ଦ୍ୱିଶତକ, ତ୍ରିଶତକ କରିବାର କଳା ଜାଣି ନଥିଲେ ସଚୀନ: କପିଲ ଦେବ

ଦୁବାଇ: ଶତକକୁ ଦ୍ୱିଶତକ, ତ୍ରିଶତକ ଏବଂ ୪୦୦ ରନରେ ପରିଣତ କରିବାର କଳା ଜାଣି ନଥିଲେ ସଚୀନ ତେନ୍ଦୁଲକର। ଏ କଥା କହିଛନ୍ତି ଭାରତର ପୂର୍ବତନ ଅଧିନାୟକ କପିଲ ଦେବ। କପିଲ ଦୁବାଇର ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏହି କଥା କହିଛନ୍ତି। ସେ କହିଛନ୍ତି, ସଚୀନ ଜଣେ ଉତ୍ତମ କ୍ରିକେଟର। କିନ୍ତୁ ସେ କେବଳ ଶତକ କରିବାର କଳା ଜାଣିଥିଲେ। ଦ୍ୱିଶତକ, ତ୍ରିଶତକ ତଥା ୪୦୦ରନର ପାଳି ଖେଳିବାର କ୍ଷମତା ଓ ଦକ୍ଷତା ତେନ୍ଦୁଲକରଙ୍କ […]

sachin

Rakesh Mallick
  • Published: Thursday, 29 October 2015
  • , Updated: 29 October 2015, 04:00 PM IST

ଦୁବାଇ: ଶତକକୁ ଦ୍ୱିଶତକ, ତ୍ରିଶତକ ଏବଂ ୪୦୦ ରନରେ ପରିଣତ କରିବାର କଳା ଜାଣି ନଥିଲେ ସଚୀନ ତେନ୍ଦୁଲକର। ଏ କଥା କହିଛନ୍ତି ଭାରତର ପୂର୍ବତନ ଅଧିନାୟକ କପିଲ ଦେବ। କପିଲ ଦୁବାଇର ଏକ ଖବର କାଗଜକୁ ଦେଇଥିବା ସାକ୍ଷାତକାରରେ ଏହି କଥା କହିଛନ୍ତି। ସେ କହିଛନ୍ତି, ସଚୀନ ଜଣେ ଉତ୍ତମ କ୍ରିକେଟର। କିନ୍ତୁ ସେ କେବଳ ଶତକ କରିବାର କଳା ଜାଣିଥିଲେ। ଦ୍ୱିଶତକ, ତ୍ରିଶତକ ତଥା ୪୦୦ରନର ପାଳି ଖେଳିବାର କ୍ଷମତା ଓ ଦକ୍ଷତା ତେନ୍ଦୁଲକରଙ୍କ ଥିଲା। କିନ୍ତୁ ସେ ସେହି ଦକ୍ଷତାକୁ କାମରେ ଲଗାଇଲେ ନାହିଁ।

କପିଲ କହିଛନ୍ତି ଯେ ତାଙ୍କ କଥାକୁ ଭୁଲ୍ ଢଙ୍ଗରେ ନେବା ଉଚିତ୍ ନୁହେଁ। ସେ ମନେ କରନ୍ତି ଯେ ସଚୀନ ତାଙ୍କ ଦକ୍ଷତାକୁ ନ୍ୟାୟ ଦେଇ ନାହାନ୍ତି। ସେ ସବୁବେଳେ ଭାବନ୍ତି ଯେ ସଚୀନ ଯାହା କରିଛନ୍ତି ତାଠାରୁ ଢେର ଅଧିକ କରିପାରି ଥାଆନ୍ତେ।

କପିଳ ଆହୁରି ମଧ୍ୟ କହିଛନ୍ତି ଯେ ଭିଭିଆନ୍ ରିଚାର୍ଡସନଙ୍କ ଭଳି ସଚିନ ଦୁର୍ଦ୍ଦାନ୍ତ ନଥିଲେ। ଯଦି କ୍ରିକେଟ୍ ପଡ଼ିଆରେ ସେ ସଚୀନଙ୍କ ସହ ଆଉ କିଛି ଅଧିକ ସମୟ ବିତାଇବା ପାଇଁ ସୁଯୋଗ ପାଇଥାଆନ୍ତେ, ତା’ହେଲେ ତାଙ୍କୁ ବୀରେନ୍ଦ୍ର ସେହୱାଗଙ୍କ ଭଳି ଖେଳିବାକୁ ପରାମର୍ଶ ଦେଇ ଥାଆନ୍ତେ। ଏମିତି ହୋଇଥିଲେ ସଚୀନ ଆହୁରି ଉତ୍ତମ କ୍ରିକେଟର ହୋଇ ପାରିଥାଆନ୍ତେ।

Related story