ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲ୍‌ରେ ଇଂଲଣ୍ଡ

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର୍‌ଟେନ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ନ୍ୟୁଜିଲାଣ୍ଡ ଫାଇନାଲ୍‌କୁ ଯାଇପାରିଲା ନାହିଁ। ଆଜି ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍‌ରେ ଦଳ ଇଂଲଣ୍ଡଠାରୁ ୭ ୱିକେଟ୍‌ରେ ହାରି ଯାଇଛି। ବିଜୟ ସହ ଇଂଲଣ୍ଡ ପ୍ରଥମ ଟିମ୍ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି। ଆସନ୍ତାକାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ […]

jj roy

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 05:16 PM IST

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସୁପର୍‌ଟେନ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍ ଜିତି ସେମି ଫାଇନାଲ୍‌ରେ ପ୍ରବେଶ କରିଥିବା ନ୍ୟୁଜିଲାଣ୍ଡ ଫାଇନାଲ୍‌କୁ ଯାଇପାରିଲା ନାହିଁ। ଆଜି ଦିଲ୍ଲୀର ଫିରୋଜ ଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ପ୍ରଥମ ସେମି ଫାଇନାଲ୍‌ରେ ଦଳ ଇଂଲଣ୍ଡଠାରୁ ୭ ୱିକେଟ୍‌ରେ ହାରି ଯାଇଛି। ବିଜୟ ସହ ଇଂଲଣ୍ଡ ପ୍ରଥମ ଟିମ୍ ଭାବେ ଫାଇନାଲ୍‌ରେ ପ୍ରବେଶ କରିଛି।

ଆସନ୍ତାକାଲି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍‌ର ବିଜେତା ସହିତ ଏପ୍ରିଲ୍ ୩ ତାରିଖରେ କୋଲକାତାରେ ଫାଇନାଲ୍ ମ୍ୟାଚ୍ ଖେଳିବ ଇଂଲଣ୍ଡ।

ଆଜି ଇଂଲଣ୍ଡ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ଟି ୱିକେଟ୍ ହରାଇ ୧୫୩ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ସି ମୁନ୍‌ରୋ ସର୍ବାଧିକ ୪୬ ରନ୍ କରିଥିବା ବେଳେ କେ.ଏସ୍ ୱିଲିୟମ୍‌ସନ୍ ୩୨, ଗୁପ୍‌ଟିଲ୍ ୧୫ ଓ ଆଣ୍ଡରସନ୍ ୨୮ ରନ୍ କରିଥିଲେ।

ଇଂଲଣ୍ଡ ପକ୍ଷରୁ ବି.ଏ ସ୍ଟୋକ୍ସ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

୧୫୪ ରନ୍‌ର ବିଜୟ ଲକ୍ଷ୍ୟକୁ ୧୭.୧ ଓଭରରେ ହାସଲ କରି ନେଇଥିଲା ଇଂଲଣ୍ଡ। ଦଳ ପକ୍ଷରୁ ଜେ.ଜେ ରୟ ସର୍ବାଧିକ ୭୮ ରନ୍ କରିଥିବା ବେଳେ ଜେ.ସି ବଟଲର୍ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୩୨ ରନ୍ କରି ଅପରାଜିତ ରହି ଦଳକୁ ବିଜୟୀ କରାଇଥିଲେ। ଦଳ ୧୭.୧ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ୧୫୯ ରନ୍ କରିଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଆଇ.ଏସ୍ ସୋଧି ୨ଟି ୱିକେଟ୍ ନେଇଥିଲେ।

୪୪ ବଲ୍‌ରେ ୧୧ ଚୌକା ଓ ୨ ଛକା ସହାୟତାରେ ୭୮ ରନ୍ କରିଥିବା ଇଂଲଣ୍ଡର ଜେ.ଜେ ରୟଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପ୍ରଦାନ କରାଯାଇଥିଲା।

Related story