ଡିସେମ୍ବର ୧୦ ତାରିଖରୁ ଗ୍ରାମାଞ୍ଚଳ ହକି ଚାମ୍ପିଅନସିପ୍‌

ଭୁବନେଶ୍ୱର: ଡିସେମ୍ବର ୧୦ ତାରିଖରୁ ଗ୍ରାମାଞ୍ଚଳ ହକି ଚାମ୍ପିଅନସିପ୍‌ ଆରମ୍ଭ ହେବ। ଦିଲୀପ ତିର୍କୀ ସ୍ପୋର୍ଟ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ ଏହାକୁ ଆୟୋଜନ କରାଯାଉଛି। ଗ୍ରାମାଞ୍ଚଳରୁ ହକି ପ୍ରତିଭାଙ୍କୁ ଖୋଜିବା ଲକ୍ଷ୍ୟରେ ଏହି ଚାମ୍ପିୟନସିପ୍‌ କରାଯାଉଛି। ଏଥିରେ ପ୍ରାୟ ୧୫୦୦ ଟିମ୍‌ ଅଂଶଗ୍ରହଣ କରିବେ। ୩ରୁ ୪ ମାସ ଧରି ବିଭିନ୍ନ ଗ୍ରାମରେ ମ୍ୟାଚ୍‌ ଖେଳାଯିବ। ଏହାପରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଏବଂ ପାନପୋଷ ରାଜ୍ୟ ହକି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। […]

dilip-tirkey

Rakesh Mallick
  • Published: Friday, 04 November 2016
  • , Updated: 04 November 2016, 09:36 PM IST

ଭୁବନେଶ୍ୱର: ଡିସେମ୍ବର ୧୦ ତାରିଖରୁ ଗ୍ରାମାଞ୍ଚଳ ହକି ଚାମ୍ପିଅନସିପ୍‌ ଆରମ୍ଭ ହେବ। ଦିଲୀପ ତିର୍କୀ ସ୍ପୋର୍ଟ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଫାଉଣ୍ଡେସନ୍‌ ପକ୍ଷରୁ ଏହାକୁ ଆୟୋଜନ କରାଯାଉଛି। ଗ୍ରାମାଞ୍ଚଳରୁ ହକି ପ୍ରତିଭାଙ୍କୁ ଖୋଜିବା ଲକ୍ଷ୍ୟରେ ଏହି ଚାମ୍ପିୟନସିପ୍‌ କରାଯାଉଛି।

ଏଥିରେ ପ୍ରାୟ ୧୫୦୦ ଟିମ୍‌ ଅଂଶଗ୍ରହଣ କରିବେ। ୩ରୁ ୪ ମାସ ଧରି ବିଭିନ୍ନ ଗ୍ରାମରେ ମ୍ୟାଚ୍‌ ଖେଳାଯିବ। ଏହାପରେ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମ ଏବଂ ପାନପୋଷ ରାଜ୍ୟ ହକି ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯିବ। ପ୍ରତିଯୋଗିତାରେ ୨୫,୦୦୦ରୁ ଅଧିକ ପିଲା ଭାଗ ନେବେ।

ରାଉରକେଲାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ହକି ଇଣ୍ଡିଆର ପୂର୍ବତନ ଅଧିନାୟକ ତଥା ସାଂସଦ ଦିଲୀପ ତିର୍କୀ ଏହି ସୂଚନା ଦେଇଛନ୍ତି।

Related story