ତୃତୀୟ ଆଶେସ ଟେଷ୍ଟ: ଇଂଲଣ୍ଡକୁ ୩୫୯ର ଟାର୍ଗେଟ ଦେଲା ଅଷ୍ଟ୍ରେଲିଆ

ଲିଡ୍ସ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଟେଷ୍ଟ ଶେଷ ହେବାକୁ ଆହୁରି ଦୁଇ ଦିନ ଥିବା ବେଳେ ଅଷ୍ଟ୍ରେଲିଆ ଘରୋଇ ଇଂଲଣ୍ଡକୁ ଜିତିବା ପାଇଁ ୩୫୯ ରନ୍‌ର କଷ୍ଟସାଧ୍ୟ ଟାର୍ଗେଟ ଦେଇଛି। ଶେଷ ଖବର ସୁଦ୍ଧା ଇଂଲଣ୍ଡ ୧୪ ଓଭରରେ ୨ ୱିକେଟ୍‌ ହରାଇ ୩୫ ରନ୍‌ କରିଛି। ଏବେ ବି ଇଂଲଣ୍ଡକୁ ଜିତିବା ପାଇଁ ୩୨୪ ରନ୍‌ର ଆବଶ୍ୟକତା ରହିଛି। ଜୋ […]

wsa

Hemant Lenka
  • Published: Saturday, 24 August 2019
  • , Updated: 24 August 2019, 07:33 PM IST

ଲିଡ୍ସ: ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ମ୍ୟାଚ୍‌ ଏବେ ରୋମାଞ୍ଚକର ସ୍ଥିତିରେ ପହଞ୍ଚିଛି। ତୃତୀୟ ଟେଷ୍ଟ ଶେଷ ହେବାକୁ ଆହୁରି ଦୁଇ ଦିନ ଥିବା ବେଳେ ଅଷ୍ଟ୍ରେଲିଆ ଘରୋଇ ଇଂଲଣ୍ଡକୁ ଜିତିବା ପାଇଁ ୩୫୯ ରନ୍‌ର କଷ୍ଟସାଧ୍ୟ ଟାର୍ଗେଟ ଦେଇଛି।

ଶେଷ ଖବର ସୁଦ୍ଧା ଇଂଲଣ୍ଡ ୧୪ ଓଭରରେ ୨ ୱିକେଟ୍‌ ହରାଇ ୩୫ ରନ୍‌ କରିଛି। ଏବେ ବି ଇଂଲଣ୍ଡକୁ ଜିତିବା ପାଇଁ ୩୨୪ ରନ୍‌ର ଆବଶ୍ୟକତା ରହିଛି। ଜୋ ରୁଟ ୯ ଓ ଜୋ ଡେନଲୀ ୧୧ ରନ୍‌ କରି ଅପରାଜିତ ରହିଛନ୍ତି।

ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ମାତ୍ର ୧୭୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ ଅଷ୍ଟ୍ରେଲିଆ ପେସ୍ ଆକ୍ରମଣ ଆଗରେ ପୂରା ଇଂଲଣ୍ଡ ଟିମ୍‌ ଆତ୍ମସମର୍ପଣ କରିଦେଇଥିଲା। ଇଂଲଣ୍ଡର ପୂରା ଟିମ୍‌ ପ୍ରଥମ ଇନିଂସ୍‌ରେ ମାତ୍ର ୬୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଫଳରେ ଅଷ୍ଟ୍ରେଲିଆକୁ ଗୁରୁତ୍ୱପୂର୍ଣ୍ଣ ୧୧୨ ରନ୍‌ର ଅଗ୍ରଣୀ ମିଳିଥିଲା।

ଦ୍ରୁତ ବୋଲରଙ୍କୁ ସୁହାଉଥିବା ହେଡିଲେଂର ଏହି ପିଚରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ମଧ୍ୟ ଦ୍ୱିତୀୟ ଇନିଂସର ଆରମ୍ଭରୁ ସମସ୍ୟାରେ ପଡ଼ିଥିଲେ। ଦଳର ଓପନର ଡାଭିଡ୍‌ ୱାର୍ଣ୍ଣର ଖାତା ଖୋଲିବା ପୂର୍ବରୁ ହିଁ ପ୍ୟାଭିଲିୟନ ଫେରିଥିଲେ।

ମାର୍କସ ହ୍ୟାରିସ ୧୯, ଉସମାନ ଖ୍ୱାଜା ୨୩ ଓ ଟ୍ରାଭିସ୍‌ ହେଡ୍‌ ମାତ୍ର ୨୫ ରନ୍‌ କରି ଆଉଟ ହୋଇଥିଲେ। ତେବେ ପ୍ରଥମ ଇନିଂସ୍‌ ପରି ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ମାର୍ନସ୍ ଲାବୁଶେନ୍ ଦଳୀୟ ସ୍ଥିତିକୁ ସମ୍ଭାଳିଥିଲେ।

ତାଙ୍କୁ ପ୍ରଥମେ ମାଥ୍ୟୁ ୱାଡେ ସହଯୋଗ କରିଥିଲେ। ୱାଡେ ଦ୍ୱିତୀୟ ଦିବସର ଶେଷ ବ୍ୟାଟସ୍‌ମ୍ୟାନ୍‌ ଭାବେ ୩୩ ରନ୍‌ କରି ବେନ୍‌ ଷ୍ଟୋକ୍ସଙ୍କ ବଲରେ ଆଉଟ୍‌ ହୋଇଥିଲେ। ଷ୍ଟମ୍ପ ଅପସାରଣ ବେଳକୁ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ୍‌ରେ ୬ ୱିକେଟ୍‌ ହରାଇ ୧୭୧ ରନ୍‌ କରିଥିଲା।

ଆଜି ତୃତୀୟ ଦିବସ ଆରମ୍ଭରୁ ଗତକାଲିର ଦୁଇ ଅପରାଜିତ ବ୍ୟାଟସ୍‌ମ୍ୟାନ୍‌ ଲାବୁଶେନ୍ ଓ ଜେମ୍ସ ପାଟିନସନ୍‌ ପ୍ରଥମେ ଅଷ୍ଟ୍ରେଲିଆର ଅଗ୍ରଣୀକୁ ୩୦୦ ପାର କରାଇଥିଲେ। ଉଭୟ ସପ୍ତମ ୱିକେଟ୍‌ ପାଇଁ ୫୦ ରନ୍‌ର ଭାଗିଦାରୀ କରିଥିଲେ। ତେବେ ୨୦ ରନ୍‌ କରିଥିବା ପାଟିନସନ୍‌ଙ୍କୁ ଜୋଫ୍ରା ଆର୍ଚର ଆଉଟ୍‌ କରି ଇଂଲଣ୍ଡକୁ ଦିବସର ପ୍ରଥମ ସଫଳତା ଦେଇଥିଲେ।

ଏହାପରେ ୬ ରନ୍‌ କରିଥିବା ପ୍ୟାଟ କମିନ୍ସ ସଅଳ ଷ୍ଟୋକ୍ସଙ୍କ ଶିକାର ହୋଇଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ୱିକେଟ୍‌ ଇଂଲଣ୍ଡକୁ ରନ୍‌ ଆଉଟ୍‌ ରୂପେ ମିଳିଥିଲା। ଲାବୁଶେନ୍ ୮୦ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ। ନେଥନ ଲାୟନଙ୍କୁ ବୋଲ୍ଡ କରି ଆର୍ଚର ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍‌ରେ ୨୪୬ କରିବାରୁ ଇଂଲଣ୍ଡକୁ ୩୫୯ ରନ୍‌ର ଟାର୍ଗେଟ ମିଳିଛି।

ଇଂଲଣ୍ଡ ପକ୍ଷରୁ ଷ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ୍‌ ନେଇଥିବା ବେଳେ ଆର୍ଚର ଓ ବ୍ରଡ ୨ଟି ୱିକେଟ୍‌ ପାଇଛନ୍ତି। ସେହିପରି କ୍ରିସ୍‌ ୱକ୍ସ ଓ ଜ୍ୟାକ୍‌ ଲିଚ୍‌ ଗୋଟିଏ ଲେଖାଏ ୱିକେଟ୍‌ ଦଖଲ କରିଛନ୍ତି।

Related story