ଜାକର୍ତ୍ତା: ଭାରତ ପାଇଁ ପୁଣି ଥରେ ଗୌରବ ଆଣି ଦେଇଛନ୍ତି ଓଡ଼ିଆ ଝିଅ ଦୂତୀ ଚାନ୍ଦ। ଜାକର୍ତ୍ତାଠାରେ ଚାଲିଥିବା ଏସିଆନ୍ ଗେମ୍ସରେ ଏହି ଓଡ଼ିଆ ଧାବିକା ଦୌଡ଼ ଇଭେଣ୍ଟରେ ପୁଣି ରୌପ୍ୟ ପଦକ ହାସଲ କରିଛନ୍ତି।
୨୦୦ ମିଟର୍ ଇଭେଣ୍ଟରେ ସେ ଏହି ସଫଳତା ପାଇଛନ୍ତି। ଏହି ଦୂରତାକୁ ଦୂତୀ ୨୩.୨ ସେକେଣ୍ଡରେ ଅତିକ୍ରମ କରି ଦ୍ଵିତୀୟ ସ୍ଥାନ ଦଖଲ କରିଛନ୍ତି।
ପୂର୍ବରୁ ୧୦୦ ମିଟର ଦୌଡ଼ରେ ମଧ୍ୟ ଦୂତୀ ରୌପ୍ୟ ପଦକ ଜିତିଥିଲେ।
ବାହାରିନ୍ର ଇଡିଡିଓଙ୍ଗ ଓଡିଓଙ୍ଗ ୨୨.୯୬ ସେକେଣ୍ଡ ଟାଇମିଂରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଚୀନ୍ର ୱି ୟୋନ୍ଗିଲ୍ ୨୩,୨୭ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରି ବ୍ରୋଞ୍ଜ ପଦକ ଜିତିଛନ୍ତି।