ଆବୁ ଧାବି: ଚଳିତ ଆଇପିଏଲର ୩୯ତମ ମୁକାବିଲାରେ ମୁହାଁମୁହିଁ ହେଉଛନ୍ତି ବିରାଟ୍ କୋହଲିଙ୍କ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର୍ (ଆରସିବି) ଓ ଇଅନ୍ ମୋର୍ଗାନଙ୍କ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ କେକେଆର୍ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଫଳରେ ଆରସିବି ଟିମ୍ ପ୍ରଥମେ ବୋଲିଂ କରିବ।
ଆଜିର ମ୍ୟାଚରେ କେକେଆର୍ ଟିମରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଆନ୍ଦ୍ରେ ରସେଲଙ୍କ ସ୍ଥାନରେ ଟମ୍ ବାଣ୍ଟମ ଏବଂ ଶିବମ ମାଭିଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ସାମିଲ୍ କରାଯାଇଛି। ସେହିପରି ଆରସିବି ଟିମରେ ଗୋଟିଏ ପରିବର୍ତ୍ତନ କରାଯାଇଛି। ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଥିବା ବେଳେ ଶାହବାଜ ନଦୀମ ବାଦ୍ ପଡ଼ିଛନ୍ତି।
ସୂଚନାଯୋଗ୍ୟ, କେକେଆର୍ ତା'ର ପୂର୍ବ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିବା ବେଳେ ଆରସିବି ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଥିଲା। ଆଜିର ମ୍ୟାଚ୍ ଜିତି ଉଭୟ କେକେଆର୍ ଓ ଆରସିବି ପଏଣ୍ଟ ଟେବୁଲର ଉପରକୁ ଉଠିବାକୁ ପ୍ରୟାସ କରିବେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମସଜିଦ ସର୍ଭେକୁ ନେଇ ଥମୁନି ହିଂସା: ୪ ମୃତ, ସ୍କୁଲ ବନ୍ଦ
ହିଂସା ପରେ ସମ୍ଭଲ ଏବଂ ଏହାର ଆଖପାଖ ଅଞ୍ଚଳରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସେହିପରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲଗୁଡ଼ିକୁ ଆଜି ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
National
ଆଜିଠୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ
ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନକୁ ସୁରୁଖୁରୁରେ ଚଳାଇବାକୁ ଗତକାଲି ସର୍ବଦଳୀୟ ବୈଠକରେ ଆଲୋଚନା କରାଯାଇଛି।
National
'ଓଡ଼ିଶା ସନ୍ଥ ଓ ବିଦ୍ୱାନଙ୍କ ଧରିତ୍ରୀ', ଭୀମ ଭୋଇଙ୍କ କବିତା କହିଲେ ପ୍ରଧାନମନ୍ତ୍ରୀ
ଦିଲ୍ଲୀରେ ଆୟୋଜିତ 'ଓଡ଼ିଶା ପର୍ବ' ୨୦୨୪ରେ ଯୋଗ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Politics
ଇସ୍ତଫା ଦେଲେ ହେମନ୍ତ ସୋରେନ, ନଭେମ୍ବର ୨୮ରେ ନେବେ ଶପଥ
ରାଜ୍ୟପାଳ ସନ୍ତୋଷ ଗଙ୍ଗୱାରଙ୍କୁ ଭେଟି ଇସ୍ରଫା ଦେଲେ ହେମନ୍ତ ସୋରେନ।
Politics
ଆସନ୍ତାକାଲି ଶପଥ ନେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ!
ବିଜେପି ନେତୃତ୍ୱାଧୀନ ମହୁୟୁତି ମିଳିତ ମଞ୍ଚ ସରକାର ଗଠନ କରିବାକୁ ଦାବି କରିଛି।