ଦୁଲୀପ୍ ଟ୍ରଫି ଦଳରେ ଓଡ଼ିଶା କ୍ରିକେଟର୍ ରାଜେଶ ମହାନ୍ତି

ନୂଆଦିଲ୍ଲୀ: ଚଳିତ ମାସ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ହେବାକୁଥିବା ସମ୍ମାନଜନକ ଦୁଲୀପ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଙ୍ଗଳବାର ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରୀନ୍ ଏବଂ ଇଣ୍ଡିଆ ରେଡ୍ ଟିମ୍ ଘୋଷଣା କରିଛି। ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲଙ୍କୁ ଇଣ୍ଡିଆ ବ୍ଲୁ ଟିମର ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ଫୈଜ୍ ଫଜଲ୍ ଓ ପ୍ରିୟଙ୍କ ପାଞ୍ଚାଲ୍ ଯଥାକ୍ରମେ ଇଣ୍ଡିଆ ଗ୍ରୀନ୍ ଏବଂ ଇଣ୍ଡିଆ ରେଡ୍ ଟିମର ନେତୃତ୍ୱ […]

rajesh

Ranjit Kumar Jena
  • Published: Tuesday, 06 August 2019
  • , Updated: 06 August 2019, 05:07 PM IST

ନୂଆଦିଲ୍ଲୀ: ଚଳିତ ମାସ ଅଗଷ୍ଟ ୧୭ରୁ ସେପ୍ଟେମ୍ବର ୮ ତାରିଖ ପର୍ଯ୍ୟନ୍ତ ବେଙ୍ଗାଲୁରୁରେ ହେବାକୁଥିବା ସମ୍ମାନଜନକ ଦୁଲୀପ ଟ୍ରଫି ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ମଙ୍ଗଳବାର ଇଣ୍ଡିଆ ବ୍ଲୁ, ଇଣ୍ଡିଆ ଗ୍ରୀନ୍ ଏବଂ ଇଣ୍ଡିଆ ରେଡ୍ ଟିମ୍ ଘୋଷଣା କରିଛି।

ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ୍ ଗିଲଙ୍କୁ ଇଣ୍ଡିଆ ବ୍ଲୁ ଟିମର ଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ଫୈଜ୍ ଫଜଲ୍ ଓ ପ୍ରିୟଙ୍କ ପାଞ୍ଚାଲ୍ ଯଥାକ୍ରମେ ଇଣ୍ଡିଆ ଗ୍ରୀନ୍ ଏବଂ ଇଣ୍ଡିଆ ରେଡ୍ ଟିମର ନେତୃତ୍ୱ ନେବେ।

ଇଣ୍ଡିଆ ଗ୍ରୀନ୍ ଟିମରେ ଓଡ଼ିଶାର ଷ୍ଟାର୍ ପେସ୍ ବୋଲର ରାଜେଶ ମହାନ୍ତି ସ୍ଥାନ ପାଇଛନ୍ତି। ରଣଜୀ ଟ୍ରଫିରେ ସଫଳ ପ୍ରଦର୍ଶନ ଆଧାରେ ରାଜେଶଙ୍କୁ ଦୁଲୀପ ଟ୍ରଫି ପାଇଁ ମନୋନୀତ କରାଯାଇଛି। ସେ ଗତ ରଣଜୀ ସଂସ୍କରଣରେ ୮ ମ୍ୟାଚ୍ ଖେଳି ୧୯.୪୨ ହାରରେ ୪୦ ୱିକେଟ୍ ନେଇଥିଲେ।

ଗତ ଦୁଲୀପ ଟ୍ରଫିରେ ସବୁଯାକ ମ୍ୟାଚ୍ ପିଙ୍କ୍ ବଲରେ ଖେଳାଯାଉଥିବା ବେଳେ ଏଥର ନାଲି ବଲରେ ଖେଳାଯିବ। କେବଳ ସେପ୍ଟେମ୍ବର ୮ ପର୍ଯ୍ୟନ୍ତ ହେବାକୁଥିବା ଫାଇନାଲ୍ ମୁକାବିଲା ପିଙ୍କ୍ ବଲରେ ଖେଳାଯିବ। ତେବେ ଲିଗ୍ ମ୍ୟାଚ୍ ଗୁଡ଼ିକର ସିଧା ପ୍ରସାରଣ ହେବ ନାହିଁ।

ସ୍କ୍ୱାଡ୍
ଇଣ୍ଡିଆ ବ୍ଲୁ': ଶୁବମାନ୍ ଗିଲ୍ (କ୍ୟାପଟେନ୍), ଋତୁରାଜ ଗାଏକ୍ୱାଡ୍, ରଜତ ପଟିଦାର, ରିକି ଭୁଇ, ଅନମୋଲପ୍ରୀତ ସିଂହ, ଅଙ୍କିତ ବାୱନେ, ସ୍ନେଲ୍ ପଟେଲ୍ (ୱିକେଟକିପର), ଶ୍ରେୟସ ଗୋପାଲ୍, ସୌରଭ କୁମାର, ଜାଲାଜ ସାକ୍ସେନା, ତୁଷାର ଦେଶପାଣ୍ଡେ, ବାସିଲ୍ ଥାମ୍ପି, ଅନିକେତ୍ ଚୌଧୁରୀ, ଦିୱେଶ ପଠାନିଆ, ଆଶୁତୋଷ ଅମନ୍।

ଇଣ୍ଡିଆ ଗ୍ରୀନ୍: ଫୈଜ୍ ଫଜଲ୍ (କ୍ୟାପଟେନ୍), ଅକ୍ଷତ ରେଡ୍ଡି, ଧ୍ରୁତ ଶୋରେ, ସିଦ୍ଦେଶ ଲାଡ୍, ପ୍ରିୟମ ଗାର୍ଗ, ଅକ୍ଷଦୀପ ନାଥ, ରାହୁଲ୍ ଚହର୍, ଧର୍ମେନ୍ଦ୍ରସିଂ ଜାଡେଜା, ଜୟନ୍ତ ଯାଦବ, ଅଙ୍କିତ ରାଜପୁତ, ଇଶାନ୍ ପୋରେଲ୍୍, ତନଭୀର-ଉଲ୍-ହକ୍, ଅକ୍ଷୟ ୱାଦକର୍ (ୱିକେଟକିପର), ରାଜେଶ ମହାନ୍ତି, ମିଲିନ୍ଦ କୁମାର।

ଇଣ୍ଡିଆ ରେଡ୍: ପ୍ରିୟଙ୍କ ପାଞ୍ଚାଲ୍ (କ୍ୟାପଟେନ୍), ଅଭିମନ୍ୟୁ ଈଶ୍ୱରନ୍, ଅକ୍ଷର ପଟେଲ୍, କରୁନ୍ ନାଏର, ଇଶାନ୍ କିଶାନ୍ (ୱିକେଟକିପର), ହରପ୍ରୀତ ସିଂହ ଭାଟିଆ, ମହିପାଲ୍ ଲୋମରର୍, ଆଦିତ୍ୟ ସରୱତେ, ଅକ୍ଷୟ ୱାଖରେ, ବରୁନ୍ ଆରୋନ୍, ରୋହିତ୍ ମୋରେ, ଜୟଦେବ ଉନାଦକତ୍, ସନ୍ଦୀପ ୱାରିୟର୍, ଅଙ୍କିତ କାଲସି।

Related story