ପାକିସ୍ତାନ ବିପକ୍ଷରେ ଗର୍ଜିବ ଧୋନିଙ୍କ ବ୍ୟାଟ୍‌!

ଲଣ୍ଡନ: ଚଳିତ ବିଶ୍ୱକପ୍‌ର ସବୁଠାରୁ ହାଇଭୋଲଟେଜ୍‌ ଲଢ଼େଇ ଆସନ୍ତାକାଲି ହେବାକୁ ଯାଉଛି। ରବିବାର ମାଞ୍ଚେଷ୍ଟର୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଟିମ୍‌ ଇଣ୍ଡିଆରେ ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଆସନ୍ତାକାଲି ପାକିସ୍ତାନ ବୋଲଙ୍କୁ ନିସ୍ତୁକ ପ୍ରହାର କରିବେ ବୋଲି କୁହାଯାଉଛି। ପୂର୍ବ ରେକର୍ଡ ମଧ୍ୟ ସମାନ କଥା କହୁଛି। ଯେବେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଛି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ମହେନ୍ଦ୍ର […]

y

Hemant Lenka
  • Published: Saturday, 15 June 2019
  • , Updated: 15 June 2019, 02:47 PM IST

ଲଣ୍ଡନ: ଚଳିତ ବିଶ୍ୱକପ୍‌ର ସବୁଠାରୁ ହାଇଭୋଲଟେଜ୍‌ ଲଢ଼େଇ ଆସନ୍ତାକାଲି ହେବାକୁ ଯାଉଛି। ରବିବାର ମାଞ୍ଚେଷ୍ଟର୍‌ରେ ଭାରତ ଓ ପାକିସ୍ତାନ ମଧ୍ୟରେ ଲଢ଼େଇ ହେବ। ଟିମ୍‌ ଇଣ୍ଡିଆରେ ଏମିତି ଜଣେ ଖେଳାଳି ଅଛନ୍ତି, ଯିଏ ଆସନ୍ତାକାଲି ପାକିସ୍ତାନ ବୋଲଙ୍କୁ ନିସ୍ତୁକ ପ୍ରହାର କରିବେ ବୋଲି କୁହାଯାଉଛି।

ପୂର୍ବ ରେକର୍ଡ ମଧ୍ୟ ସମାନ କଥା କହୁଛି। ଯେବେ ବି ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହୋଇଛି ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ୱିକେଟ୍‌ କିପର ବ୍ୟାଟସମ୍ୟାନ୍‌ ମହେନ୍ଦ୍ର ସିଂହ ଧୋନି ବଡ଼ ସ୍କୋର କରିଛନ୍ତି। ବର୍ତ୍ତମାନ ଟିମ୍‌ ଇଣ୍ଡିଆରେ ଯେତେ ଜଣ ଖେଳାଳି ଅଛନ୍ତି, ପାକିସ୍ତାନ ବିପକ୍ଷରେ ଧୋନିଙ୍କ ବ୍ୟାଟିଂ ହାର ସବୁଠାରୁ ଅଧିକ ରହିଛି।

ଭାରତ-ପାକିସ୍ତାନ ମୁକାବିଲାରେ ୧୦ରୁ ଅଧିକ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ କଥା ବିଚାରକୁ ନେଲେ ଧୋନିଙ୍କ ବ୍ୟାଟିଂ ଆଭରେଜ୍‌ ୫୫.୯୦ ରହିଛି। ଯାହା ଦୁଇ ଟିମ୍‌ରେ ଥିବା ଖେଳାଳିମାନଙ୍କ ତୁଳନାରେ ସର୍ବାଧିକ।

ଧୋନି ୨୦୧୫-୨୦୧୮ ମଧ୍ୟରେ ଖେଳିଥିବା ୩୦ଟି ଇନିଂସ୍‌ରେ ୮ଥର ନଟଆଉଟ୍‌ ରହି ୧୨୩୦ ରନ୍‌ କରିଛନ୍ତି। ପାକିସ୍ତାନ ବିପକ୍ଷରେ ଧୋନିଙ୍କ ଆଭରେଜ ସବୁଠାରୁ ଅଧିକ।

ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ମୁକାବିଲା ଗୁଡ଼ିକ ମଧ୍ୟରେ ସର୍ବାଧିକ ଆଭରେଜ ରହିଥିବା ଖେଳାଳିଙ୍କ ମଧ୍ୟରେ ସଲମନ ଭଟ୍ଟ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ବ୍ୟାଟିଂ ଆଭରେଜ୍‌ ହେଉଛି ୫୨.୨୧। ସେହିପରି ତୃତୀୟରେ ଜାଭେଦ୍‌ ମିଆଁଦାଦ(୫୧.୦୮), ୪ର୍ଥରେ ଜହିର ଆବ୍ବାସ(୫୧.୦୦) ଓ ୫ମରେ ମହମ୍ମଦ ହାଫିଜ(୪୮.୬୦) ରହିଛନ୍ତି।

Related story