ଦ୍ୱିତୀୟ ଆଶେସ୍ ଟେଷ୍ଟ ସ୍କ୍ୱାଡରୁ ମୋଇନ୍ ଅଲୀ ବାଦ୍

ଲଣ୍ଡନ: ବୁଧବାରଠାରୁ ଲର୍ଡ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ତା’ର ୧୨ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଟିମର ଅଭିଜ୍ଞ ଅଲରାଉଣ୍ଡର ମୋଇନ୍ ଅଲୀ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଜ୍ୟାକ୍ ଲିଚଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଶ୍ୱକପ୍ ବିଜେତା ହିରୋ ଜୋଫ୍ରା ଆର୍ଚରଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ୍ କରାଯାଇଛି। ଅର୍ଥାତ୍ ଆସନ୍ତା ସପ୍ତାହରେ ଆର୍ଚର୍ ନିଜର ଟେବ୍ୟୁ କରିବେ। ଏବଜାଷ୍ଟନ ଟେଷ୍ଟରେ ମୋଇନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ […]

moeen

Ranjit Kumar Jena
  • Published: Friday, 09 August 2019
  • , Updated: 09 August 2019, 08:26 PM IST

ଲଣ୍ଡନ: ବୁଧବାରଠାରୁ ଲର୍ଡ୍ସରେ ଅଷ୍ଟ୍ରେଲିଆ ବିପକ୍ଷ ଆରମ୍ଭ ହେବାକୁଥିବା ଦ୍ୱିତୀୟ ଆଶେସ୍ ଟେଷ୍ଟ ମ୍ୟାଚ୍ ପାଇଁ ଆଜି ଇଂଲଣ୍ଡ ତା'ର ୧୨ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଟିମର ଅଭିଜ୍ଞ ଅଲରାଉଣ୍ଡର ମୋଇନ୍ ଅଲୀ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ଜ୍ୟାକ୍ ଲିଚଙ୍କୁ ସାମିଲ୍ କରାଯାଇଛି। ସେହିପରି ବିଶ୍ୱକପ୍ ବିଜେତା ହିରୋ ଜୋଫ୍ରା ଆର୍ଚରଙ୍କୁ ଚୂଡ଼ାନ୍ତ ଦଳରେ ସାମିଲ୍ କରାଯାଇଛି। ଅର୍ଥାତ୍ ଆସନ୍ତା ସପ୍ତାହରେ ଆର୍ଚର୍ ନିଜର ଟେବ୍ୟୁ କରିବେ।

ଏବଜାଷ୍ଟନ ଟେଷ୍ଟରେ ମୋଇନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା, ଯେଉଁଥିରେ ଇଂଲଣ୍ଡ ୨୫୧ ରନରେ ଶୋଚନୀୟ ଭାବେ ପରାସ୍ତ ହୋଇଥିଲା। ୩୨ ବର୍ଷୀୟ ମୋଇନ୍ ଏହି ଟେଷ୍ଟରେ ମାତ୍ର ୩ଟି ୱିକେଟ୍ ନେଇଥିବା ବେଳେ ବ୍ୟାଟିଂରେ ଉଭୟ ଇନିଂସରେ ଯଥାକ୍ରମେ ଶୂନ ଓ ୪ ରନ୍ କରିଥିଲେ। ତାଙ୍କ ତୁଳନାରେ ଅଷ୍ଟ୍ରେଲୀୟ ସ୍ପିନର୍ ନେଥନ୍ ଲାୟନ୍ ଚମତ୍କାର ପ୍ରଦର୍ଶନ କରିଥିଲେ, ଯିଏ ମୋଇନଙ୍କୁ ଟେଷ୍ଟରେ ୯ଥର ନିଜର ଶିକାର ବନାଇଛନ୍ତି। ସମରସେଟ୍ ସ୍ପିନର୍ ଲିଚ୍ ଆୟର୍ଲ୍ୟାଣ୍ଡ୍ ବିପକ୍ଷ ଲର୍ଡ୍ସ ଟେଷ୍ଟରେ ଖେଳିଥିଲେ, ଯେଉଁଥିରେ ସେ ୯୨ ରନର ସର୍ବଶ୍ରେଷ୍ଠ ଇନିଂସ୍ ଖେଳିଥିଲେ।

ଚଳିତ ଆଶେସରେ ଇଂଲଣ୍ଡ ପାଇଁ ଆହତ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। ଟିମର ଏକ ନମ୍ବର ବୋଲର ଜେମ୍ସ ଆଣ୍ଡରସନ୍ ଆହତ ଯୋଗୁ ଦ୍ୱିତୀୟ ଟେଷ୍ଟରୁ ବାଦ୍ ପଡ଼ିଛନ୍ତି। ତାଙ୍କ ପରେ ଓଲି ଷ୍ଟୋନ୍ ମଧ୍ୟ ଆହତ କାରଣରୁ ଦୁଇ ସପ୍ତାହ କ୍ରିକେଟରୁ ଦୂରେଇ ରହିବେ। ଏହି ଦୁଇ ପେସରଙ୍କ ଅନୁପସ୍ଥିତିରେ ଏବେ ଇଂଲଣ୍ଡର ବୋଲିଂ ଭାର ଷ୍ଟୁଆର୍ଟ ବ୍ରଡଙ୍କ ଉପରେ ରହିବ, ଯିଏ ଏଜବାଷ୍ଟନରେ ଭଲ ବୋଲିଂ କରିଥିଲେ।

ଇଂଲଣ୍ଡ ସ୍କ୍ୱାଡ୍: ରୋରି ବର୍ନସ୍, ଜେସନ୍ ରୟ, ଜୋ ରୁଟ୍ (କ୍ୟାପଟେନ୍), ଜୋ ଡେନଲୀ, ଜୋସ୍ ବଟଲର୍, ଜନ୍ନି ବେୟାରଷ୍ଟୋ (ୱିକେଟକିପର), ବେନ୍ ଷ୍ଟୋକ୍ସ, କ୍ରିସ୍ ଓକ୍ସ, ଜୋଫ୍ରା ଆର୍ଚର୍, ଷ୍ଟୁଆର୍ଟ ବ୍ରଡ୍, ଜ୍ୟାକ୍ ଲିଚ୍, ସାମ୍ କୁରାନ୍।

Related story