'୨୦ ବର୍ଷୀୟ ଯୁବକଙ୍କ ଭଳି ଗାଙ୍ଗୁଲିଙ୍କ ହାର୍ଟ କାମ କରୁଛି'

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହୃଦଘାତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ଫ୍ୟାନ୍ ବହୁତ ଚିନ୍ତିତ ଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲର ଡାକ୍ତର ଅପଡେଟ୍ ଦେଇଛନ୍ତି। ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ବୁଧବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିବ ବୋଲି କହିଛନ୍ତି ଡାକ୍ତର। ହସ୍ପିଟାଲରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ତାଙ୍କର ଆଉଏକ ଆଞ୍ଜିଓପ୍ଲାଷ୍ଟି ଆଗାମୀ ଦିନରେ ହେବାର ସମ୍ଭାବନା ରହିଛି। ଭାରତର […]

sourav

Ranjit Kumar Jena
  • Published: Tuesday, 05 January 2021
  • , Updated: 05 January 2021, 10:18 PM IST

କୋଲକାତା: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ହୃଦଘାତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ଫ୍ୟାନ୍ ବହୁତ ଚିନ୍ତିତ ଥିଲେ। ଏବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ହସ୍ପିଟାଲର ଡାକ୍ତର ଅପଡେଟ୍ ଦେଇଛନ୍ତି। ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ବୁଧବାର ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିବ ବୋଲି କହିଛନ୍ତି ଡାକ୍ତର।

ହସ୍ପିଟାଲରେ ଗାଙ୍ଗୁଲିଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା। ତାଙ୍କର ଆଉଏକ ଆଞ୍ଜିଓପ୍ଲାଷ୍ଟି ଆଗାମୀ ଦିନରେ ହେବାର ସମ୍ଭାବନା ରହିଛି। ଭାରତର ଏହି ପୂର୍ବତନ କ୍ୟାପଟେନଙ୍କୁ ଦେଖିବା ପାଇଁ ଆଜି ଜଣାଶୁଣା ହୃଦରୋଗ ବିଶେଷଜ୍ଞ ଡାକ୍ତର ଦେବୀ ଶେଟ୍ଟୀ ହସ୍ପିଟାଲରେ ପହଞ୍ଚିଥିଲେ। ଡକ୍ଟର ଶେଟ୍ଟୀ କହିଛନ୍ତି, ଗାଙ୍ଗୁଲିଙ୍କ ସ୍ୱାସ୍ଥ୍ୟକୁ କୌଣସି କ୍ଷତି ହୋଇନାହିଁ। ଦାଦା ଖୁବଶୀଘ୍ର ସୁସ୍ଥ ହୋଇଯିବେ, କାରଣ ତାଙ୍କର ହୃଦୟ ୨୦ ବର୍ଷୀୟ ଯୁବକଙ୍କ ଭଳି କାମ କରୁଛି।

ଡାକ୍ତର ଆହୁରି କହିଛନ୍ତି, ଗାଙ୍ଗୁଲିଙ୍କୁ ସେଭଳି ବଡ଼ ଧରଣର ହୃଦଘାତ ହୋଇନଥିଲା। ସେଥିପାଇଁ ତାଙ୍କ ହାର୍ଟରେ କୌଣସି କ୍ଷତି ହୋଇନାହିଁ। ଏପରିକି ଭବିଷ୍ୟତରେ ମଧ୍ୟ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଆଗାମୀ ଦିନ ଗୁଡ଼ିକରେ ସେ ସାମାନ୍ୟ ଜୀବନ ବିତାଇପାରିବେ। ଗାଙ୍ଗୁଲିଙ୍କର ସଠିକ୍ ସମୟରେ ସଠିକ୍ ଉପଚାର କରାଯାଇଛି। ଏଥିପାଇଁ ମୁଁ ସମସ୍ତ ଡାକ୍ତରଙ୍କୁ ଧନ୍ୟବାଦ ଜଣାଉଛି।

ଡାକ୍ତର କହିଛନ୍ତି, ଯଦି ଗାଙ୍ଗୁଲି ଚାହିଁବେ, ତାହେଲେ ସେ ମାରାଥାନରେ ଭାଗ ନେଇପାରିବେ, ବିମାନ ଉଡ଼ାଇପାରିବେ ଏବଂ ନିଜର ସବୁ ସ୍ୱପ୍ନ ଓ ଇଚ୍ଛା ମଧ୍ୟ ପୂରଣ କରିପାରିବେ। ଏପରିକି ଗାଙ୍ଗୁଲି ଚାହିଁଲେ କ୍ରିକେଟ୍ ମଧ୍ୟ ଖେଳିପାରିବେ। ତେଣୁ ଏବେ ଚିନ୍ତା କରିବାର କୌଣସି କାରଣ ନାହିଁ।

ଡାକ୍ତରଙ୍କୁ ଗାଙ୍ଗୁଲିଙ୍କର ଆଉଏକ ଆଞ୍ଜିଓପ୍ଲାଷ୍ଟି କରାଇବା ନେଇ ପଚରାଯାଇଥିଲା। ଜବାବରେ ଡାକ୍ତର କହିଛନ୍ତି, ତାଙ୍କ ପାଖରେ ଦୁଇଟି ବିକଳ୍ପ ରହିଛି। ସେ ମେଡିସିନ୍ ଖାଇ ଉପଚାର କରାଇପାରିବେ, କିନ୍ତୁ ଆଞ୍ଜିଓପ୍ଲାଷ୍ଟି କରାଇବା ତାଙ୍କ ପାଇଁ ଭଲ ହେବ। ତାଙ୍କୁ ଏଥିପାଇଁ ଦୁଇ ସପ୍ତାହ ଅପେକ୍ଷା କରିବାକୁ ପଡ଼ିବ ଏବଂ ଏହା ପରେ ସେ କୌଣସି ନିଷ୍ପତ୍ତି ନେଇପାରିବେ ବୋଲି ଡାକ୍ତର କହିଛନ୍ତି।

ସୂଚନାଯୋଗ୍ୟ, ଶନିବାର ଗାଙ୍ଗୁଲିଙ୍କୁ ହାର୍ଟ ଆଟାକ୍ ହୋଇଥିଲା। ଯାହା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ତାଙ୍କର ସଫଳ ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା ଏବଂ ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି।

Related story