ଦୁବାଇରେ ଧୋନୀ ଖୋଲିବେ କ୍ରିକେଟ୍‌ ଏକାଡେମୀ

ମୁମ୍ବାଇ: ଟିମ୍ ଇଣ୍ଡିଆର ସଫଳତମ ଅଧିନାୟକ ମଧ୍ୟରୁ ଅନ୍ୟତମ ଏମ୍‌ଏସ୍‌ ଧୋନୀ ଏବେ କ୍ରିକେଟ୍‌ ଗୁରୁ ହେବାକୁ ଯାଉଛନ୍ତି। ସେ ଖୁବଶୀଘ୍ର ନିଜର ଏକ କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଏହି  କ୍ରିକେଟ୍‌ ଏକାଡେମୀ ସେ ଦୁବାଇରେ ଖୋଲିବେ ବୋଲି ଜଣାପଡିଛି। ଦୁବାଇରେ ପେସିଫିକ୍‌ ସ୍ପୋର୍ଟ୍ସ କ୍ଲବରେ ନିଜର କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଏହି କ୍ଲବର ମିଳିତ ଉଦ୍ୟମରେ ଧୋନୀଙ୍କର କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛି। କ୍ରିକେଟ୍‌ ଏକାଡେମୀ ଖୋଲିବା ପୂର୍ବରୁ ଧୋନୀ କହିଛନ୍ତି ଖେଳ […]

dhoni1

Rakesh Mallick
  • Published: Wednesday, 16 August 2017
  • , Updated: 16 August 2017, 05:12 PM IST

ମୁମ୍ବାଇ: ଟିମ୍ ଇଣ୍ଡିଆର ସଫଳତମ ଅଧିନାୟକ ମଧ୍ୟରୁ ଅନ୍ୟତମ ଏମ୍‌ଏସ୍‌ ଧୋନୀ ଏବେ କ୍ରିକେଟ୍‌ ଗୁରୁ ହେବାକୁ ଯାଉଛନ୍ତି। ସେ ଖୁବଶୀଘ୍ର ନିଜର ଏକ କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଏହି  କ୍ରିକେଟ୍‌ ଏକାଡେମୀ ସେ ଦୁବାଇରେ ଖୋଲିବେ ବୋଲି ଜଣାପଡିଛି। ଦୁବାଇରେ ପେସିଫିକ୍‌ ସ୍ପୋର୍ଟ୍ସ କ୍ଲବରେ ନିଜର କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଏହି କ୍ଲବର ମିଳିତ ଉଦ୍ୟମରେ ଧୋନୀଙ୍କର କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛି।

କ୍ରିକେଟ୍‌ ଏକାଡେମୀ ଖୋଲିବା ପୂର୍ବରୁ ଧୋନୀ କହିଛନ୍ତି ଖେଳ ଏବେ କେବଳ ଖେଳ ହୋଇ ରହିନାହିଁ ଏହା ଏବେ ବ୍ୟବସାୟ ପାଲଟିଯାଇଛି। ଧୋନୀଙ୍କ କ୍ରିକେଟ୍‌ ଏକାଡେମୀ କେବଳ ୟୁଏଇ’ରେ ନୁହେଁ ବିଭିନ୍ନ ଦେଶରେ ଖୋଲିବାକୁ ଯାଉଛି। ୟୁଏଇ’ରେ ଖୋଲିବା ପରେ ପରେ ଧୋନୀଙ୍କ ଏହି କ୍ରିକେଟ୍‌ ଏକାଡେମୀ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ଖୋଲିବେ ବୋଲି କହିଛନ୍ତି।

ଅନ୍ୟପଟେ ଟିମ୍‌ ଇଣ୍ଡିଆର ଆଉଜଣେ ଷ୍ଟାର୍‌ ଖେଳାଳି ଅଶ୍ୱିନୀ ମଧ୍ୟ ଦୁବାଇରେ ଏକ କ୍ରିକେଟ୍‌ ଏକାଡେମୀ ଖୋଲିବାକୁ ଯାଉଛନ୍ତି। ଏହାପୂର୍ବରୁ ଅଶ୍ୱିନୀ ଚେନ୍ନାଇରେ ଏକ କ୍ରିକେଟ୍‌ ଏକାଡେମୀ ଖୋଲି ସେଥିରେ ଟ୍ରେନିଂ ଦେଉଛନ୍ତି। କେବଳ ଏତିକି ନୁହେଁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ, ବିରେନ୍ଦ୍ର ସେହୱାଗ୍‌ ଓ ବୋଲର ହରଭଜନ ସିଂଙ୍କର ମଧ୍ୟ ନିଜ ନିଜର କ୍ରିକେଟ୍‌ ଏକାଡେମୀ ରହିଛି।

 

Related story