ଟିମ ଇଣ୍ଡିଆକୁ ଫେରିବେ ଧୋନି, ଚୟନ କମିଟି ରଖିଲା ଏମିତି ସର୍ତ୍ତ

ରାଜକୋଟ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁ ନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ଆସିଛି। ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍‌ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିପାଇଁ ଧୋନିଙ୍କ ଆଗରେ ଚୟନ କମିଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି। ଧୋନି ଟିମ ଇଣ୍ଡିଆ ସ୍କ୍ୱାଡକୁ ଫେରିବାକୁ ହେଲେ, ତାଙ୍କୁ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ […]

d

Hemant Lenka
  • Published: Monday, 09 March 2020
  • , Updated: 09 March 2020, 03:25 PM IST

ରାଜକୋଟ: ୨୦୧୯ ବିଶ୍ୱକପ ପରେ ଟିମ୍‌ ଇଣ୍ଡିଆ ପାଇଁ କ୍ରିକେଟ ଖେଳୁ ନଥିବା ମହେନ୍ଦ୍ର ସିଂହ ଧୋନିଙ୍କୁ ନେଇ ବଡ଼ ଖବର ଆସିଛି। ଧୋନି ଆଗାମୀ ଟି-୨୦ ବିଶ୍ୱକପ ବେଳକୁ ଟିମ୍‌ ଇଣ୍ଡିଆକୁ ଫେରିବାର ଯଥେଷ୍ଟ ସମ୍ଭାବନା ରହିଥିବା ଚୟନ କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏଥିପାଇଁ ଧୋନିଙ୍କ ଆଗରେ ଚୟନ କମିଟି ପକ୍ଷରୁ କିଛି ନିର୍ଦ୍ଦିଷ୍ଟ ସର୍ତ୍ତ ରଖାଯାଇଛି।

ଧୋନି ଟିମ ଇଣ୍ଡିଆ ସ୍କ୍ୱାଡକୁ ଫେରିବାକୁ ହେଲେ, ତାଙ୍କୁ ଚଳିତ ଆଇପିଏଲରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ଯଦି ସେ ଭଲ ପ୍ରଦର୍ଶନ କରିନ୍ତି, ତା’ହେଲେ ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ ବେଳକୁ ତାଙ୍କୂ ଚୟନ ପ୍ରକ୍ରିୟାରେ ସାମିଲ କରାଯିବ ବୋଲି ବିସିସିଆଇ ସୂତ୍ରରୁ ଜଣାପଡ଼ିଛି।

ଚୟନ କମିଟିର ଅଧ୍ୟକ୍ଷ ହେବା ପରେ ସୁନୀଲ ଯୋଶୀଙ୍କ ଅଧ୍ୟକ୍ଷତାରେ ରବିବାର ପ୍ରଥମ ବୈଠକ ବସିଥିଲା। ଏହି ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଖେଳାଳି ଚୟନ କରିଥିଲା। ଏହି ବୈଠକରେ ଧୋନିଙ୍କ ସମ୍ପର୍କରେ କିଛି ସମୟ ପାଇଁ ଆଲୋଚନା ହୋଇଥିଲା।

ଆଲୋଚନା ସମ୍ପର୍କରେ ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ଖେଳାଳି ଚୟନ ପାଇଁ ବୈଠକ ବସିଥିଲା। ଟିମ୍‌ ଚୟନ ବେଳେ ପୂର୍ବଭଳି ଧୋନିଙ୍କୁ ଏଥିରେ ସାମିଲ କରାଯାଇ ନଥିଲା। ଧୋନିଙ୍କ ଭିବଷ୍ୟତ ବାବଦରେ ମଧ୍ୟ ବିସ୍ତୃତ ଭାବେ କୌଣସି ଆଲୋଚନା ହୋଇ ନଥିଲା।

ତେବେ ଧୋନି ଆଇପିଏଲରେ ଭଲ ପ୍ରଦର୍ଶନ କଲେ, ତାଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବ। କେବଳ ଧୋନି କାହିଁକି ବହୁ ବରିଷ୍ଠ ଓ ଯୁବ ଖେଳାଳି ମଧ୍ୟ ଆଇପିଏଲ ଖେଳିବେ। ଯଦି ସେମାନେ ବି ଭଲ ଖେଳିବେ, ତା’ହେଲେ ସମସ୍ତଙ୍କୁ ଚୟନ ପ୍ରକ୍ରିୟାରେ ସାମିଲ କରାଯିବ। ତେଣୁ ଆପଣମାନେ କିଛି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଖେଳାଳିଙ୍କୁ ପରବର୍ତ୍ତୀ ସମୟରେ ଦେଖି ପାରନ୍ତି।”

ଆସନ୍ତା ଅକ୍ଟୋବର ଓ ନଭେମ୍ବର ମାସରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ଖେଳାଯିବ। ଏଥିପାଇଁ ଆଇପିଏଲରେ ଭଲ ପ୍ରଦର୍ଶନ କରିବା ଭିତ୍ତିରେ ଟିମ୍‌ ଇଣ୍ଡିଆର ସ୍କ୍ୱାଡ ଚୟନ କରାଯାଇପାରେ।

ଏହାପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଧୋନିଙ୍କ ଭବିଷ୍ୟତ ନେଇ ସମାନ କଥା କହିଥିଲେ। ଯଦି ଧୋନି ଆଇପିଏଲରେ ଭଲ ପ୍ରଦର୍ଶନ କରନ୍ତି, ତା’ହେଲେ ସେ ପୁଣିଥରେ ଟି-୨୦ ବିଶ୍ୱକପ ଖେଳିବେ।

Related story