ସିଏସ୍‌କେ ପ୍ରଶଂସକ ପାଇଁ ଖୁସି ଖବର: ପୁଣି ଫେରିବେ ଏହି ଷ୍ଟାର୍ କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍‌ ତଥା ପୂର୍ବତନ ଅଧିନାୟକ ଧୋନୀ ପୁଣିଥରେ ଆଇପିଏଲ୍‌ରେ ନିଜ ପୁରୁଣା ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳିବେ। ଆଇପିଏଲ ଗଭର୍ଣ୍ଣିଂ କାଉନ୍‌ସିଲ ବୁଧବାର ଏହି ସୂଚନା ଦେଇଛି। ଗଭର୍ଣ୍ଣିଂ କାଉନ୍‌ସିଲ କହିଛି ଯେ ଗତ ଦୁଇ ସିଜିନ୍‌ରେ ସିଏସ୍‌କେ ଓ ରାଜସ୍ଥାନ ରୟାଲ୍ସ ବାସନ୍ଦ ହୋଇଥିବା ବେଳେ ଆଗାମୀ ସିଜିନ୍‌ ଠାରୁ ଆଇପିଏଲ୍‌ରେ ଖେଳିବେ। ଏହି ଦୁଇ ଟିମ୍‌ ନିଜ ନିଜର ପୁରୁଣା ୫ ଜଣ ଖେଳାଳିଙ୍କୁ ପୁଣି […]

CSK

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 06:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର୍‌ ତଥା ପୂର୍ବତନ ଅଧିନାୟକ ଧୋନୀ ପୁଣିଥରେ ଆଇପିଏଲ୍‌ରେ ନିଜ ପୁରୁଣା ଟିମ୍‌ ଚେନ୍ନାଇ ସୁପର କିଙ୍ଗ୍ସରେ ଖେଳିବେ। ଆଇପିଏଲ ଗଭର୍ଣ୍ଣିଂ କାଉନ୍‌ସିଲ ବୁଧବାର ଏହି ସୂଚନା ଦେଇଛି। ଗଭର୍ଣ୍ଣିଂ କାଉନ୍‌ସିଲ କହିଛି ଯେ ଗତ ଦୁଇ ସିଜିନ୍‌ରେ ସିଏସ୍‌କେ ଓ ରାଜସ୍ଥାନ ରୟାଲ୍ସ ବାସନ୍ଦ ହୋଇଥିବା ବେଳେ ଆଗାମୀ ସିଜିନ୍‌ ଠାରୁ ଆଇପିଏଲ୍‌ରେ ଖେଳିବେ। ଏହି ଦୁଇ ଟିମ୍‌ ନିଜ ନିଜର ପୁରୁଣା ୫ ଜଣ ଖେଳାଳିଙ୍କୁ ପୁଣି ଥରେ କିଣି ପାରିବେ। ଏହି ଦୁଇ ଫ୍ରାଞ୍ଚାଇଜ୍‌ ୩ଜଣ ଭାରତୀୟ ଓ ୨ଜଣ ବିଦେଶୀଙ୍କୁ  କିଣି ପାରିବେ।

ପ୍ରତ୍ୟେକ ଟିମ୍‌ ୨୫ ଜଣ ଖେଳାଳିଙ୍କୁ ନିଜ ଟିମ୍‌ରେ ରଖିପାରିବେ। ଟିମ୍‌ରେ ୧୭ଜଣ ଭାରତୀୟ ଓ ୮ଜଣ ବିଦେଶୀ ଖେଳାଳି ରହିବେ। ୨୦୧୩ରେ ସ୍ପଟ୍‌ ଫିକ୍ସିଂ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ଆଇପିଏଲରୁ ଦୁଇ ବର୍ଷ ବାସନ୍ଦ ହୋଇଥିଲେ। ଫଳରେ ଧୋନୀ ପୁଣେ ଟିମ୍‌ରେ ଖେଳୁଥିଲେ।

Related story