ଗଲ୍ ଟେଷ୍ଟ: କରୁଣାରତ୍ନେଙ୍କ ଶତକ, ଶ୍ରୀଲଙ୍କା ୬ ୱିକେଟରେ ବିଜୟୀ

ଗଲ୍: କ୍ୟାପଟେନ୍ ଦିମୁଥ କରୁଣାରତ୍ନେଙ୍କ ଶତକ ବଳରେ ଶ୍ରୀଲଙ୍କା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ତା’ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ପରାସ୍ତ କରିଛି। ଏଥିସହ ଶ୍ରୀଲଙ୍କା ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୬୮ ରନର ବିଜୟଲକ୍ଷ୍ୟକୁ ଶ୍ରୀଲଙ୍କା ୪ ୱିକେଟ୍ ହରାଇ ହାସଲ କରିନେଇଛି। କରୁଣାରତ୍ନେଙ୍କର ଏହା ନବମ ଟେଷ୍ଟ ଶତକ। ସେ ଓପନିଂ ବ୍ୟାଟ୍ସମ୍ୟାନ୍ ଲାହିରୁ ଥିରିମାନେ (୬୪)ଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ […]

srillanka

Ranjit Kumar Jena
  • Published: Sunday, 18 August 2019
  • , Updated: 18 August 2019, 04:48 PM IST

ଗଲ୍: କ୍ୟାପଟେନ୍ ଦିମୁଥ କରୁଣାରତ୍ନେଙ୍କ ଶତକ ବଳରେ ଶ୍ରୀଲଙ୍କା ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ତା'ର ପ୍ରଥମ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟ୍ ପରାସ୍ତ କରିଛି। ଏଥିସହ ଶ୍ରୀଲଙ୍କା ଦୁଇମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ନ୍ୟୁଜିଲ୍ୟାଣ୍ଡ୍ ଦ୍ୱାରା ଧାର୍ଯ୍ୟ ୨୬୮ ରନର ବିଜୟଲକ୍ଷ୍ୟକୁ ଶ୍ରୀଲଙ୍କା ୪ ୱିକେଟ୍ ହରାଇ ହାସଲ କରିନେଇଛି।

କରୁଣାରତ୍ନେଙ୍କର ଏହା ନବମ ଟେଷ୍ଟ ଶତକ। ସେ ଓପନିଂ ବ୍ୟାଟ୍ସମ୍ୟାନ୍ ଲାହିରୁ ଥିରିମାନେ (୬୪)ଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୧୬୧ ରନର ଭାଗୀଦାରୀ କରିଥିଲା, ଯାହା ଟିମର ବିଜୟ ସୁନିଶ୍ଚିତ କରିଥିଲା। ପୂର୍ବତନ କ୍ୟାପଟେନ୍ ଆଞ୍ଜେଲୋ ମାଥ୍ୟୁସ୍ ୨୮ ଓ ଧନଞ୍ଜୟ ଡି'ସିଲଭା ୧୪ ରନ୍ କରି ଅପରାଜିତ ଥିଲେ। ଶତକୀୟ ଇନିଂସ ପାଇଁ କରୁଣାରତ୍ନେଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

ଲକ୍ଷ୍ୟର ପିଛା କରୁଥିବା ଶ୍ରୀଲଙ୍କା ଚତୁର୍ଥ ଦିବସ ଖେଳ ଶେଷ ସୁଦ୍ଧା ବିନା ୱିକେଟରେ ୧୩୩ ରନ୍ କରିଥିଲା। ଫଳରେ ଅନ୍ତିମ ଦିବସରେ ଘରୋଇ ଦଳକୁ ମ୍ୟାଚ୍ ଜିତିବା ପାଇଁ ୧୩୫ ରନ୍ ଆବଶ୍ୟକ ହେଉଥିଲା। ଗତକାଲି ଅପରାଜିତ ଥିବା ଥିରିମାନେ ରବିବାର ନିଜ ସ୍କୋରରେ ଆଉ ୭ ରନ୍ ଯୋଡ଼ି ୱିଲିୟମ୍ ସମରଭିଲ୍ଲେଙ୍କ ବଲରେ ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା କୁଶଲ ମେଣ୍ଡିସ୍ ମାତ୍ର ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

କରୁଣାରତ୍ନେ ଦମଦାର ବ୍ୟାଟିଂ କରି ଶତକ ମାରିଥିଲେ। ସେ ତୃତୀୟ ୱିକେଟ୍ ପାଇଁ ମାଥ୍ୟୁସଙ୍କ ସହ ୪୪ ରନର ମହତ୍ତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ। କରୁଣାରତ୍ନେଙ୍କୁ ନ୍ୟୁଜିଲ୍ୟାଣ୍ଡର ଟପ୍ ବୋଲର ଟିମ୍ ସାଉଦୀ ଆଉଟ୍ କରିଥିଲେ। କରୁଣାରତ୍ନେ ନିଜ ଇନିଂସରେ ୨୪୩ ବଲ୍ ଖେଳି ୬ ଚୌକା ଓ ୧ ଛକା ମାରିଥିଲେ। ମଧ୍ୟାହ୍ନ ଭୋଜନ ବେଳକୁ ଶ୍ରୀଲଙ୍କାକୁ ବିଜୟ ପାଇଁ ୨୨ ରନର ଆବଶ୍ୟକ ହେଉଥିଲା, କିନ୍ତୁ ବ୍ରେକ୍ ନ ନେଇ ଖେଳ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। ଏହି ସମୟରେ ଧନଞ୍ଜୟ ଦ୍ରୁତ ୧୪ ରନ୍ କରି ଶ୍ରୀଲଙ୍କାକୁ ବିଜୟୀ କରାଇଥିଲେ। କୁଶଲ ପରେରା ୨୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଡ, ସାଉଦୀ, ସମରଭିଲ୍ଲେ ଓ ଏଜାଜ ପଟେଲ୍ ଗୋଟିଏ ଲେଖାଏ ୱିକେଟ୍ ନେଇଥିଲେ।

ଉକ୍ତ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମ ଇନିଂସରେ ୨୪୯ ରନ୍ କରିଥିବା ଶ୍ରୀଲଙ୍କା ୨୬୭ ରନ୍ କରି ୧୮ ରନର ମହତ୍ତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍ ଦ୍ୱିତୀୟ ଇନିଂସରେ ୨୮୫ ରନରେ ଅଲଆଉଟ୍ ହୋଇଥିଲା।

Related story