ଆଇପିଏଲ ୨ଟିମ୍ ପୁଣେ, ରାଜକୋଟ୍ ପାଇଁ ଖେଳାଳି ନିଲାମୀ: ଧୋନୀ ଓ ରାଇନା ସବୁଠାରୁ ଦାମୀ ଖେଳାଳି

ମ୍ବୁମ୍ବାଇ: ଆଇପିଏଲର ଦୁଇ ନୂଆ ଟିମ୍ ପୁଣେ ଓ ରାଜକୋଟ୍ ପାଇଁ ଆଜି ଖେଳାଳି ନିଲାମୀ ହୋଇଛି। ଏଥିରେ ସବୁଠାରୁ ଦାମୀ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା ବିକ୍ରି ହୋଇଛନ୍ତି। ଉଭୟ ୧୨ କୋଟି ୫୦ ଲକ୍ଷ ଲେଖାଏଁ ଟଙ୍କାରେ ବିକ୍ରି ହୋଇଛନ୍ତି।  ପୁଣେ ଧୋନୀଙ୍କ ବ୍ୟତୀତ ପୂର୍ବରୁ ରାଜସ୍ଥାନ ରୟାଲ୍ସରେ ଥିବା ଆଜିଙ୍କ୍ୟ ରାହାଣେଙ୍କୁ କିଣିଛି ୯.୫ କୋଟି ଟଙ୍କାରେ। ଚେନ୍ନାଇର ଆର.ଅଶ୍ୱୀନ ପୁଣେ ଦଳକୁ ଯାଇଛନ୍ତି ୭ କୋଟି […]

dhoni_raina

Rakesh Mallick
  • Published: Tuesday, 15 December 2015
  • , Updated: 15 December 2015, 02:53 PM IST

ମ୍ବୁମ୍ବାଇ: ଆଇପିଏଲର ଦୁଇ ନୂଆ ଟିମ୍ ପୁଣେ ଓ ରାଜକୋଟ୍ ପାଇଁ ଆଜି ଖେଳାଳି ନିଲାମୀ ହୋଇଛି। ଏଥିରେ ସବୁଠାରୁ ଦାମୀ ଖେଳାଳି ଭାବେ ମହେନ୍ଦ୍ର ସିଂ ଧୋନୀ ଓ ସୁରେଶ ରାଇନା ବିକ୍ରି ହୋଇଛନ୍ତି। ଉଭୟ ୧୨ କୋଟି ୫୦ ଲକ୍ଷ ଲେଖାଏଁ ଟଙ୍କାରେ ବିକ୍ରି ହୋଇଛନ୍ତି।  ପୁଣେ ଧୋନୀଙ୍କ ବ୍ୟତୀତ ପୂର୍ବରୁ ରାଜସ୍ଥାନ ରୟାଲ୍ସରେ ଥିବା ଆଜିଙ୍କ୍ୟ ରାହାଣେଙ୍କୁ କିଣିଛି ୯.୫ କୋଟି ଟଙ୍କାରେ। ଚେନ୍ନାଇର ଆର.ଅଶ୍ୱୀନ ପୁଣେ ଦଳକୁ ଯାଇଛନ୍ତି ୭ କୋଟି ୫୦ ଲକ୍ଷ ଟଙ୍କାରେ। ସେହିଭଳି ଷ୍ଟିଭେନ ସ୍ମିଥଙ୍କୁ  ୫.୫ କୋଟି ଓ ଡୁପ୍ଲେସିସଙ୍କୁ ୪ କୋଟି ଟଙ୍କାରେ କିଣିଛି ପୁଣେ।

ସେପଟେ ରାଜକୋଟ ରୈନାଙ୍କ ସହ ରବୀନ୍ଦ୍ର ଜାଡେଜାଙ୍କୁ ୯ କୋଟି ୫୦ ଲକ୍ଷ, ବ୍ରେଣ୍ଡେନ୍ ମ୍ୟାକୁଲମଙ୍କୁ ୭ କୋଟି ୫୦ ଲକ୍ଷ, ଫଲକନରଙ୍କୁ ୫ କୋଟି ଏବଂ ଟ୍ୱେନ୍ ବ୍ରାଭୋଙ୍କୁ ୪ କୋଟି ଟଙ୍କାରେ କିଣିଛି।

ଚେନ୍ନାଇ ଓ ରାଜସ୍ଥାନର ଅନ୍ୟ ଖେଳାଳିମାନେ ଆଇପିଏଲ ନିଲାମିରେ ସାମିଲ ହେବେ। ଫେବ୍ରୁଆରୀ ୬ରେ ହେବ ଏଇ ନିଲାମୀ। ବେଟିଂ ଅଭିଯୋଗ ପ୍ରମାଣିତ ହେବା ପରେ ଆଇପିଏଲରୁ ୨ ବର୍ଷ ପାଇଁ ବାଦ୍ ପଡିଛନ୍ତି ଚେନ୍ନାଇ ସୁପରକିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ। ଏମାନଙ୍କ ସ୍ଥାନରେ ଦୁଇ ନୂଆ ଦଳ ଭାବେ ସାମିଲ ହୋଇଛନ୍ତି ପୁନେ ଓ ରାଜକୋଟ। ଆଇପିଏଲ୍ ସିଜିନ୍ ୯ ଏପ୍ରିଲ ୯ରୁ ଆରମ୍ଭ ହୋଇ ମେ ୨୯ରେ ଶେଷ ହେବ।

Related story