ଦୀପସାନ ତିର୍କି ପାଇବେ ‘ଏକଲବ୍ୟ ପୁରସ୍କାର’

Ordigital Desk
  • Published: Sunday, 07 January 2018
  • , Updated: 07 January 2018, 12:28 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ରାଜ୍ୟର ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଚଳିତବର୍ଷ ମଧ୍ୟ ପ୍ରଦାନ ହେବ ଏକଲବ୍ୟ ପୁରସ୍କାର। ଇଣ୍ଡିଆନ୍ ମେଟାଲ୍ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ(IMPACT) ପକ୍ଷରୁ ପୁରସ୍କାର ପ୍ରଦାନ ହେବ। ଚଳିତବର୍ଷ ଯୁବ ହକି ଖେଳାଳି ଦୀପସାନ ତିର୍କିଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ଏହାସହ ଅନ୍ୟ ଦୁଇ ଜଣ ଖେଳାଳି ଅମୀୟ ମଲ୍ଲିକ ଏବଂ ଦୀପଗ୍ରେସ୍ ଏକାଙ୍କୁ ମଧ୍ୟ ସେମାନଙ୍କ ଉଲ୍ଲେଖନୀୟ ଖେଳ ପାଇଁ ଏହି ଅବସରରେ ସମ୍ମାନିତ କରାଯିବ।</p> <p>ଆଜି ସଂଧ୍ୟାରେ ସମସ୍ତ ଖେଳାଳିଙ୍କୁ ଏକ୍ସଆଇ ଏମ୍ବି ଅଡିଟୋରିୟମରେ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କ୍ରିଡ଼ା ଏବଂ ଯୁବ ବ୍ୟାପର ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା ଯୋଗଦେବେ।</p>

Related story