ଦୀର୍ଘ ୧୬ ବର୍ଷ ପରେ ମ୍ୟାଚ୍‌ ଖେଳିବାକୁ ପାକିସ୍ତାନ ଯିବ ଇଂଲଣ୍ଡ

ଇସଲାମାବାଦ: ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ପାକିସ୍ତାନ ମାଟିରେ କ୍ରିକେଟ ଖେଳିବାକୁ ପାଦ ରଖିବ ଟିମ୍‌ ଇଂଲଣ୍ଡ। ଇଂଲଣ୍ଡ ଟିମ୍‌ ଶେଷଥର ପାଇଁ ୨୦୦୫ରେ ପାକିସ୍ତାନ ଗସ୍ତ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ସିରିଜ ହୋଇଛି, ହେଲେ ଇଂଲଣ୍ଡ ଟିମ୍‌ କେବେ ହେଲେ ଇସଲାମାବାଦ ଯାଇ ନଥିଲା। କିନ୍ତୁ ଆସନ୍ତାବର୍ଷ ଅକ୍ଟୋବର ମାସରେ ୨ ଟିକିଆ ଟି-୨୦ ସିରିଜ୍‌ ଖେଳିବା ପାଇଁ ଇଂଲଣ୍ଡ ଟିମ୍‌ ପାକିସ୍ତାନ ଗସ୍ତ କରିବ ବୋଲି ସହମତି […]

ui

Hemant Lenka
  • Published: Wednesday, 18 November 2020
  • , Updated: 18 November 2020, 04:45 PM IST

ଇସଲାମାବାଦ: ଦୀର୍ଘ ୧୬ ବର୍ଷର ବ୍ୟବଧାନ ପରେ ପାକିସ୍ତାନ ମାଟିରେ କ୍ରିକେଟ ଖେଳିବାକୁ ପାଦ ରଖିବ ଟିମ୍‌ ଇଂଲଣ୍ଡ। ଇଂଲଣ୍ଡ ଟିମ୍‌ ଶେଷଥର ପାଇଁ ୨୦୦୫ରେ ପାକିସ୍ତାନ ଗସ୍ତ କରିଥିଲା। ସେବେଠାରୁ ଦୁଇ ଦେଶ ମଧ୍ୟରେ ଏକାଧିକ ଦ୍ୱିପାକ୍ଷିକ ସିରିଜ ହୋଇଛି, ହେଲେ ଇଂଲଣ୍ଡ ଟିମ୍‌ କେବେ ହେଲେ ଇସଲାମାବାଦ ଯାଇ ନଥିଲା। କିନ୍ତୁ ଆସନ୍ତାବର୍ଷ ଅକ୍ଟୋବର ମାସରେ ୨ ଟିକିଆ ଟି-୨୦ ସିରିଜ୍‌ ଖେଳିବା ପାଇଁ ଇଂଲଣ୍ଡ ଟିମ୍‌ ପାକିସ୍ତାନ ଗସ୍ତ କରିବ ବୋଲି ସହମତି ପ୍ରକାଶ କରିଛି।

ଇଂଲଣ୍ଡ ଓ ୱାଲେସ କ୍ରିକେଟ ବୋର୍ଡ କହିଛି ଯେ ଇଂଲିଶ ଟିମ୍‌ ଆସନ୍ତା ବର୍ଷ ୨ଟି ଟି-୨୦ ଖେଳିବାକୁ ପାକିସ୍ତାନ ଯିବ। ଏହା କରାଚିରେ ଅନୁଷ୍ଠିତ ହେବ। ଏଥିପାଇଁ ଇଂଲଣ୍ଡ ଟିମ୍‌ ଅକ୍ଟୋବର ୧୨ରେ ପାକିସ୍ତାନରେ ପହଞ୍ଚିବ। ସେହିପରି ୧୪ ଓ ୨୫ ତାରିଖରେ ଦୁଇଟି ଟି-୨୦ ମ୍ୟାଚ୍‌ ଖେଳିବ। ସେଠାରୁ ସିଧା ପାକିସ୍ତାନ ସହ ମିଶି ଟି-୨୦ ବିଶ୍ୱକପ ଖେଳିବାକୁ ଭାରତ ଗସ୍ତ କରିବ।

ମାଇକେଲ ଭନ୍ ଇଂଲଣ୍ଡ ଟିମର ଅଧିନାୟକ ଥିବା ବେଳେ ଦଳ ପାକିସ୍ତାନ ଗସ୍ତ କରିଥିଲା। ଏହି ସମୟରେ ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ୩ଟି ଟେଷ୍ଟ ଓ ୫ଟି ଦିନିକିଆ ମ୍ୟାଚ୍ ଖେଳାଯାଇଥିଲା।

ପାକିସ୍ତାନରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ ଓ ଅନ୍ୟାନ୍ୟ ସମସ୍ୟା ଲାଗି ରହିଥିବାରୁ ଇଂଲଣ୍ଡ ଟିମ୍‌ ସେଠାକୁ ଯିବାକୁ ରାଜି ହେଉ ନଥିଲା। ହେଲେ ଟି-୨୦ ବିଶ୍ୱକପ ପୂର୍ବରୁ ଦଳ ପାକିସ୍ତାନ ଗସ୍ତରେ ଯିବ।

Related story