ସଚିନଙ୍କ ବିଶ୍ୱକପ୍‌ ଏକାଦଶରେ ନାହାନ୍ତି ଧୋନି

ନୂଆଦିଲ୍ଲୀ: ‘କ୍ରିକେଟର ଭଗବାନ’ କୁହାଯାଉଥିବା ସଚିନ ତେନ୍ଦୁଲକର ୨୦୧୯ ବିଶ୍ୱକପ ପରେ ତାଙ୍କ ପସନ୍ଦର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୫ ଜଣ ଭାରତୀୟ କ୍ରିକେଟରଙ୍କୁ ସ୍ଥାନ ଦେଇଥିଲେ ହେଁ ଭାରତରୁ ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାଁ ନେଇନାହାନ୍ତି। ସଚିନଙ୍କ ବିଶ୍ୱ ଏକାଦଶର ନେତୃତ୍ୱ ବିଶ୍ୱକପ୍‌ ଉପବିଜେତା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ନେବେ। ୫ ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା […]

waa

Hemant Lenka
  • Published: Tuesday, 16 July 2019
  • , Updated: 16 July 2019, 04:03 PM IST

ନୂଆଦିଲ୍ଲୀ: 'କ୍ରିକେଟର ଭଗବାନ' କୁହାଯାଉଥିବା ସଚିନ ତେନ୍ଦୁଲକର ୨୦୧୯ ବିଶ୍ୱକପ ପରେ ତାଙ୍କ ପସନ୍ଦର ଶ୍ରେଷ୍ଠ ଏକାଦଶ ଚୟନ କରିଛନ୍ତି। ଏଥିରେ ସେ ୫ ଜଣ ଭାରତୀୟ କ୍ରିକେଟରଙ୍କୁ ସ୍ଥାନ ଦେଇଥିଲେ ହେଁ ଭାରତରୁ ସବୁଠାରୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନାଁ ନେଇନାହାନ୍ତି।

ସଚିନଙ୍କ ବିଶ୍ୱ ଏକାଦଶର ନେତୃତ୍ୱ ବିଶ୍ୱକପ୍‌ ଉପବିଜେତା ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ ନେବେ। ୫ ଭାରତୀୟଙ୍କ ମଧ୍ୟରେ ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ଯଶପ୍ରୀତ ବୁମ୍ରା ରହିଛନ୍ତି। ସଚିନଙ୍କ ଟିମ୍‌ରେ ରୋହିତ ଓ ଇଂଲିଶ ଓପନର ଜନ୍ନି ବେୟାରଷ୍ଟୋ ଇନିଂସ ଆରମ୍ଭ କରିବେ।

୩ନଂରେ ୱିଲିୟମସନ, ୪ନଂରେ ବିରାଟ, ୫ନଂରେ ବାଲାଂଦେଶ ଅଲରାଉଣ୍ଡର ସାକିବ-ଅଲ ହାସନ, ୬ ନଂରେ ଇଂଲିଶ ଅଲରାଉଣ୍ଡର ବେନ ଷ୍ଟୋକ୍ସ, ୭ନଂରେ ହାର୍ଦ୍ଦିକ ପାଣ୍ଡ୍ୟା, ୮ନଂରେ ରବୀନ୍ଦ୍ର ଜାଡେଜା, ୯ନଂରେ ମିଚେଲ ଷ୍ଟାର୍କ, ୧୦ ନଂରେ ଜୋଫ୍ରା ଆର୍ଚର ଓ ୧୧ ନଂରେ ବୁମ୍ରାଙ୍କୁ ସ୍ଥାନ ଦେଇଛନ୍ତି। ସଚିନଙ୍କ ଟିମ୍‌ରେ ବେୟାରଷ୍ଟୋ ୱିକେଟ କିପର ରହିବେ।

Related story