିଛି। ଅଷ୍ଟ୍ରେଲିଆ ଦିନିକିଆ ଓ ଟି-୨୦ ଦଳର କ୍ୟାପଟେନ୍ ଆରୋନ୍ ଫିଞ୍ଚଙ୍କୁ ରାଜସ୍ଥାନ ରୟାଲ୍ସ ୪.୪ କୋଟି ଏବଂ କେନ୍ ରିଚାର୍ଡସନଙ୍କୁ ୪ କୋଟି ଏବଂ ପ୍ରଥମ ପର୍ଯ୍ୟାୟରେ ଅଲୋଡ଼ା ରହିଥିବା ଡେଲ୍ ଷ୍ଟେନଙ୍କୁ ମଧ୍ୟ ରାଜସ୍ଥାନ ୨ କୋଟି ଟଙ୍କାରେ ନିଜ ଟିମରେ ସାମିଲ୍‌ କରିଛି।

ଭାରତୀୟଙ୍କ ମଧ୍ୟରେ ରବିନ୍ ଉଥାପ୍ପାଙ୍କୁ ରାଜସ୍ଥାନ ରୟାଲ୍ସ ୩ କୋଟି, ଜୟଦେବ ଉନାଦକତଙ୍କୁ ରାଜସ୍ଥାନ ୩ କୋଟି, କାର୍ତ୍ତିକ ତ୍ୟାଗିଙ୍କୁ ରାଜସ୍ଥାନ ୧.୩ କୋଟି, ବରୁନ୍ ଚକ୍ରବର୍ତ୍ତୀଙ୍କୁ କେକେଆର୍ ୪ କୋଟି, ରବି ବିଷ୍ଣୋଇଙ୍କୁ ୨ କୋଟି ଟଙ୍କାରେ ପଞ୍ଜାବ ଏବଂ ମୋହିତ୍ ଶର୍ମାଙ୍କୁ ଦିଲ୍ଲୀ ୫୦ ଲକ୍ଷ ଟଙ୍କାରେ କିଣିଛି।

Related story