ଅଣ୍ଡର-୨୩ ଆଶାୟୀଙ୍କ ଆକ୍ରମଣରେ ପୂର୍ବତନ କ୍ରିକେଟର୍ ଗୁରୁତର

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନର ଚୟନ କମିଟି ଅଧ୍ୟକ୍ଷ ଅମିତ ଭଣ୍ଡାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆଜି ଦିଲ୍ଲୀର କଶ୍ମୀର ଗେଟ୍‌ ନିକଟରେ ଥିବା ସେଣ୍ଟ ଷ୍ଟିଫେନ୍ସ କଲେଜ ପଡ଼ିଆରେ ଅମିତଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଏଠାରେ ଅଣ୍ଡର -୨୩ ଟିମ୍‌ର ଚୟନ ଚାଲିଥିଲା। ଟିମ୍‌ରେ ଯେଉଁ ଖେଳାଳିମାନେ ସ୍ଥାନ ପାଇ ନଥିଲେ ସେମାନେ ହିଁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ […]

amit

Hemant Lenka
  • Published: Monday, 11 February 2019
  • , Updated: 11 February 2019, 08:27 PM IST

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ତଥା ଦିଲ୍ଲୀ ଓ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏସନର ଚୟନ କମିଟି ଅଧ୍ୟକ୍ଷ ଅମିତ ଭଣ୍ଡାରୀଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଛି। ଆଜି ଦିଲ୍ଲୀର କଶ୍ମୀର ଗେଟ୍‌ ନିକଟରେ ଥିବା ସେଣ୍ଟ ଷ୍ଟିଫେନ୍ସ କଲେଜ ପଡ଼ିଆରେ ଅମିତଙ୍କ ଉପରେ ଏଭଳି ଆକ୍ରମଣ ହୋଇଛି। ଏଠାରେ ଅଣ୍ଡର -୨୩ ଟିମ୍‌ର ଚୟନ ଚାଲିଥିଲା।

ଟିମ୍‌ରେ ଯେଉଁ ଖେଳାଳିମାନେ ସ୍ଥାନ ପାଇ ନଥିଲେ ସେମାନେ ହିଁ ତାଙ୍କୁ ଆକ୍ରମଣ କରିଥିବା ଜଣାପଡ଼ିଛି। ପରିସ୍ଥିତି ଏପରି ହୋଇଛି ଯେ ଅମିତଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରିବାକୁ ପଡ଼ିଛି। ତାଙ୍କ ମୁଣ୍ଡ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ସାଣ୍ଟ ପରମାନନ୍ଦ ହସ୍ପିଟାଲ୍‌ ପକ୍ଷରୁ କୁହାଯାଇଛି।

ଅମିତଙ୍କ ସହ ଚୟନ କମିଟିର ସଦସ୍ୟ ଥିବା ସୁଖବିନ୍ଦର ସିଂହ କହିଛନ୍ତି, ଆଜି ପ୍ରାୟ ୧ଟା ବେଳେ ଅଣ୍ଡର-୨୩ ମୁସ୍ତାକ ଅଲୀ ଟ୍ରଫି ପାଇଁ ଚୟନ ଚାଲିଥିଲା। ଏହି ସମୟରେ ୨ରୁ ୩ ଜଣ ଖେଳାଳି ତାଙ୍କ ପାଖକୁ ଆସିବା ସହ ତାଙ୍କ ସହ ଯୁକ୍ତିତର୍କ କରିଥିଲେ।

କିଛି ସମୟରେ ସେମାନେ ଅମିତଙ୍କୁ ବ୍ୟାଟ୍‌ରେ ଆଘାତ ଦେଇଥିଲେ। ଏହି ସମୟରେ ଆଉ କିଛି ଯୁବକ ସେଠାରେ ପହଞ୍ଚି ଅମିତଙ୍କୁ ଲୁହା ରଡ଼ ଓ ହକି ଷ୍ଟିକ୍‌ରେ ଆକ୍ରମଣ କରିଥିଲେ। ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲେ ବୋଲି ସେ କହିଛନ୍ତି।

Related story