୨୪ ଘଣ୍ଟା ପୂର୍ବରୁ ବାହା ହୋଇଥିଲେ ଧନଞ୍ଜୟ; ପଡ଼ିଆରେ ଉଡ଼ାଇ ଦେଇଥିଲେ ଭାରତର ହୋସ୍‌

ପାଲେକେଲ: ଗତକାଲି ଦ୍ୱିତୀୟ ଦିନିକିଆକୁ ଶ୍ରୀଲଙ୍କା ଜିତୁ ଜିତୁ ହାରି ଗଲା। ଆଉ ଭାରତ ହାରୁ ହାରୁ ଧୋନି ଓ ଭୁବନେଶ୍ୱର କୁମାରଙ୍କ ଯୋଗୁଁ ଜିତି ଗଲା। ଏହି ମ୍ୟାଚ୍‌କୁ ଜିତିବା ପାଇଁ ଶ୍ରୀଲଙ୍କା ପାଇଁ ଆଶା ସଂଚାର କରିଥିଲେ ଯୁବ ବୋଲର ଧନଞ୍ଜୟ ପେରେରା। ସେ ୧୦ ଓଭରରେ ୫୪ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ। ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଆଗରେ ୪୭ ଓଭରରେ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। […]

dhanjay

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 09:40 AM IST

ପାଲେକେଲ: ଗତକାଲି ଦ୍ୱିତୀୟ ଦିନିକିଆକୁ ଶ୍ରୀଲଙ୍କା ଜିତୁ ଜିତୁ ହାରି ଗଲା। ଆଉ ଭାରତ ହାରୁ ହାରୁ ଧୋନି ଓ ଭୁବନେଶ୍ୱର କୁମାରଙ୍କ ଯୋଗୁଁ ଜିତି ଗଲା। ଏହି ମ୍ୟାଚ୍‌କୁ ଜିତିବା ପାଇଁ ଶ୍ରୀଲଙ୍କା ପାଇଁ ଆଶା ସଂଚାର କରିଥିଲେ ଯୁବ ବୋଲର ଧନଞ୍ଜୟ ପେରେରା। ସେ ୧୦ ଓଭରରେ ୫୪ ରନ୍ ଦେଇ ୬ଟି ୱିକେଟ୍ ନେଇଥିଲେ।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚ୍‌ରେ ଭାରତ ଆଗରେ ୪୭ ଓଭରରେ ୨୩୧ ରନ୍‌ର ବିଜୟ ଲକ୍ଷ୍ୟ ଥିଲା। ଦୁଇ ଭାରତୀୟ ଓପନର ବେଶ୍‌ ଆରମରେ ବିଜୟ ଲକ୍ଷ୍ୟ ଆଡ଼କୁ ଅଗ୍ରସର ହେଉଥିଲେ। ତେବେ ଦଳୀୟ ସ୍କୋର ୧୦୯ରେ ପହଞ୍ଚିଥିବା ବେଳେ ଭାରତକୁ ପ୍ରଥମ ଝଟ୍‌କା ଦେଇଥିଲେ ଧନଞ୍ଜୟ। ରୋହିତ ଶର୍ମାଙ୍କୁ ସେ ଆଉଟ୍ କରି ଦେଇଥିଲେ। ଚାରି ରନ୍ ପରେ ଦଳକୁ ଲାଗିଥିଲା ଆଉ ଏକ ଝଟକା। ଆଉଟ୍ ହୋଇଥିଲେ ଶିଖର ଧାୱନ। ତାଙ୍କ ୱିକେଟ୍ ନେଇଥିଲେ ମାଥ୍ୟୁସ୍‌। ତେବେ ତା’ପରେ ଅଚାନକ ସୃଷ୍ଟି ହୋଇଥିଲା ଝଡ଼। ଧନଞ୍ଜୟ ପେରେରା ନେଇଥିଲେ ଝଡ଼ର ରୂପ। ଗୋଟିଏ ପରେ ଗୋଟିଏ ପାଞ୍ଚୋଟି ୱିକେଟ୍ ନେଇଥିଲେ। କେଦାର ଯାଦବ, ଲୋକେଶ ରାହୁଲ,ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା ଓ ଅକ୍ଷର ପଟେଲଙ୍କୁ ଆଉଟ୍ କରି ଥିଲେ ଧନଞ୍ଜୟ। ଏମାନଙ୍କ ମଧ୍ୟରୁ କେହି ବି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଖାତା ଖୋଲି ପାରି ନଥିଲେ। ୧୩୧ରନ୍‌ରେ ୭ଟି ୱିକେଟ୍ ଯିବା ପରେ ଶ୍ରୀଲଙ୍କା ବିଜୟର ସୁଯୋଗ ପାଇଥିଲା। ତେବେ ଧୋନୀ ଓ ଭୁବନେଶ୍ୱର କୁମାର ଏହା ହେବାକୁ ଦେଇ ନ ଥିଲେ।

୨୪ ଘଣ୍ଟା ପୂର୍ବରୁ ବିବାହ କରିଥିଲେ

କିଛି ସମୟ ପାଇଁ ଭାରତର ହୋସ୍ ଉଡ଼ାଇ ଦେଇଥିବା ଧନଞ୍ଜୟ ପଡ଼ିଆକୁ ଓହ୍ଲାଇବାର ୨୪ ଘଣ୍ଟା ପୂର୍ବରୁ ବିବାହ କରିଥିଲେ। ହନିମୁନ୍‌ରେ ଯିବା ବଦଳରେ ଦେଶ ପାଇଁ ଖେଳିବାକୁ ପଡ଼ିଆକୁ ଓହ୍ଲାଇଥିଲେ। ୨୩ ବର୍ଷୀୟ ଧନଞ୍ଜୟ ଅଗଷ୍ଟ ୨୩ ତାରିଖରେ କୋଲମ୍ବୋରେ ବିବାହ କରିଥିଲେ। ଗର୍ଲଫ୍ରେଣ୍ଡ ନତାଲୀ ତୋକ୍ସିନୀଙ୍କୁ ସେ ବିବାହ କରିଛନ୍ତି।

ଧନଞ୍ଜୟଙ୍କ କ୍ୟାରିୟର

  • ଗତକାଲି ଧନଞ୍ଜୟ ନିଜ ଦିନିକିଆ କ୍ୟାରିୟରର ଚତୁର୍ଥ ମ୍ୟାଚ୍ ଖେଳିଥିଲେ। ଏହା ପୂର୍ବରୁ ସେ ତିନୋଟି ମ୍ୟାଚ୍‌ରୁ ୫ଟି ୱିକେଟ୍ ହାସଲ କରିଥିଲେ। ଏବେ ତାଙ୍କ ଖାତାରେ ୧୧ଟି ୱିକେଟ୍‌ ହୋଇଛି।
  • ସେ ଆଇପିଏଲ୍ ମଧ୍ୟ ଖେଳି ସାରିଛନ୍ତି। ୨୦୧୩ରେ ଚେନ୍ନାଇ ସୁପର କିଙ୍ଗସ ତାଙ୍କୁ ୧୦.୫ ଲକ୍ଷ ଟଙ୍କାରେ କିଣି ଥିଲା।
  • ୨୦୧୨ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଧନଞ୍ଜୟ ଦିନିକିଆ ଡେବ୍ୟୁ କରିଥିଲେ। ଏହା ପରେ ୫ ବର୍ଷରେ ମାତ୍ର ୩ଟି ମ୍ୟାଚ୍ ଖେଳି ଥିଲେ।

Related story