ରିଓ ଅଲିମ୍ପିକ୍‌ରେ ସ୍ଥାନ ପାଇବା ପରେ ଦୀପାଙ୍କୁ ସ୍ୱର୍ଣ୍ଣ

ରିଓ ଡି ଜେନେରିଓ: ପ୍ରଥମ ମହିଳା ଜିମ୍‌ନାଷ୍ଟ ଭାବେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିବା ପରେ ଓମେନ୍‌ ଭୌଲ୍ଟସ ଫାଇନାଲରେ ସ୍ୱର୍ଣ୍ଣ ଜିତିଛନ୍ତି ଦୀପା କର୍ମକାର। ତ୍ରିପୁରାର ୨୨ ବର୍ଷୀୟ ଦୀପା ରିଓ ଗେମ୍ସର ଏହି ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ଦଫାରେ ୧୪.୮୩୩ ପଏଣ୍ଟ ପାଇ ସ୍ୱର୍ଣ୍ଣ ଜିତିଛନ୍ତି। ଦୀପା ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୪.୫୬୬ ପଏଣ୍ଟ ଅକ୍ତିଆର କରି ବ୍ରୋଞ୍ଚ ଜିତି ଇତିହାସ ରଚନା କରିଥିଲେ। […]

karmakar_dipa

Rakesh Mallick
  • Published: Tuesday, 19 April 2016
  • , Updated: 19 April 2016, 12:43 PM IST

ରିଓ ଡି ଜେନେରିଓ: ପ୍ରଥମ ମହିଳା ଜିମ୍‌ନାଷ୍ଟ ଭାବେ ଅଲିମ୍ପିକ୍‌ ପାଇଁ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିବା ପରେ ଓମେନ୍‌ ଭୌଲ୍ଟସ ଫାଇନାଲରେ ସ୍ୱର୍ଣ୍ଣ ଜିତିଛନ୍ତି ଦୀପା କର୍ମକାର।

ତ୍ରିପୁରାର ୨୨ ବର୍ଷୀୟ ଦୀପା ରିଓ ଗେମ୍ସର ଏହି ଇଭେଣ୍ଟରେ ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ସେ ପ୍ରଥମ ଦଫାରେ ୧୪.୮୩୩ ପଏଣ୍ଟ ପାଇ ସ୍ୱର୍ଣ୍ଣ ଜିତିଛନ୍ତି।

ଦୀପା ୨୦୧୪ ଗ୍ଲାସଗୋ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୪.୫୬୬ ପଏଣ୍ଟ ଅକ୍ତିଆର କରି ବ୍ରୋଞ୍ଚ ଜିତି ଇତିହାସ ରଚନା କରିଥିଲେ। ଫାଇନାଲ ପର୍ଯ୍ୟାୟରେ ସେ ୧୪ ଜଣ ଜିମ୍ନାଷ୍ଟଙ୍କୁ ମାତ୍‌ ଦେଇ ଦେଇଥିଲେ। ପ୍ରଥମ ପ୍ରୟାସରେ ୧୫.୦୬୬ ପଏଣ୍ଟ ପାଇଥିଲେ। ଦ୍ୱିତୀୟ ଦଫାରେ ୧୧.୭୦୦ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଶେଷ ଦୁଇ ଦଫାରେ ଯଥାକ୍ରମେ ୧୩.୩୬୬ ଏବଂ ୧୨.୫୬୬ ପଏଣ୍ଟ ପାଇ ଅଲିମ୍ପିକ୍‌ ଟିକେଟ୍‌ ହାତେଇଥିଲେ।

ପ୍ରଥମ ଭାରତୀୟ ମହିଳା ଭାବେ ସେ ବିଶ୍ୱ ପ୍ରତିଯୋଗିତାର ଫାଇନାଲରେ ମଧ୍ୟ ପ୍ରବେଶ କରିଥିଲେ। ଅବଶ୍ୟ ଏହି ପ୍ରତିଯୋଗିତାରେ ସେ ପଞ୍ଚମ ସ୍ଥାନରେ ରହି ନିଜ ଅଭିଯାନ ଶେଷ କରିଥିଲେ।

Related story