ମ୍ୟାଚ୍‌ ଯାଇଥିଲା, ଏବେ ନଂ ୧ ମାନ୍ୟତା ବି ଗଲା

ଲଣ୍ଡନ: ଲର୍ଡସ୍‌ରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଆଜି ଅଧିନାୟକ ବିରାଟ୍‌ କୋହଲିଙ୍କୁ ବ୍ୟକ୍ତିଗତ ଭାବେ ଜବରଦସ୍ତ ଝଟ୍‌କା ଲାଗିଛି। ‌ ଟେଷ୍ଟ ରାଙ୍କିଂରେ ଏକ ନମ୍ବର ସ୍ଥାନରେ ଥିବା ବିରାଟ୍‌ ଏବେ ଦ୍ୱିତୀୟକୁ ଖସି ଆସିଛନ୍ତି। ମହାନ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ପରେ ତଥା ଦୀର୍ଘ ୭ ବର୍ଷ ପରେ ବିରାଟ୍‌ ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ରାଙ୍କିଂରେ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ। ମାତ୍ର ଦିନ କେଇଟାରେ ଏହି ମାନ୍ୟତା […]

England v India - Second Test

Ordigital Desk
  • Published: Monday, 13 August 2018
  • , Updated: 13 August 2018, 09:21 PM IST
ଲଣ୍ଡନ: ଲର୍ଡସ୍‌ରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଆଜି ଅଧିନାୟକ ବିରାଟ୍‌ କୋହଲିଙ୍କୁ ବ୍ୟକ୍ତିଗତ ଭାବେ ଜବରଦସ୍ତ ଝଟ୍‌କା ଲାଗିଛି। ‌
ଟେଷ୍ଟ ରାଙ୍କିଂରେ ଏକ ନମ୍ବର ସ୍ଥାନରେ ଥିବା ବିରାଟ୍‌ ଏବେ ଦ୍ୱିତୀୟକୁ ଖସି ଆସିଛନ୍ତି।
ମହାନ କିମ୍ବଦନ୍ତୀ ବ୍ୟାଟସ୍‌ମ୍ୟାନ୍‌ ସଚିନ୍‌ ତେନ୍ଦୁଲକରଙ୍କ ପରେ ତଥା ଦୀର୍ଘ ୭ ବର୍ଷ ପରେ ବିରାଟ୍‌ ଦ୍ୱିତୀୟ ଭାରତୀୟ ଭାବେ ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ରାଙ୍କିଂରେ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ। ମାତ୍ର ଦିନ କେଇଟାରେ ଏହି ମାନ୍ୟତା ପୁଣି ହ୍ରାସ ପାଇଛି।

[caption id="attachment_263461" align="aligncenter" width="845"]  [/caption]

୯୨୯ ପଏଣ୍ଟ ସହ ଟିମ୍‌ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ତଥା ବାସନ୍ଦାଦେଶ ପାଇଥିବା ଷ୍ଟିଭ୍‌ ସ୍ମିଥ୍‌ ପୁଣି ଏକ ନମ୍ବର ସ୍ଥାନକୁ ଫେରିଛନ୍ତି।
ଏଜ୍‌ବାଷ୍ଟନ୍‌ ଟେଷ୍ଟ୍‌ର ପ୍ରଥମ ଇନିଂସ୍‌ରେ ବିରାଟ ୧୪୯ ଓ ଦ୍ୱିତୀୟ ଇନିଂସ୍‌ରେ ୫୧ ରନ୍‌ କରିଥିଲେ। ଏହି ଦୁଇଟି ଇନିଂସ୍‌ ବଳରେ ସେ ସ୍ମିଥ୍‌ଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନରେ ପହଞ୍ଚିଥିଲେ।
କିନ୍ତୁ ଦ୍ୱିତୀୟ ଟେଷ୍ଟ୍‌ରେ ବିରାଟ୍‌ ଯଥାକ୍ରମେ ୨୩ ଓ ୧୭ ରନ୍‌ କରିଥିବାରୁ ତାଙ୍କୁ ଏକ ନମ୍ବର ମାନ୍ୟତା ହରାଇବାକୁ ପଡ଼ିଛି। ଏବେ ବିରାଟ୍‌ଙ୍କ ପାଖରେ ୯୧୯ ପଏଣ୍ଟ ରହିଛି। ଅନ୍ତର୍ଜାତୀୟ କ୍ରିକେଟ୍‌ କାଉନ୍‌ସିଲ୍‌ ପକ୍ଷରୁ ଆଜି ଟ୍ୱିଟ୍‌ ଯୋଗେ ଏହି ସୂଚନା ଦିଆଯାଇଛି।
ସେହିପରି ୮୫୧ ପଏଣ୍ଟ ସହ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ତୃତୀୟ ସ୍ଥାନରେ ରହିଛନ୍ତି। ଶ୍ରେଷ୍ଠ ୧୦ ଜଣ ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ଙ୍କ ମଧ୍ୟରେ ଦ୍ୱିତୀୟ ଭାରତୀୟ ଭାବେ ଚେତେଶ୍ୱର ପୂଜାରା ୬ଷ୍ଠ ସ୍ଥାନରେ ରହିଛନ୍ତି।
ଅନ୍ୟପକ୍ଷରେ ରବି ଅଶ୍ୱିନ୍‌ ଦୁଇଟି ଯାକ ଟେଷ୍ଟରେ ଭଲ ପ୍ରଦର୍ଶନ କରିଥିବାରୁ ସେ ଏବେ ଅଲରାଉଣ୍ଡର ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଅଶ୍ୱିନ୍‌ଙ୍କ ପାଖରେ ଏବେ ୩୭୬ ପଏଣ୍ଟ ରହିଛି। ସେହିପରି ରବୀନ୍ଦ୍ର ଜାଡେଜା ପୂର୍ବଭଳି ଅଲରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି।

Related story