ନାଇଟହୁଡ୍ ଉପାଧୀ ପାଇଲେ ବୟକଟ୍ ଓ ଷ୍ଟ୍ରସ୍

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଜେଫ୍ରି ବୟକଟ୍ ଓ ଆଣ୍ଡ୍ରୁ ଷ୍ଟ୍ରସଙ୍କୁ ନାଇଟହୁଡରେ ସମ୍ମାନିତ କରାଯାଇଛି। କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ଏହି ଦୁଇ ପୂର୍ବତନ କ୍ରିକେଟରଙ୍କୁ ନାଇଟହୁଡ୍ ପ୍ରଦାନ କରାଯାଇଛି। ୭୮ ବର୍ଷୀୟ ବୟକଟ୍ ୧୯୬୪ରୁ ୧୯୮୨ ପର୍ଯ୍ୟନ୍ତ ୧୦୮ ଟେଷ୍ଟ ଖେଳିଥିଲେ, ଯେଉଁଥିରେ ସେ ୮୧୧୪ ରନ୍ କରିଛନ୍ତି। ୧୯୭୮ରେ ଆହତ ମାଇକ୍ ବ୍ରିୟରଲିଙ୍କ ସ୍ଥାନରେ ବୟକଟ୍ ଚାରିଥର କ୍ୟାପଟେନ୍ ହୋଇଥିଲେ। ଅନ୍ୟପକ୍ଷରେ ୪୨ବର୍ଷୀୟ ଷ୍ଟ୍ରସ୍ ଇଂଲଣ୍ଡ ପକ୍ଷରୁ ୧୦୦ ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ […]

knightood

knightood

Ranjit Kumar Jena
  • Published: Tuesday, 10 September 2019
  • Updated: 10 September 2019, 06:25 PM IST

Sports

Latest News

ଲଣ୍ଡନ: ଇଂଲଣ୍ଡର ପୂର୍ବତନ କ୍ୟାପଟେନ୍ ଜେଫ୍ରି ବୟକଟ୍ ଓ ଆଣ୍ଡ୍ରୁ ଷ୍ଟ୍ରସଙ୍କୁ ନାଇଟହୁଡରେ ସମ୍ମାନିତ କରାଯାଇଛି। କ୍ରିକେଟରେ ଅତୁଳନୀୟ ଅବଦାନ ପାଇଁ ଏହି ଦୁଇ ପୂର୍ବତନ କ୍ରିକେଟରଙ୍କୁ ନାଇଟହୁଡ୍ ପ୍ରଦାନ କରାଯାଇଛି। ୭୮ ବର୍ଷୀୟ ବୟକଟ୍ ୧୯୬୪ରୁ ୧୯୮୨ ପର୍ଯ୍ୟନ୍ତ ୧୦୮ ଟେଷ୍ଟ ଖେଳିଥିଲେ, ଯେଉଁଥିରେ ସେ ୮୧୧୪ ରନ୍ କରିଛନ୍ତି।

୧୯୭୮ରେ ଆହତ ମାଇକ୍ ବ୍ରିୟରଲିଙ୍କ ସ୍ଥାନରେ ବୟକଟ୍ ଚାରିଥର କ୍ୟାପଟେନ୍ ହୋଇଥିଲେ। ଅନ୍ୟପକ୍ଷରେ ୪୨ବର୍ଷୀୟ ଷ୍ଟ୍ରସ୍ ଇଂଲଣ୍ଡ ପକ୍ଷରୁ ୧୦୦ ଟେଷ୍ଟ ଖେଳିଛନ୍ତି, ଯେଉଁଥିରେ ସେ ୪୦.୯୧ ହାରରେ ୭୦୩୭ ରନ୍ କରିଛନ୍ତି। କ୍ୟାପଟେନ୍ ଭାବେ ସେ ୫୦ ଟେଷ୍ଟରେ ଇଂଲଣ୍ଡର ନେତୃତ୍ୱ ନେଇଛନ୍ତି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ଦୁଇଥର ଆଶେସ୍ ସିରିଜ୍ ଜିତିବା ସହ ବିଶ୍ୱର ଏକ ନମ୍ବର ଟେଷ୍ଟ ଟିମ୍ ମଧ୍ୟ ହୋଇଛି।

ନୂଆ ବର୍ଷର ସମ୍ମାନ ତାଲିକାରେ ତାଙ୍କର ପୂର୍ବତନ ସାଥୀ ବ୍ୟାଟ୍ସମ୍ୟାନ୍ ଆଲିଷ୍ଟର୍ କୁକଙ୍କୁ ମଧ୍ୟ ନାଇଟହୁଡ୍ ଦିଆଯାଇଥିଲା। ଇଂଲଣ୍ଡର ପୂର୍ବତନ କୋଚ୍ ଆଣ୍ଡି ଫ୍ଲାୱାର ଷ୍ଟ୍ରସଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି, ସେ (ଷ୍ଟ୍ରସ) ଏହି ସମ୍ମାନ ପାଇଁ ହକଦାର୍। ଜଣେ ଖେଳାଳି ଭାବେ ସେ ବହୁତ ମଜଭୁତ୍ ଥିଲେ। ଜଣେ କ୍ୟାପଟେନ୍ ଭାବେ ସେ ସଠିକ୍ ଢ଼ଙ୍ଗରେ ଟିମକୁ ସମ୍ଭାଳିଥିଲେ। ଡ୍ରେସିଂ ରୁମରେ ଉପସ୍ଥିତ ଖେଳାଳି ଏବଂ ସପୋର୍ଟ ଷ୍ଟାଫ୍ ଷ୍ଟ୍ରସଙ୍କୁ ସମ୍ମାନ ଜଣାଉଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos