ଅନ୍ତିମ ବିଦାୟ ବେଳେ କାନ୍ଦି କାନ୍ଦି ରାସ୍ତାରେ ଗଡ଼ିଲେ

ନୂଆଦିଲ୍ଲୀ: ଫୁଟବଲ ଜଗତର ଅନ୍ୟତମ ସର୍ବଶ୍ରେଷ୍ଠ ନାଁ ଭାବେ ପରିଚିତ ମାରାଡୋନାଙ୍କର ପରଲୋକରେ ଦୁନିଆର ଅଗଣିତ ଫୁଟବଲପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ନିଜର ପ୍ରିୟ ଫୁଟବଲ ତାରକାଙ୍କୁ ହରାଇ ଆର୍ଜେଣ୍ଟିନାବାସୀ ଭାଙ୍ଗି ପଡ଼ିଛନ୍ତି। ଫୁବଟଲର ଏହି ଯାଦୁଗରଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ମାରାଡୋନାଙ୍କ ଦେହାନ୍ତର ଦୁଃଖ ଫ୍ୟାନମାନେ ପରସ୍ପରକୁ ବାଣ୍ଟିବା ସହ ଭୋ ଭୋ ହୋଇ କାନ୍ଦି ଉଠିଥିଲେ। ମାରାଡୋନଙ୍କ ଶେଷ ଦର୍ଶନ ପାଇଁ ଆସିଥିବା ଫ୍ୟାନଙ୍କୁ ନିୟନ୍ତ୍ରଣ […]

maradona

Ranjit Kumar Jena
  • Published: Friday, 27 November 2020
  • , Updated: 27 November 2020, 04:06 PM IST

ନୂଆଦିଲ୍ଲୀ: ଫୁଟବଲ ଜଗତର ଅନ୍ୟତମ ସର୍ବଶ୍ରେଷ୍ଠ ନାଁ ଭାବେ ପରିଚିତ ମାରାଡୋନାଙ୍କର ପରଲୋକରେ ଦୁନିଆର ଅଗଣିତ ଫୁଟବଲପ୍ରେମୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ନିଜର ପ୍ରିୟ ଫୁଟବଲ ତାରକାଙ୍କୁ ହରାଇ ଆର୍ଜେଣ୍ଟିନାବାସୀ ଭାଙ୍ଗି ପଡ଼ିଛନ୍ତି। ଫୁବଟଲର ଏହି ଯାଦୁଗରଙ୍କ ଅନ୍ତିମ ଦର୍ଶନ ପାଇଁ ଲକ୍ଷାଧିକ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ମାରାଡୋନାଙ୍କ ଦେହାନ୍ତର ଦୁଃଖ ଫ୍ୟାନମାନେ ପରସ୍ପରକୁ ବାଣ୍ଟିବା ସହ ଭୋ ଭୋ ହୋଇ କାନ୍ଦି ଉଠିଥିଲେ।

ମାରାଡୋନଙ୍କ ଶେଷ ଦର୍ଶନ ପାଇଁ ଆସିଥିବା ଫ୍ୟାନଙ୍କୁ ନିୟନ୍ତ୍ରଣ କରିବା ପୁଲିସ୍ ପକ୍ଷେ କାଠିକର ପାଠ ହୋଇଥିଲା। ଆର୍ଜେଣ୍ଟିନାର ରାଷ୍ଟ୍ରପତି ଆଲବର୍ଟୋ ଫର୍ଣ୍ଣାଣ୍ଡିଜ୍ ମହାନ୍ ଫୁଟବଲ୍ ଖେଳାଳି ମାରାଡୋନାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଅନ୍ତିମ ସଂସ୍କାର ପୂର୍ବରୁ ମାରାଡୋନାଙ୍କ ପାର୍ଥିବ ଶରୀର କାସା ରୋସାଦାସ୍ଥିତ ପ୍ରେସିଡେନ୍ସିଆଲ୍ ହେର୍ଡକ୍ୱାର୍ଟରରେ ରଖାଯାଇଥିଲା।

ରାଷ୍ଟ୍ରପତି ନିଜ ପତ୍ନୀଙ୍କ ସହ କାସା ରୋସାଦା ପହଞ୍ଚିଥିଲେ ଏବଂ ୧୦ ନମ୍ବର ବିଶିଷ୍ଟ ଆର୍ଜେଣ୍ଟିନା ଜୁନିୟର ଟିମର ଜର୍ସିକୁ ତାଙ୍କ (ମାରାଡୋନା) କଫିନ୍ ଉପରେ ରଖିଥିଲେ। ଫର୍ଣ୍ଣାଣ୍ଡିଜ୍ ମଧ୍ୟ ଆର୍ଜେଣ୍ଟିନା ଜୁନିୟର ଟିମର ଫ୍ୟାନ୍ ଅଟନ୍ତି। ଏହି କ୍ଲବ୍ ପାଇଁ ମାରାଡୋନା ୨୦ ଅକ୍ଟୋବର, ୧୯୭୬ରେ ଫାଷ୍ଟ ଡିଭିଜନ୍ ଡେବ୍ୟୁ କରିଥିଲେ। ସେହି ସମୟରେ ମାରାଡୋନାଙ୍କର ବୟସ ମାତ୍ର ୧୫ ଥିଲା।

ଏହି ଅବସରରେ ଆଲବର୍ଟୋ କହିଛନ୍ତି, ମାରାଡୋନାଙ୍କ ପାଇଁ ସାରା ଦୁନିଆରେ ଆର୍ଜେଣ୍ଟିନା ସ୍ୱତନ୍ତ୍ର ପରିଚୟ ପାଇଥିଲା। ମାରାଡୋନା ଆମକୁ ଯେଉଁସବୁ ଖୁସି ଏବଂ ଐତିହାସିକ ମୁହୂର୍ତ୍ତ ଦେଇଛନ୍ତି, ତା'ର ଋଣ ଆମେ କେବେ ଶୁଝାଇ ପାରିବୁ ନାହିଁ। ମାରାଡୋନାଙ୍କ ପାଇଁ ଆର୍ଜେଣ୍ଟିନାରେ ତିନିଦିନ ରାଷ୍ଟ୍ରୀୟ ଶୋକର ଘୋଷଣା କରାଯାଇଛି। ସୂଚନାଯୋଗ୍ୟ, ବୁଧବାର ହୃଦଘାତ କାରଣରୁ ମାରାଡୋନାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ ପରଲୋକରେ ଫୁଟବଲ ଜଗତ ସ୍ତବ୍ଧ ହୋଇପଡ଼ିଛି।

Related story