ୱିକେଟ୍‌ କିପିଂ ଛାଡ଼ି ବୋଲିଂ କରିବେ ଧୋନୀ: ଆପଣ ବି ଆଶ୍ଚର୍ଯ୍ୟ ହେବେ ଏହି ଭିଡ଼ିଓ ଦେଖି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ। ଏଥିପାଇଁ ଦୁଇ ଟିମ୍‌ ଧର୍ମଶାଳାରେ ପହଞ୍ଚି ଆଭ୍ୟାସ ଆରମ୍ଭ କରିଛନ୍ତି। ରବିବାର ଦିନ ପ୍ରଥମ ଦିନିକିଆ ଖେଳାଯିବ। ଯେଉଁଥିରେ ଉଭୟ ଟିମ୍‌ ସାମ୍ନାସାମ୍ନି ହେବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଟିମ୍‌ର କ୍ୟାପ୍ଟେନ୍‌ କେହି ବି ହୁଅନ୍ତୁ କିନ୍ତୁ  ପଡ଼ିଆରେ ଧୋନୀଙ୍କ ଠାରୁ ଟିପ୍ସ୍‌ ନେବାକୁ କେହି ଭୁଲନ୍ତି ନାହିଁ। ଟିମ୍‌ରେ […]

Dhoni

Rakesh Mallick
  • Published: Saturday, 09 December 2017
  • , Updated: 09 December 2017, 04:55 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଶ୍ରୀଲଙ୍କା ଓ ଟିମ୍‌ ଇଣ୍ଡିଆ ମଧ୍ୟରେ ହେବାକୁ ଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ ଧର୍ମଶାଳାରେ ଖେଳାଯିବ। ଏଥିପାଇଁ ଦୁଇ ଟିମ୍‌ ଧର୍ମଶାଳାରେ ପହଞ୍ଚି ଆଭ୍ୟାସ ଆରମ୍ଭ କରିଛନ୍ତି। ରବିବାର ଦିନ ପ୍ରଥମ ଦିନିକିଆ ଖେଳାଯିବ। ଯେଉଁଥିରେ ଉଭୟ ଟିମ୍‌ ସାମ୍ନାସାମ୍ନି ହେବେ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଟିମ୍‌ ଇଣ୍ଡିଆ ପଡ଼ିଆକୁ ଓହ୍ଲାଇବ। ଟିମ୍‌ର କ୍ୟାପ୍ଟେନ୍‌ କେହି ବି ହୁଅନ୍ତୁ କିନ୍ତୁ  ପଡ଼ିଆରେ ଧୋନୀଙ୍କ ଠାରୁ ଟିପ୍ସ୍‌ ନେବାକୁ କେହି ଭୁଲନ୍ତି ନାହିଁ। ଟିମ୍‌ରେ ଅନେକ ଖେଳାଳି ଏକଥା କହିଛନ୍ତି ଯେ ଏବେ ଟିମ୍‌ରେ ଦୁଇ ଜଣ କ୍ୟାପ୍ଟେନ୍‌ ଅଛନ୍ତି। ଜଣେ ଅଫିସିଆଲ ଅଧିନାୟକ ଏବଂ ଆଉ ଜଣେ ହେଲେ ଧୋନୀ।

ହେଲେ ପ୍ରଥମ ଦିନିକିଆ ପୂର୍ବରୁ ଧର୍ମଶାଳାରେ ଧୋନୀଙ୍କ ଆଉ ଏକ ରୂପ ଦେଖିବାକୁ ମିଳିଛି। ଯାହା ସାଧାରଣତ ଦେଖିବାକୁ ମିଳିନଥାଏ। ଅଭ୍ୟାସ ସମୟରେ ଧୋନୀ ଧର୍ମଶାଳାରେ ୱିକେଟ୍‌ କିପିଂ ନ କରି ବୋଲିଂ ଅଭ୍ୟାସ କରୁଥିବାର ଦେଖିବାକୁ ମିଳିଛି। ଧୋନୀ ଦୃତ ବୋଲିଂ କରୁଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ଯାହା ସୂଚନା ମିଳିଛି ଧୋନୀ ଅଭ୍ୟାସ ବେଳେ ବୋଲିଂ କରୁଛନ୍ତି କାରଣ ସୁଯୋଗ ମିଳିଲେ ସେ ବି ଦୃତ ବୋଲିଂ କରି ବିପକ୍ଷ ଦଳକୁ ଅଡ଼ୁଆରେ ପକାଇପାରିବେ। ଯାହାକୁ ଦେଖି ଅନେକ ଚକିତ ହୋଇଛନ୍ତି।

ଜଣାଇଦେବାକୁ ଚାହୁଁଛି ଧୋନୀଙ୍କ ଅଧିନାୟକତ୍ୱରେ ଭାରତ ୨୦୧୧ରେ ବିଶ୍ୱକପ ଜିତିଥିବା ବେଳେ ପ୍ରଥମ ଟି-ଟ୍ୱେଣ୍ଟି ବିଶ୍ୱକପକୁ ମଧ୍ୟ ହାତେଇଥିଲେ। ଏବଂ ସେ ବ୍ୟକ୍ତିଗତ ଭାବେ ଭାରତ ପକ୍ଷରୁ ଖେଳି ଅନେକ ଥର ଦଳକୁ ଜିତାଇଛନ୍ତି। ଏବଂ ଅନେକ ରେକର୍ଡ ତାଙ୍କ ନାଁରେ ସେ କରିଛନ୍ତି। ଭାରତ ଗସ୍ତରେ ଆସିଥିବା ଶ୍ରୀଲଙ୍କା ଟିମ୍‌ ଟେଷ୍ଟ ସିରିଜରେ ୧-୦ରେ ପରାସ୍ତ ହୋଇସାରିଛି। ଏହାପରେ ଆସନ୍ତା ୧୦ ତାରିଖ ଠାରୁ ଦିନିକିଆ ସିରିଜ ଖେଳିବାକୁ ଯାଉଛି।

 

https://www.facebook.com/IndianCricketTeam/videos/1692343204120699/

Related story