ଢାକାରେ ପହଞ୍ଚିଲା ଟିମ୍ ଇଣ୍ଡିଆ

କୋଲକାତା: ବାଂଲାଦେଶ ସହିତ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାଇଁ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଆଜି ଟିମ୍ ଇଣ୍ଡିଆ ଯାଇ ପହଞ୍ଚିଛି ଢାକାରେ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଟିମ୍ ଢାକାରେ ପହଞ୍ଚିଥିଲା। ଜୁନ୍ ୧୦ ତାରିଖରେ ଫତୁଲ୍ଲାହରେ ଏହି ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏଥିରେ ସମସ୍ତଙ୍କ ନଜର ବିଶେଷ କରି ହରଭଜନ ସିଂହଙ୍କ ଉପରେ ରହିବ। କାରଣ ୨ ବର୍ଷ ପରେ ସେ ଜାତୀୟ ଟେଷ୍ଟ ଦଳକ ଫେରିଛନ୍ତି। ନିକଟରେ ଶେଷ ହୋଇଥିବା […]

teamindia

Rakesh Mallick
  • Published: Monday, 08 June 2015
  • , Updated: 08 June 2015, 12:25 PM IST

କୋଲକାତା: ବାଂଲାଦେଶ ସହିତ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ଖେଳିବା ପାଇଁ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଆଜି ଟିମ୍ ଇଣ୍ଡିଆ ଯାଇ ପହଞ୍ଚିଛି ଢାକାରେ। ସକାଳ ପ୍ରାୟ ସାଢ଼େ ୯ଟା ବେଳେ ଟିମ୍ ଢାକାରେ ପହଞ୍ଚିଥିଲା। ଜୁନ୍ ୧୦ ତାରିଖରେ ଫତୁଲ୍ଲାହରେ ଏହି ଏକମାତ୍ର ଟେଷ୍ଟ୍ ମ୍ୟାଚ୍ ଖେଳାଯିବ। ଏଥିରେ ସମସ୍ତଙ୍କ ନଜର ବିଶେଷ କରି ହରଭଜନ ସିଂହଙ୍କ ଉପରେ ରହିବ। କାରଣ ୨ ବର୍ଷ ପରେ ସେ ଜାତୀୟ ଟେଷ୍ଟ ଦଳକ ଫେରିଛନ୍ତି। ନିକଟରେ ଶେଷ ହୋଇଥିବା ଆଇପିଏଲରେ ଭଲ ପ୍ରଦର୍ଶନ ଦେଇଥିବାରୁ ବାଂଲାଦେଶରେ ଏହାକୁ ଦୋହରାଇବେ ବୋଲି ତାଙ୍କ ପ୍ରଶଂସକମାନେ ଆଶା ରଖିଛନ୍ତି । ଧୋନୀ ଟେଷ୍ଟରୁ ଅବସର ନେଇ ସାରିଥିବା ଯୋଗୁ ଏହି ଟେଷ୍ଟରେ  ୱିକେଟ୍ ପଛରେ ଦେଖାଯିବେ ରିଦ୍ଧିମାନ ଶାହ। ଏହି ଗସ୍ତ ପୂର୍ବରୁ ଦୁଇ ଦିନ ଧରି ଭାରତୀୟ ଟେଷ୍ଟ୍ ଟିମ୍ କୋଲକାତାରେ ଅଭ୍ୟାସ କରିଥିଲା। ଏହି ଏକମାତ୍ର ଟେଷ୍ଟରେ ଭାରତ ଜିତିବ ବୋଲି ଆଶା ରଖିଛନ୍ତି ବିରାଟ କୋହଲି। ଗତକାଲି ସେ କହିଥିଲେ ଯେ ଏବେ ଆଉ ଶିଖିବାର ବେଳ ନାହିଁ, ଏବେ ଜିତିବାର ବେଳ।

ଭାରତ ଓ ବାଂଲାଦେଶ ମଧ୍ୟରେ ମୋଟ ୭ଟି ଟେଷ୍ଟ୍ ମ୍ୟାଚ୍ ହୋଇଛି। ଏଥିରୁ ଭାରତ ୬ଟିରେ ବିଜୟୀ ହୋଇଥିବା ବେଳେ ଗୋଟିଏ ଡ୍ର ରହିଥିଲା।

ଗୋଟିଏ ଟେଷ୍ଟ୍ ସହିତ ଭାରତ ବାଂଲାଦେଶରେ ତିନୋଟି ଏକ ଦିବସୀୟ ମ୍ୟାଚ୍ ମଧ୍ୟ ଖେଳିବ। ତେବେ ଏକ ଦିବସୀୟ ମ୍ୟାଚଗୁଡ଼ିକର ନେତୃତ୍ୱ ନେବେ ଧୋନୀ। ଦିନିକିଆ ଟିମରେ ସ୍ଥାନ ପାଇଥିବା ଅନ୍ୟ ଖେଳାଳିମାନେ ପରେ ବାଂଲାଦେଶ ଯିବେ।

Related story