ପ୍ରଥମ ଟେଷ୍ଟ: ଧନଞ୍ଜୟଙ୍କ ସ୍ପିନ୍ ଜାଲରେ ଫସିଲା ନ୍ୟୁଜିଲ୍ୟାଣ୍ଡ୍

ଗଲ୍: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ବର୍ଷା ପ୍ରଭାବିତ ରହିଛି। ବର୍ଷା ଯୋଗୁ ପ୍ରଥମ ଦିନରେ କେବଳ ୬୮ ଓଭର ଖେଳ ସମ୍ଭବ ହୋଇଛି। ଗଲ୍ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟର ପ୍ରଥମ ଦିବସରେ ନ୍ୟୁଜିଲ୍ୟାଣ୍ଡ୍ ଷ୍ଟମ୍ପ ଅପସାରଣ ବେଳକୁ ୫ ୱିକେଟରେ ୨୦୩ ରନ୍ କରିଛି। ଅନ୍ତିମ ସେସନରେ ବର୍ଷା ଯୋଗୁ ମ୍ୟାଚ୍ ପୁଣିଥରେ ଆରମ୍ଭ ହୋଇପାରିନଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ରସ୍ ଟେଲର୍ ୮୬ ଓ ମିଚେଲ୍ ସାଣ୍ଟନର୍ […]

akila

Ranjit Kumar Jena
  • Published: Wednesday, 14 August 2019
  • , Updated: 14 August 2019, 08:33 PM IST

ଗଲ୍: ଶ୍ରୀଲଙ୍କା ଓ ନ୍ୟୁଜିଲ୍ୟାଣ୍ଡ୍ ମଧ୍ୟରେ ଏଠାରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟ ବର୍ଷା ପ୍ରଭାବିତ ରହିଛି। ବର୍ଷା ଯୋଗୁ ପ୍ରଥମ ଦିନରେ କେବଳ ୬୮ ଓଭର ଖେଳ ସମ୍ଭବ ହୋଇଛି। ଗଲ୍ ଇଣ୍ଟରନ୍ୟାଶନାଲ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ଟେଷ୍ଟର ପ୍ରଥମ ଦିବସରେ ନ୍ୟୁଜିଲ୍ୟାଣ୍ଡ୍ ଷ୍ଟମ୍ପ ଅପସାରଣ ବେଳକୁ ୫ ୱିକେଟରେ ୨୦୩ ରନ୍ କରିଛି। ଅନ୍ତିମ ସେସନରେ ବର୍ଷା ଯୋଗୁ ମ୍ୟାଚ୍ ପୁଣିଥରେ ଆରମ୍ଭ ହୋଇପାରିନଥିଲା। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ରସ୍ ଟେଲର୍ ୮୬ ଓ ମିଚେଲ୍ ସାଣ୍ଟନର୍ ୮ ରନ୍ କରି ଅପରାଜିତ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡର ୫ଟି ଯାକ ୱିକେଟ୍ ଶ୍ରୀଲଙ୍କା ସ୍ପିନର ଅକିଲା ଧନଞ୍ଜୟ ନେଇଛନ୍ତି।

ମ୍ୟାଚରେ କିୱି କ୍ୟାପଟେନ୍ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। କିୱି ଟିମକୁ ଭଲ ଶୁଭାରମ୍ଭ ମିଳିଥିଲା, କିନ୍ତୁ ଅଫ୍ ସ୍ପିନର୍ ଧନଞ୍ଜୟ ଭ୍ରମଣକାରୀ ଟିମକୁ ମଧ୍ୟକ୍ରମରେ ସମସ୍ୟାରେ ପକାଇଥିଲେ। ଅକିଲା ପ୍ରଥମେ ଟମ୍ ଲାଥାମ (୩୦) ଏବଂ ଜୀତ୍ ରାଭାଲ୍ (୩୩)ଙ୍କ ମଧ୍ୟରେ ହୋଇଥିବା ୬୪ ରନର ଭାଗୀଦାରୀକୁ ଭାଙ୍ଗିଥିଲେ। ସେ ଲାଥାମଙ୍କୁ ନିଜର ପ୍ରଥମ ଶିକାର ବନାଇଥିଲେ ଏବଂ ଦୁଇ ବଲ୍ ପରେ ନ୍ୟୁଜିଲ୍ୟାଣ୍ଡ୍ କ୍ୟାପଟେନ୍ ୱିଲିୟମସନଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ।

ସ୍କୋର ୭୧ ଥିବା ବେଳେ ଅକିଲା ଭ୍ରମଣକାରୀ ଦଳର ରାଭାଲଙ୍କୁ ଆଉଟ୍ କରିଥିଲେ। ଏହାପରେ ମଧ୍ୟକ୍ରମରେ ଟେଲର୍ ଓ ହେନରୀ ନିକୋଲ୍ସ ନ୍ୟୁଜିଲ୍ୟାଣ୍ଡ୍ ସ୍ଥିତି ସମ୍ଭାଳିଥିଲେ ଏବଂ ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୧୦୦ ଯୋଡ଼ି ଥିଲେ। ନିକୋଲ୍ସ ୪୨ ରନ୍ କରି ଧନଞ୍ଜୟଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ବିଜେ ୱାଟଲିଙ୍ଗ୍ (୧)ଙ୍କୁ ଧନଞ୍ଜୟ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ଟେଲର ଓ ସାଣ୍ଟନର୍ ୨୪ ରନ୍ ଯୋଡ଼ି ଅପରାଜିତ ଅଛନ୍ତି। ଟେଲର ନିଜ ଇନିଂସରେ ୧୩୧ ବଲର ସାମ୍ନା କରି ୬ ଚୌକା ମାରିଛନ୍ତି।

Related story