ଫ୍ୟାନ୍‌ଙ୍କୁ କୋହଲିଙ୍କ ପରାମର୍ଶ: ସୋସିଆଲ୍ ମିଡିଆରେ ସମୟ ନଷ୍ଟ କରନାହିଁ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟ ବିରାଟ କୋହଲିଙ୍କ ବ୍ୟାଟିଂରେ ଦିୱାନା ସାରା ବିଶ୍ୱ। ଏତେ କମ୍ ବୟସରୁ ସେ ହାସଲ କରିଥିବା ସଫଳତା ପାଇଁ ବଡ଼ ବଡ଼ କ୍ରିକେଟ ଖେଳାଳି ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ନ୍ତି। ବିରାଟ ଯେ କେବଳ କ୍ରିକେଟ୍‌ ଖେଳରେ ଦକ୍ଷ ତା ନୁହେଁ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚିତ। ପଡ଼ିଆରେ ହେଉ କିମ୍ବା ବାହାରେ ତାଙ୍କ ଜୀବନ ଶୈଳୀ ସବୁବେଳେ ଖୁବ ଆଧୁନିକ। ଯୁବ ବର୍ଗଙ୍କ […]

kohli

Rakesh Mallick
  • Published: Friday, 10 November 2017
  • , Updated: 10 November 2017, 04:14 PM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଅଧିନାୟ ବିରାଟ କୋହଲିଙ୍କ ବ୍ୟାଟିଂରେ ଦିୱାନା ସାରା ବିଶ୍ୱ। ଏତେ କମ୍ ବୟସରୁ ସେ ହାସଲ କରିଥିବା ସଫଳତା ପାଇଁ ବଡ଼ ବଡ଼ କ୍ରିକେଟ ଖେଳାଳି ମଧ୍ୟ ତାଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ନ୍ତି। ବିରାଟ ଯେ କେବଳ କ୍ରିକେଟ୍‌ ଖେଳରେ ଦକ୍ଷ ତା ନୁହେଁ ତାଙ୍କ ଫିଟ୍‌ନେସ୍‌କୁ ନେଇ ମଧ୍ୟ ସେ ବେଶ୍ ଚର୍ଚ୍ଚିତ। ପଡ଼ିଆରେ ହେଉ କିମ୍ବା ବାହାରେ ତାଙ୍କ ଜୀବନ ଶୈଳୀ ସବୁବେଳେ ଖୁବ ଆଧୁନିକ। ଯୁବ ବର୍ଗଙ୍କ ହୃଦୟରେ ଘର କରିଥିବା ଏହି କ୍ରିକେଟ ଷ୍ଟାର ତାଙ୍କ ଫ୍ୟାନମାନଙ୍କୁ ଏକ ମେସେଜ ଦେଇଛନ୍ତି। ସୋସିଆଲ ମିଡିଆରେ ସମୟ ନଷ୍ଟ ନ କରି ଆଉଟ୍ ଡୋର ଗେମ୍‌ ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି। ନିଜ ପସନ୍ଦର ବ୍ରାଣ୍ଡ ପୁମାର କମ୍ପାନୀର one8କୁ ଲଞ୍ଚ କରିବା ଅବସରରେ ସେ ଏପରି କହିଛନ୍ତି।

ବ୍ରାଣ୍ଡ one8କୁ ଲଞ୍ଚ କରିବା ସମୟରେ କୋହଲି କହିଥିଲେ ଯେ ଆଜିକାଲି ପିଲାମାନେ ଘରେ ବସି ଭିଡିଓ ଗେମ୍ ଖେଳିବାକୁ ପସନ୍ଦ କରୁଛନ୍ତି। ଏହା ବଦଳରେ ସେମାନେ ବାହାରେ ଖେଳକୁଦ କରିବା ଦରକାର। ଏହାର ଉତ୍ତମ ପ୍ରଭାବ ଶରୀର ଉପରେ ପଡ଼ିବ। ସେ ଛୁଆ ବେଳେ ବାହାରେ ଖେଳୁଥିଲେ ବୋଲି ସେ କହିଥିଲେ।

ଆହୁରି ମଧ୍ୟ ପଢନ୍ତୁ: ଦେଖନ୍ତୁ କିପରି ସ୍ତ୍ରୀଙ୍କ କଥାରେ ନାଚୁଛନ୍ତି ଧୋନି: ଭାଇରାଲ ହେଲା ଭିଡିଓ

ଯୁବ ବର୍ଗଙ୍କୁ ସୋସିଆଲ୍ ମିଡିଆରୁ ଦୂରେଇ ରହିବାକୁ ମଧ୍ୟ ମରାମର୍ଶ ଦେଇଛନ୍ତି କୋହଲି। ସେ କହିଥିଲେ “ଯୁବକମାନେ ସୋସିଆଲ ମିଡିଆରୁ ଦୂରେଇ ରହିବା ଆବଶ୍ୟକ। ମୁଁ ଆଗରୁ ସୋସିଆଲି ମିଡିଆରେ ଅଧିକ ସମୟ ବିତାଉଥିଲି, କିନ୍ତୁ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିବା ସମୟର ଅପଚୟ ବୋଲି ପରେ ଜାଣିବାକୁ ପାଇଲି। ତେଣୁ ଯୁବକ ମାନେ ଏଥିରୁ ବିରତ ରୁହନ୍ତୁ।”

Related story