ଧୋନୀ ବିଶ୍ୱର ସବୁଠୁ ଧନୀ କ୍ରିକେଟର୍

ନ୍ୟୁୟର୍କ: ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ କ୍ରିକେଟର୍। ଫୋବର୍ସ ପତ୍ରିକା ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ୱର ଧନୀ ଖେଳାଳିଙ୍କ ସୂଚୀରେ ଧୋନୀ ଏକମାତ୍ର କ୍ରିକେଟର୍ ଭାବେ ସ୍ଥାନ ପାଇଛନ୍ତି।  ଏହା ସହିତ ଭାରତର ଏକମାତ୍ର ଖେଳାଳି ଭାବେ ମଧ୍ୟ ସେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାର ୨୩ ନମ୍ବର ସ୍ଥାନରେ ରହିଛନ୍ତି ଧୋନୀ। ଏଥିରେ ତାଙ୍କର ରୋଜଗାର ୩୧ ମିଲିୟନ ଡଲାର ବୋଲି […]

dhonidhanee

Rakesh Mallick
  • Published: Thursday, 11 June 2015
  • , Updated: 11 June 2015, 01:29 PM IST

ନ୍ୟୁୟର୍କ: ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ହେଉଛନ୍ତି ବିଶ୍ୱର ସବୁଠୁ ଧନୀ କ୍ରିକେଟର୍। ଫୋବର୍ସ ପତ୍ରିକା ପକ୍ଷରୁ ସଦ୍ୟ ପ୍ରକାଶିତ ବିଶ୍ୱର ଧନୀ ଖେଳାଳିଙ୍କ ସୂଚୀରେ ଧୋନୀ ଏକମାତ୍ର କ୍ରିକେଟର୍ ଭାବେ ସ୍ଥାନ ପାଇଛନ୍ତି।  ଏହା ସହିତ ଭାରତର ଏକମାତ୍ର ଖେଳାଳି ଭାବେ ମଧ୍ୟ ସେ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏହି ତାଲିକାର ୨୩ ନମ୍ବର ସ୍ଥାନରେ ରହିଛନ୍ତି ଧୋନୀ। ଏଥିରେ ତାଙ୍କର ରୋଜଗାର ୩୧ ମିଲିୟନ ଡଲାର ବୋଲି ଉଲ୍ଲେଖ କରାଯାଇଛି। ୨୦୧୪ ଜୁନ୍ ମାସରୁ ୨୦୧୫ ଜୁନ୍ ମାସ ମଧ୍ୟରେ ସେ ଏହି ଅର୍ଥ ରୋଜଗାର କରିଛନ୍ତି। ଏହି ରୋଜଗାର ମଧ୍ୟରେ ରହିଛି ଦରମା, ପୁରସ୍କାର ଅର୍ଥ, ବୋନସ୍ ଓ ବିଜ୍ଞାପନ ବାବଦ ଅର୍ଥ।  ଏହି ସମୟ ମଧ୍ୟରେ ସେ ୪ ମିଲିୟମନ ଡଲାର ସେ ଦରମା ଓ ପୁରସ୍କାର ବାବଦକୁ ରୋଜଗାର କରିଛନ୍ତି। ସେହିପରି ବାକି ୨୭ ମିଲିୟନ ଡଲାର ସେ ବିଜ୍ଞାପନରୁ ଆୟ କରିଛନ୍ତି।

ପତ୍ରିକାରେ ଏହା ବି ଉଲ୍ଲେଖ କରାଯାଇଛି ଯେ ୨୦୧୫ କ୍ରିକେଟ୍ ବିଶ୍ୱକପରେ ଭାରତକୁ ସେମି ଫାଇନାଲକୁ ନେବାରେ ତାଙ୍କର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିଲା। ସେହିପରି ୮ଟି ଆଇପିଏଲରେ ସେ ଚେନ୍ନାଇ ସୁପର କିଙ୍ଗସକୁ ୬ ଥର ଫାଇନାଲକୁ ନେଇଥିଲେ। ଏହା ବ୍ୟତୀତ ସେ ହେଉଛନ୍ତି ‘ଏମଏସ ଧୋନୀ- ଦ ଅନଟୋଲ୍ଡ ଷ୍ଟୋରୀ’ ଫିଲ୍ମରସହ-ନିର୍ମାତା।

ସୂଚନାଯୋଗ୍ୟ, ଗତବର୍ଷ ଫୋବର୍ସ ଧନୀ ତାଲିକାର ୨୨ ନମ୍ବର ସ୍ଥାନରେ ରହିଥିଲେ ଧୋନୀ।

ଏଥର ଫୋବର୍ସ ପତ୍ରିକାର ଏହି ଧନୀ ଖେଳାଳିଙ୍କ ତାଲିକାର ଶୀର୍ଷରେ ରହିଛନ୍ତି ବକ୍ସର ମେୱେଦର। ତାଙ୍କର ରୋଜଗାର ୩୦୦ ମିଲିୟନ ଡଲାର ବୋଲି ଦର୍ଶାଯାଇଛି। ଏହି ରୋଜଗାର ସହିତ ସେ ଗଲଫ୍ ଖେଳାଳି ଟାଇଗର ଉଡ୍ସଙ୍କ ୧୧୫ ମିଲିୟନ ଡଲାରର ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଫୁଟବଲ ତାରକା କ୍ରିଷ୍ଟିୟାନୋ ରୋନାଲ୍ଡୋ ତୃତୀୟ ଓ ମେସି ୪ର୍ଥ ସ୍ଥାନରେ ରହିଛନ୍ତି। ସେହିପରି ଟେନିସ୍ ତାରକା ରୋଜର ଫେଡେରର୍ ୬୭ ମିଲିୟନ ଡଲାର ସହ ୫ମ ସ୍ଥାନରେ ରହିଛନ୍ତି।

ଏହି ତାଲିକାରେ ମାତ୍ର ଦୁଇ ଜଣ ମହିଳା ଖେଳାଳି ସ୍ଥାନ ପାଇଛନ୍ତି। ସେମାନେ ହେଲେ ଟେନିସ୍ ଷ୍ଟାର୍ ମାରିଆ ସାରାପୋଭା ଓ ସେରେନା ୱିଲିୟମ୍ସ। ସାରାପୋଭା ୨୬ ନମ୍ବର ସ୍ଥାନରେ ଥିବା ବେଳେ ସେରେନା ୪୭ ନମ୍ବର ସ୍ଥାନରେ ରହିଛନ୍ତି।

Related story