ମଙ୍ଗଳବାର ଶେଷ ଟି-୨୦: ସିରିଜ୍ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚରେ ପ୍ରୟୋଗ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ସିରିଜ୍ କ୍ଲିନସୁଇପରୁ ବଞ୍ଚିବା ପ୍ରୟାସ କରିବ। ଆମେରିକାରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜରେ ୨-୦ରେ ଆଗୁଆ ରହିଛି। ଶନିବାର ପ୍ରଥମ ଟି-୨୦କୁ ୪ ୱିକେଟରେ […]

team-india

team-india

Ranjit Kumar Jena
  • Published: Monday, 05 August 2019
  • Updated: 05 August 2019, 06:43 PM IST

Sports

Latest News

ଗାଏନା: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ଶେଷ ମ୍ୟାଚ୍ ମଙ୍ଗଳବାର ଖେଳାଯିବ। ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସିରିଜକୁ ଆଗୁଆ ଜିତି ସାରିଥିବା ଟିମ୍ ଇଣ୍ଡିଆ ତୃତୀୟ ମ୍ୟାଚରେ ପ୍ରୟୋଗ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ସିରିଜ୍ କ୍ଲିନସୁଇପରୁ ବଞ୍ଚିବା ପ୍ରୟାସ କରିବ। ଆମେରିକାରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ସିରିଜରେ ୨-୦ରେ ଆଗୁଆ ରହିଛି। ଶନିବାର ପ୍ରଥମ ଟି-୨୦କୁ ୪ ୱିକେଟରେ ଜିତିବା ପରେ ଭାରତ ରବିବାର ଦ୍ୱିତୀୟ ମ୍ୟାଚକୁ ଡିଏଲ୍ ନିୟମରେ ୨୨ ରନରେ ଜିତି ନେଇଥିଲା।

ପ୍ରଥମ ମ୍ୟାଚରେ ଭାରତର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନଥିଲା, କିନ୍ତୁ ଦ୍ୱିତୀୟ ମ୍ୟାଚରେ ବିରାଟ୍ କୋହଲି ଓ ତାଙ୍କ ଟିମ୍ ୱେଷ୍ଟଇଣ୍ଡିଜକୁ ଚାପରେ ରଖିଥିଲା। ବିଜୁଳି ଘଡ଼ଘଡ଼ି ଏବଂ ପରେ ବର୍ଷା ଯୋଗୁ ମ୍ୟାଚର ଫଳାଫଳ ପାଇଁ ଡକୱର୍ଥ ଲୁଲସ୍ ପଦ୍ଧତିର ସହାୟତା ନିଆଯାଇଥିଲା। ୧୬୮ ରନର ବିଜୟଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ବର୍ଷା ବାଧାପ୍ରାପ୍ତ ସୁଦ୍ଧା ୧୫.୩ ଓଭରରେ ୪ ୱିକେଟ୍ ହରାଇ ୯୮ ରନ୍ କରିଥିଲା। ବର୍ଷା ବନ୍ଦ ନହେବାରୁ ମ୍ୟାଚ୍ ସପକ୍ଷରେ ଯାଇଥିଲା। ଆସନ୍ତାକାଲି ହେବାକୁଥିବା ମ୍ୟାଚରେ ଭାରତ ତା'ର ଶୀର୍ଷକ୍ରମ ବ୍ୟାଟିଂରେ ବିଶେଷ ପରିବର୍ତ୍ତନ କରିବ ନାହିଁ। କିନ୍ତୁ ବୋଲିଂରେ ସାମାନ୍ୟ ପରିବର୍ତ୍ତନ ଦେଖିବାକୁ ମିଳିପାରେ।

ରବିବାର ମ୍ୟାଚ୍ ଜିତିବା ପରେ କୋହଲି କହିଥିଲେ, "ସିରିଜ୍ ଜିତିବା ଦ୍ୱାରା ଆମେ ଏବେ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦେଇପାରିବୁ। ସିରିଜରେ ଆମେ ପ୍ରଥମ ମ୍ୟାଚ୍ ଜିତିବାକୁ ପ୍ରୟାସ କରିଥିଲୁ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍ ଜିତିବା ଦ୍ୱାରା ଆମକୁ ବାହାରେ ବସିଥିବା ଖେଳାଳିଙ୍କୁ ଖେଳାଇବା ପାଇଁ ସୁଯୋଗ ମିଳିଛି।"

ମଧ୍ୟକ୍ରମରେ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତ ପ୍ରଥମ ଦୁଇଟି ମ୍ୟାଚରେ ସଂଘର୍ଷ କରିଥିଲେ। ତୃତୀୟ ମୁକାବିଲାରେ ଯଦି ତାଙ୍କ ସ୍ଥାନରେ ଯଦି ଲୋକେଶ ରାହୁଲଙ୍କୁ ଅନ୍ତିମ ଏକାଦଶରେ ସୁଯୋଗ ମିଳେ, ତାହେଲେ ଏହା କାହାକୁ ଚକିତ କରିବନି। ଦିଲ୍ଲୀର ଏହି ଯୁବ ବ୍ୟାଟ୍ସମ୍ୟାନ୍ ପ୍ରଥମ ଦୁଇଟି ମ୍ୟାଚରେ ଯଥାକ୍ରମେ ୦ ଓ ୪ ରନ୍ କରିଥିଲେ। କ୍ୟାପଟେନ୍ କୋହଲି ପନ୍ତଙ୍କୁ ଖୁବ୍ ସମର୍ଥନ କରିଛନ୍ତି ଏବଂ ଏହି ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନଙ୍କୁ ଆଉ ଏକ ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ରୋହିତ୍ ଶର୍ମା ଓ ଶିଖର ଧୱନଙ୍କ ଓପନିଂ ଯୋଡ଼ିଙ୍କୁ ବିଶ୍ରାମ ଦିଆଯିବାର ସମ୍ଭାବନା ନାହିଁ।

ଅଙ୍ଗୁଳିରେ ଫ୍ରାକଚର୍ ଯୋଗୁ ବିଶ୍ୱକପରୁ ଅଧାରୁ ବାଦ୍ ପଡ଼ିଥିଲା ଧୱନ ପ୍ରଥମ ଦୁଇଟି ମ୍ୟାଚରେ ବଡ଼ ଇନିଂସ୍ ଖେଳିପାରିନାହନ୍ତି, କିନ୍ତୁ ଦିନିକିଆ ଏବଂ ଟେଷ୍ଟ ମ୍ୟାଚ୍ ପୂର୍ବରୁ ସେ ରନ୍ କରିବା ପାଇଁ ବ୍ୟଗ୍ର ଥିବେ। ଯୁବ ପେସ୍ ବୋଲର ନଭଦୀପ ସାଇନିଙ୍କ ସ୍ଥାନରେ ଲେଗ୍ ସ୍ପିନର୍ ରାହୁଲ ଚହରଙ୍କୁ ସୁଯୋଗ ମିଳିପାରେ। ରାହୁଲଙ୍କ ସମ୍ପର୍କୀୟ ଭାଇ ଦୀପକ ଚହରଙ୍କୁ ମଧ୍ୟ ଅନ୍ତିମ ଏକାଦଶରେ ସୁଯୋଗ ମିଳିପାରେ ଏବଂ ଏଥିପାଇଁ ରବୀନ୍ଦ୍ର ଜାଡେଜାଙ୍କୁ ବିଶ୍ରାମ ଦିଅଯାଇପାରେ।

ଛୋଟିଆ ଫର୍ମାଟର ଅନ୍ୟତମ ଶକ୍ତିଶାଳୀ ଟିମ୍ ୱେଷ୍ଟଇଣ୍ଡିଜ୍ ଏପର୍ଯ୍ୟନ୍ତ ତା'ର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିବାରେ ବିଫଳ ହୋଇଛି। କାଇରନ୍ ପୋଲାର୍ଡ ଓ କ୍ୟାପଟେନ୍ କାର୍ଲସ୍ ବ୍ରାଥୱେଟଙ୍କଠାରୁ ଟିମ୍ ବଡ଼ ଇନିଂସ୍ ଆଶା କରୁଛି। ପୋଲାର୍ଡ ପ୍ରଥମ ମ୍ୟାଚରେ ଭଲ ବ୍ୟାଟିଂ କରିଥିବା ବେଳେ ଦ୍ୱିତୀୟ ମୁକାବିଲାରେ ସେ ୮ ରନରେ ଅପରାଜିତ ଥିଲେ। ଟିମର ବୋଲିଂ ଏପର୍ଯ୍ୟନ୍ତ ଠିକଠାକ୍ ରହିଆସିଛି। ତେବେ ବ୍ୟାଟିଂ ମୁଖ୍ୟ ଚିନ୍ତାର ବିଷୟ। ତୃତୀୟ ମ୍ୟାଚ୍ ଜିତି ୱେଷ୍ଟଇଣ୍ଡିଜ୍ ଦିନିକିଆ ଓ ଟେଷ୍ଟ ସିରିଜ୍ ପାଇଁ ମନୋବଳ ବୃଦ୍ଧି କରିବାକୁ ଚାହିଁବ।

ସ୍କ୍ୱାଡ୍
ଭାରତ: ବିରାଟ୍ କୋହଲି (କ୍ୟାପଟେନ୍), ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍, ଶ୍ରେୟସ୍ ଆୟର୍, ମନିଷ ପାଣ୍ଡେ, ରିଷଭ ପନ୍ତ, କୃନାଲ୍ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ୱାଶିଂଟନ୍ ସୁନ୍ଦର, ରାହୁଲ୍ ଚହର୍, ଭୁବନେଶ୍ୱର କୁମାର, ଖଲୀଲ ଅହମ୍ମଦ, ଦୀପକ ଚହର୍, ନଭଦୀପ ସାଇନି।

ୱେଷ୍ଟଇଣ୍ଡିଜ୍: ଜନ୍ କ୍ୟାମ୍ପବେଲ୍, ଏଭିନ୍ ଲୁଇସ୍, ଶିମରନ୍ ହେଟମେୟର୍, ନିକୋଲାସ୍ ପୁରନ୍, କାଇରନ୍ ପୋଲାର୍ଡ, ରୋଭମ୍ୟାନ୍ ପୋୱେଲ୍, କାର୍ଲସ୍ ବ୍ରାଥୱେଟ୍ (କ୍ୟାପଟେନ୍), କୀମୋ ପଲ୍, ସୁନୀଲ ନାରିନ୍, ଶେଲଡନ୍ କଟ୍ଟରେଲ୍, ଓଶାନି ଟମାସ, ଆନ୍ଥୋନୀ ବ୍ରାମ୍ବଲ୍, ଜେସନ୍ ମହମ୍ମଦ, ଖାରୀ ପିଏରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story