ଧୋନିଙ୍କ ସହ ତୁଳନା ନେଇ ଏମିତି କହିଲେ ପନ୍ତ

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ୱିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆ ପାଇଁ ବାଦ୍ ଦିଆଯାଇଥିଲ। ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଅନ୍ତିମ ଏଦାଦଶରେ ସାମିଲ୍ କରାଯାଇଥିଲା। ପନ୍ତଙ୍କ ପାଖରେ ବିଶ୍ୱକପ୍ ପାଇଁ ସ୍ଥାନ ପକ୍କା କରିବାର ଭଲ ସୁଯୋଗ ଥିଲା। କିନ୍ତୁ ସେ ଉଭୟ ବ୍ୟାଟିଂ ଓ ୱିକେଟକିପିଙ୍ଗରେ ଖରାପ ପ୍ରଦର୍ଶନ କରିଥିଲେ। ୨୧ ବର୍ଷୀୟ ପନ୍ତ ୨ଟି ମ୍ୟାଚରେ ମାତ୍ର ୫୨ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପରେ ଧୋନି ଓ […]

pant

pant

Ranjit Kumar Jena
  • Published: Sunday, 17 March 2019
  • Updated: 17 March 2019, 09:34 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ୱିକେଟକିପର ମହେନ୍ଦ୍ର ସିଂହ ଧୋନିଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଦୁଇଟି ଦିନିକିଆ ପାଇଁ ବାଦ୍ ଦିଆଯାଇଥିଲ। ତାଙ୍କ ସ୍ଥାନରେ ଋଷଭ ପନ୍ତଙ୍କୁ ଅନ୍ତିମ ଏଦାଦଶରେ ସାମିଲ୍ କରାଯାଇଥିଲା। ପନ୍ତଙ୍କ ପାଖରେ ବିଶ୍ୱକପ୍ ପାଇଁ ସ୍ଥାନ ପକ୍କା କରିବାର ଭଲ ସୁଯୋଗ ଥିଲା। କିନ୍ତୁ ସେ ଉଭୟ ବ୍ୟାଟିଂ ଓ ୱିକେଟକିପିଙ୍ଗରେ ଖରାପ ପ୍ରଦର୍ଶନ କରିଥିଲେ। ୨୧ ବର୍ଷୀୟ ପନ୍ତ ୨ଟି ମ୍ୟାଚରେ ମାତ୍ର ୫୨ ରନ୍ କରିବାକୁ ସକ୍ଷମ ହୋଇଥିଲେ। ଏହା ପରେ ଧୋନି ଓ ପନ୍ତଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

ତେବେ ଧୋନିଙ୍କ ସହ ତୁଳନା କରିବାକୁ ନେଇ ପନ୍ତ କହିଛନ୍ତି, ଧୋନି ଜଣେ ମହାନ ଖେଳାଳି ଏବଂ ତାଙ୍କ ସହ ମୋତେ ତୁଳନା କରାନଯାଉ। ଜଣେ ଖେଳାଳି ଭାବେ ମୁଁ ଧୋନିଙ୍କଠାରୁ ବହୁତ କିଛି ଶିଖିବାକୁ ଚାହେଁ। ଧୋନିଙ୍କ ସହ ମୋର ତୁଳନା ହେଉ ବୋଲି ମୁଁ କେବେ ଚାହିଁବି ନାହିଁ। ମୁଁ ବିରାଟ କୋହଲି ଓ ଧୋନିଙ୍କଠାରୁ ଶୃଙ୍ଖଳା, ଚାପକୁ କିପରି ନିୟନ୍ତ୍ରଣ କରାଯାଇପାରିବ, ତାହା ଶିଖିବାକୁ ପ୍ରୟାସ କରୁଛି। ମୁଁ ସର୍ବଦା ନିଜ ଖେଳ ଉପରେ ଧ୍ୟାନ ଦେବାକୁ ପ୍ରୟାସ କରେ। କିଏ କଣ କହୁଛି, ସେସବୁରେ ମୁଁ ଆଦୌ ଧ୍ୟାନ ଦିଏନି ବୋଲି ପନ୍ତ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos