ଗାଙ୍ଗୁଲି, ଡ୍ରାଭିଡ୍‌, ସେହୱାଗ ଓ ଗମ୍ଭୀରଙ୍କୁ କେମିତି ଟିମ୍‌ରୁ କାଢ଼ିଥିଲେ ଧୋନି

ନୂଆଦିଲ୍ଲୀ: ଭାରତକୁ ଟି-୨୦ ଓ ଦିନିକିଆ ବିଶ୍ୱକପ୍‌ ଦେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନି ଖୁବ୍‌ଶୀଘ୍ର ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ମଧ୍ୟ ବାଏବାଏ କହିବେ। ତେବେ ଧୋନି କେବେ ଅବସର ନେବେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି। ଅନ୍ୟପକ୍ଷରେ ଧୋନି ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲା ବେଳେ ନେଇଥିବା କିଛି ନିଷ୍ପତ୍ତି ଏବେ ବି ଲୋକେ ମନେ ରଖିଛନ୍ତି। […]

y

Hemant Lenka
  • Published: Saturday, 20 July 2019
  • , Updated: 20 July 2019, 04:27 PM IST

ନୂଆଦିଲ୍ଲୀ: ଭାରତକୁ ଟି-୨୦ ଓ ଦିନିକିଆ ବିଶ୍ୱକପ୍‌ ଦେଇଥିବା ମହେନ୍ଦ୍ର ସିଂହ ଧୋନିଙ୍କ କ୍ରିକେଟ କ୍ୟାରିୟରକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଥିବା ଧୋନି ଖୁବ୍‌ଶୀଘ୍ର ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌କୁ ମଧ୍ୟ ବାଏବାଏ କହିବେ। ତେବେ ଧୋନି କେବେ ଅବସର ନେବେ, ତା’କୁ ନେଇ ଚର୍ଚ୍ଚା ଜାରି ରହିଛି।

ଅନ୍ୟପକ୍ଷରେ ଧୋନି ଟିମ୍‌ ଇଣ୍ଡିଆର ଅଧିନାୟକ ଥିଲା ବେଳେ ନେଇଥିବା କିଛି ନିଷ୍ପତ୍ତି ଏବେ ବି ଲୋକେ ମନେ ରଖିଛନ୍ତି। ଧୋନି କେମିତି ସୌରଭ ଗାଙ୍ଗୁଲି, ରାହୁଲ ଡ୍ରାଭିଡ୍‌, ବୀରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀରଙ୍କ କ୍ରିକେଟ କ୍ୟାରିୟରରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ, ଏବେ ବି ସେକଥା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

୨୦୦୮ରୁ ୨୦୧୧ ବିଶ୍ୱକପ ଚିନ୍ତା:

୨୦୦୮ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ତ୍ରିପାକ୍ଷିକ ସିବି ସିରିଜ୍‌ ପୂର୍ବରୁ ଧୋନି ଏକ ବଡ଼ ପଦକ୍ଷେପ ନେଇଥିଲେ। ସେ ଚୟନ କମିଟିକୁ ସୌରଭ ଗାଙ୍ଗୁଲି ଓ ରାହୁଲ ଡ୍ରାଭିଡ୍‌ଙ୍କ ଭଳି ଖେଳାଳିଙ୍କୁ ଦିନିକିଆରୁ ବାଦ ଦେବାକୁ ପରାମର୍ଶ ଦେଇଥିଲେ। କାରଣ ଉଭୟ ଭଲ ଫିଲ୍ଡର ନୁହନ୍ତି ବୋଲି ଧୋନି ମତ ଦେଇଥିଲେ।

ଏହି ସିରିଜ୍‌ରେ ଧୋନିଙ୍କ ରଣନୀତି କାମ ଦେଇଥିଲା ଏବଂ ଭାରତ ବିଜୟୀ ମଧ୍ୟ ହୋଇଥିଲା। ଏଥିସହ ୨୦୧୧ ବିଶ୍ୱକପ ଟିମର ମୂଳଦୁଆ ମଧ୍ୟ ପଡ଼ିଥିଲା। ଏହି ସିରିଜ୍‌ରେ ହିଁ ଗୌତମ ଗମ୍ଭୀର ଓ ସୁରେଶ ରାଇନାଙ୍କ ଭଳି ଖେଳାଳିଙ୍କୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ୨୦୧୧ ବିଶ୍ୱକପରେ ଏହି ଖେଳାଳିମାନେ ହିଁ ଭାରତର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

୨୦୧୨ରେ ଧୋନି କହିଥିଲେ, “ଆମେ ଏମିତି ଖେଳାଳିଙ୍କୁ ସୁଯୋଗ ଦେବା ଦରକାର, ଯେଉଁମାନେ ୨୦୧୫ରେ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ୱକପ୍‌ରେ ପୁଣି ଏଠାକୁ ଖେଳିବାକୁ ଆସିବେ। ଏବେ ଯେଉଁମାନେ ଖେଳୁଛନ୍ତି, ସେମାନେ ଯେ ୨୦୧୫ରେ ଏଠାକୁ ଆସିବେ କି ନାହିଁ, କହିହେବ ନାହିଁ।

ସଚିନ, ବୀରୁ(ବୀରେନ୍ଦ୍ର ସେହୱାଗ), ଗୌତମ(ଗୌତମ ଗମ୍ଭୀର) ଏପରି କି ମୁଁ ମଧ୍ୟ ଏଠାକୁ ନ ଆସିପାରୁ। କାରଣ ଆମ ସମସ୍ତଙ୍କ ବୟସ ୩୦ରୁ ଅଧିକ ହେଲାଣି। ଅଷ୍ଟ୍ରେଲିଆର ସବୁ ପଡ଼ିଆ ବେଶ ବଡ଼। ତେଣୁ ଆମେ ଯୁବ ଖେଳାଳିଙ୍କୁ ସୁଯୋଗ ଦେବା କଥା।”

୨୦୧୨ରେ ରୋଟେସନ ପଲିସି:

୨୦୧୨ ସିବି ସିରିଜ୍‌ ବେଳେ ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହୱାଗ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରୁ ଧୋନି ପ୍ରତି ମ୍ୟାଚରେ ଦୁଇ ଜଣଙ୍କୁ ହିଁ ସୁଯୋଗ ଦେଉଥିଲେ। ସେମାନେ ଧିମା ବ୍ୟାଟିଂ କରୁଥିବାରୁ ଧୋନି ଏଭଳି ନିଷ୍ପତ୍ତି ନେଇଥିଲେ। ଯେଉଁଥିପାଇଁ ତ୍ରିପାକ୍ଷିକ ସିରିଜ୍‌ରେ ଟିମ୍‌ ଇଣ୍ଡିଆ ଫାଇନାଲ ଖେଳି ପାରି ନଥିଲା।

୨୦୧୨ରେ ସେହୱାଗ କହିଥିଲେ,ଧୋନି ଆମକୁ ଯୁବ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଥିବା କଥା କହିଥିଲେ। ଯୁବ ଖେଳାଳିମାନେ ହିଁ ୨୦୧୫ ବିଶ୍ୱକପ ଖେଳିବେ। ସେ ଯେହେତୁ ଅଧିନାୟକ ଥିଲେ, ତେଣୁ ସେ ଯାହା ଚାହୁଁଛନ୍ତି, ସେଇଆ କହୁଛନ୍ତି।

୨୦୧୮ରେ ଗୌତମ ଗମ୍ଭୀର ମଧ୍ୟ ନିଜ ମନର କଥା କହିଥିଲେ। ସେ କହିଥିଲେ, “୨୦୧୨ ସିବି ସିରିଜ୍‌ ସମୟରେ ଧୋନି ୨୦୧୫ ବିଶ୍ୱକପ କଥା ଚିନ୍ତା କରିଥିଲେ।

ଏଥିପାଇଁ ସେ ଆମ ୩ ଜଣଙ୍କୁ(ସଚିନ, ସେହୱାଗ ଓ ଗମ୍ଭୀର) ଏକାଠି ଖେଳାଇବାକୁ ଚାହୁଁ ନଥିଲେ। ଏହା ଆମ ପାଇଁ ଝଟକା ଥିଲା। ୨୦୧୨ରେ ଆମକୁ କେହି ବି ୨୦୧୫ ବିଶ୍ୱକପ ଆମ ଖେଳିବୁ ନାହିଁ ବୋଲି କହି ନଥିଲେ।”

Related story