ପ୍ରଥମ ଟେଷ୍ଟ ଟିମ୍ ଭାବେ ଏହି ବିଶ୍ୱ ରେକର୍ଡ କଲା ଇଂଲଣ୍ଡ

ପୋର୍ଟ ଏଲିଜାବେଥ୍‌: ଇଂଲଣ୍ଡ କ୍ରିକେଟ୍ ଟିମ୍ ସ୍ୱଦେଶ ବାହାରେ ଅର୍ଥାତ୍ ବିଦେଶରେ ୫୦୦ ଟେଷ୍ଟ ମ୍ୟାଚ୍ ଖେଳିବାରେ ପ୍ରଥମ ଟିମ୍ ହୋଇଛି। ଏଠାକାର ସେଣ୍ଟ ଜର୍ଜ ଗ୍ରାଉଣ୍ଡରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଏହି କାରନାମା କରିଛି। ଇଂଲଣ୍ଡ ବିଦେଶ ମାଟିରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା, ଯାହା ଆନୁଷ୍ଠାନିକ ଭାବେ ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା। ଏହି ମ୍ୟାଚ୍ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ […]

england

Ranjit Kumar Jena
  • Published: Friday, 17 January 2020
  • , Updated: 17 January 2020, 04:10 PM IST

ପୋର୍ଟ ଏଲିଜାବେଥ୍‌: ଇଂଲଣ୍ଡ କ୍ରିକେଟ୍ ଟିମ୍ ସ୍ୱଦେଶ ବାହାରେ ଅର୍ଥାତ୍ ବିଦେଶରେ ୫୦୦ ଟେଷ୍ଟ ମ୍ୟାଚ୍ ଖେଳିବାରେ ପ୍ରଥମ ଟିମ୍ ହୋଇଛି। ଏଠାକାର ସେଣ୍ଟ ଜର୍ଜ ଗ୍ରାଉଣ୍ଡରେ ଖେଳାଯାଉଥିବା ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଏହି କାରନାମା କରିଛି।

ଇଂଲଣ୍ଡ ବିଦେଶ ମାଟିରେ ନିଜର ପ୍ରଥମ ଟେଷ୍ଟ ମ୍ୟାଚ୍ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ (ଏମସିଜି)ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲା, ଯାହା ଆନୁଷ୍ଠାନିକ ଭାବେ ପ୍ରଥମ ଟେଷ୍ଟ ମ୍ୟାଚ୍ ଥିଲା। ଏହି ମ୍ୟାଚ୍ ମାର୍ଚ୍ଚ ୧୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୯୮୭ରେ ଖେଳାଯାଇଥିଲା, ଯେଉଁଥିରେ ଅଷ୍ଟ୍ରେଲିଆ ୪୫ ରନରେ ବିଜୟୀ ହୋଇଥିଲା। ଇଂଲଣ୍ଡ ସ୍ୱଦେଶ ବାହାରେ ଏପର୍ଯ୍ୟନ୍ତ ୧୪୯ ମ୍ୟାଚ୍ ଜିତିବାରେ ସଫଳ ହୋଇଛି ଏବଂ ୧୮୨ ମ୍ୟାଚରେ ହାରିଛି।

ସ୍ୱଦେଶ ବାହାରେ ସର୍ବାଧିକ ଟେଷ୍ଟ ମ୍ୟାଚ୍ ଖେଳିବା ମାମଲାରେ ଅଷ୍ଟ୍ରେଲିଆ ଦ୍ୱିୀତୟ ସ୍ଥାନରେ ରହିଛି। ଅଷ୍ଟ୍ରେଲିଆ ବିଦେଶରେ ୪୦୪ ମ୍ୟାଚ୍ ଖେଳିଛି। ଏଥିରୁ ସେମାନେ ୧୪୭ଟିରେ ବିଜୟୀ ହୋଇଥିବା ବେଳେ ୧୨୫ଟି ପରାସ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିଦେଶରେ ୧୩୧ ମ୍ୟାଚ୍ ଡ୍ର' କରିଛି। ଭାରତ ବିଦେଶରେ ଏପର୍ଯ୍ୟନ୍ତ ମାତ୍ର ୨୬୮ ଟେଷ୍ଟ ମ୍ୟାଚ୍ ଖେଳିଛି, ଯେଉଁଥିରୁ ୫୧ଟିରେ ବିଜୟ, ୧୧୩ଟିରେ ପରାସ୍ତ ଏବଂ ୧୦୪ଟି ଡ୍ର' କରିଛି।

ଓଭରଅଲ୍ ଇଂଲଣ୍ଡ ଅନ୍ତର୍ଜାତୀୟ କ୍ରିକେଟରେ ୧୦୨୧ ଟେଷ୍ଟ ମ୍ୟାଚ୍ ଖେଳିସାରିଛି। ଯେଉଁଥିରୁ ୩୬୯ ବିଜୟ, ୩୦୪ ପରାଜୟ ଏବଂ ୩୪୭ ଡ୍ର' ହୋଇଛି। ଅଷ୍ଟ୍ରେଲିଆ ୮୩୦ ଟେଷ୍ଟ ଖେଳି ୩୯୩ ବିଜୟ, ୨୨୪ ପରାଜୟ ଓ ୨୧୧ ଡ୍ର' କରିଛି। ୱେଷ୍ଟଇଣ୍ଡିଜ୍ ୫୪୫ ଟେଷ୍ଟ (୧୭୪ ବିଜୟ, ୧୯୫ ପରାଜୟ, ୧୭୫ ଡ୍ର'), ଭାରତ ୫୪୦ ଟେଷ୍ଟ (୧୫୭ ବିଜୟ, ୧୬୫ ପରାଜୟ, ୨୧୭ ଡ୍ର) ଖେଳିଛି।

Related story