ତିନି ବର୍ଷ ପରେ ଜାତୀୟ ଦଳରେ ସ୍ଥାନ ପାଇଲେ ବ୍ରାଭୋ

ସେଣ୍ଟ ଜର୍ଜ: ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଷ୍ଟାର୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ୱେଷ୍ଟଇଣ୍ଡିଜ୍ ଟିମରେ ସାମିଲ୍ କରାଯାଇଛି। ୩୬ ବର୍ଷୀୟ ବ୍ରାଭୋ ପ୍ରାୟ ତିନି ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଇଣ୍ଡିଜ୍ ଏହି ଭେଟେରାନ୍ ଅଲରାଉଣ୍ଡକୁ ସୁଯୋଗ ଦେଇଛି। ବ୍ରାଭୋ ନିଜର ଶେଷ ଟି-୨୦ ମ୍ୟାଚ୍ ସେପ୍ଟେମ୍ବର, ୨୦୧୬ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ। ବ୍ରାଭୋଙ୍କୁ ସାମିଲ୍ କରିବା ନେଇ ୱେଷ୍ଟଇଣ୍ଡିଜର […]

bravo

Ranjit Kumar Jena
  • Published: Monday, 13 January 2020
  • , Updated: 13 January 2020, 06:49 PM IST

ସେଣ୍ଟ ଜର୍ଜ: ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଷ୍ଟାର୍ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋଙ୍କୁ ୱେଷ୍ଟଇଣ୍ଡିଜ୍ ଟିମରେ ସାମିଲ୍ କରାଯାଇଛି। ୩୬ ବର୍ଷୀୟ ବ୍ରାଭୋ ପ୍ରାୟ ତିନି ବର୍ଷ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଇଣ୍ଡିଜ୍ ଏହି ଭେଟେରାନ୍ ଅଲରାଉଣ୍ଡକୁ ସୁଯୋଗ ଦେଇଛି। ବ୍ରାଭୋ ନିଜର ଶେଷ ଟି-୨୦ ମ୍ୟାଚ୍ ସେପ୍ଟେମ୍ବର, ୨୦୧୬ରେ ପାକିସ୍ତାନ ବିପକ୍ଷରେ ଖେଳିଥିଲେ।

ବ୍ରାଭୋଙ୍କୁ ସାମିଲ୍ କରିବା ନେଇ ୱେଷ୍ଟଇଣ୍ଡିଜର ମୁଖ୍ୟ ଚୟନକର୍ତ୍ତା ରୋଜର ହାର୍ପର୍ କହିଛନ୍ତି, ଡେଥ୍ ବୋଲିଂକୁ ଅଧିକ ମଜଭୁତ୍ କରିବା ପାଇଁ ଆମେ ବ୍ରାଭୋଙ୍କୁ ଡାକରା ଦେଇଛୁ। ତାଙ୍କ ପାଖରେ ଡେଥ୍ ଓଭର ଗୁଡ଼ିକରେ ବୋଲିଂ କରିବାର ପ୍ରଚୁର ଅଭିଜ୍ଞତା ରହିଛି। ଏହାଛଡ଼ା ସେ ଜବରଦସ୍ତ ବ୍ୟାଟିଂ ମଧ୍ୟ କରନ୍ତି। ତେଣୁ ଟି-୨୦ ବିଶ୍ୱକପ୍ ପୂର୍ବରୁ ବ୍ରାଭୋଙ୍କ ଅଭିଜ୍ଞତା ଟିମ୍ ପାଇଁ ଫଳପ୍ରଦ ହେବ।

ବ୍ରାଭୋ ଇଣ୍ଡିଜ୍ ପକ୍ଷରୁ ୬୬ ଟି-୨୦ ମ୍ୟାଚ୍ ଖେଳି ୫୨ ୱିକେଟ୍ ଏବଂ ୧୧୪୨ ରନ୍ କରିଛନ୍ତି। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ଓ ଆୟର୍ଲ୍ୟାଣ୍ଡ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ୧୫ ତାରିଖରୁ ଆରମ୍ଭ ହେବ। ୧୮ ତାରିଖରେ ଦ୍ୱିତୀୟ ଟି-୨୦ ଏବଂ ୧୯ ତାରିଖରେ ତୃତୀୟ ମ୍ୟାଚ୍ ଖେଳାଯିବ।

ଇଣ୍ଡିଜ୍ ଟି-୨୦ ସ୍କ୍ୱାଡ୍‌: କାଇରନ୍ ପୋଲାର୍ଡ (କ୍ୟାପଟେନ୍‌), ଡ୍ୱେନ୍ ବ୍ରାଭୋ, ଶେଲଡନ୍ କଟ୍ଟରେଲ୍‌, ଶିମରନ୍ ହେଟମେୟର୍‌, ବ୍ରାଣ୍ଡନ୍ କିଙ୍ଗ୍‌, ଏଭିନ୍ ଲୁଇସ୍‌, ଖାରୀ ପିଏରୀ, ନିକୋଲାସ ପୁରନ୍‌, ରୋଭମାନ୍ ପାୱେଲ, ଶେରଫେନ୍ ରଦରଫର୍ଡ, ଲେଣ୍ଡଲ୍ ସିମନ୍ସ, ହେଡେନ୍ ୱାଲ୍ସ, କେସରିକ୍ ୱିଲିୟମ୍ସ।

Related story