ପୁଣି ସୁରକ୍ଷା ବଳୟ ଭେଦ କରି ପଡ଼ିଆ ମଝିରେ ବିରାଟ୍‌ଙ୍କ ସହ ସେଲ୍‌ଫି

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସହ ସେଲ୍‌ଫି ନେବା ପାଇଁ ଜଣେ ଫ୍ୟାନ୍‌ ସମସ୍ତ ସୁରକ୍ଷା ବଳୟ ଭେଦ କରିବାରେ ସଫଳ ହୋଇଛନ୍ତି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଟସ୍‌ ଜିତି ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍‌ର ଇନିଂସ୍‌ ବେଳେ ଏମିତି ଘଟଣା ଘଟିଛି। ବିରାଟ୍‌ ପଡ଼ିଆରେ ଫିଲ୍ଡିଂ କରୁଥିବା ବେଳେ ଜଣେ ଫ୍ୟାନ୍‌ ହଠାତ୍‌ […]

t3

Hemant Lenka
  • Published: Friday, 12 October 2018
  • , Updated: 12 October 2018, 02:51 PM IST

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲିଙ୍କ ସହ ସେଲ୍‌ଫି ନେବା ପାଇଁ ଜଣେ ଫ୍ୟାନ୍‌ ସମସ୍ତ ସୁରକ୍ଷା ବଳୟ ଭେଦ କରିବାରେ ସଫଳ ହୋଇଛନ୍ତି। ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆଜିଠାରୁ ଆରମ୍ଭ ହୋଇଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି।
ଟସ୍‌ ଜିତି ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍‌ର ଇନିଂସ୍‌ ବେଳେ ଏମିତି ଘଟଣା ଘଟିଛି। ବିରାଟ୍‌ ପଡ଼ିଆରେ ଫିଲ୍ଡିଂ କରୁଥିବା ବେଳେ ଜଣେ ଫ୍ୟାନ୍‌ ହଠାତ୍‌ ସୁରକ୍ଷା ବଳୟ ଭେଦ କରି ତାଙ୍କ ଆଡ଼କୁ ଦୌଡ଼ିବାକୁ ଲାଗିଥିଲେ।

ତାଙ୍କୁ ସୁରକ୍ଷାକର୍ମୀମାନେ ଅଟକାଇବାକୁ ଚେଷ୍ଟା କରିଥିଲେ ହେଁ ଫ୍ୟାନ୍‌ ଜଣଙ୍କ ୭୦ ମିଟର୍‌ ଦୂରତା ଅତିକ୍ରମ କରି ବିରାଟ୍‌ଙ୍କ ପାଖରେ ପହଞ୍ଚିବାରେ ସକ୍ଷମ ହୋଇଥିଲେ। ସେ ବିରାଟ୍‌ଙ୍କ ସହ ସେଲଫି ନେବା ସହ ତାଙ୍କୁ କୁଣ୍ଢାଇ ପକାଇଥିଲେ।

ବିରାଟ୍‌ ପ୍ରଥମେ ସେଲଫି ପାଇଁ ପୋଜ୍‌ ଦେଇଥିଲେ। କିନ୍ତୁ ଫ୍ୟାନ୍‌ ଜଣଙ୍କ ତାଙ୍କୁ କୁଣ୍ଢାଇବାକୁ ଚେଷ୍ଟା କଲାବେଳେ ସେ ତାଙ୍କୁ ଦୂରେଇ ଦେଇଥିଲେ। ଏହାପରେ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଉକ୍ତ ଯୁବକଙ୍କୁ କାବୁ କରିବା ସହ ପଡ଼ିଆ ବାହାରକୁ ନେଇଯାଇଥିଲେ।

[caption id="attachment_287640" align="aligncenter" width="742"] ରାଜକୋଟ୍‌ ଟେଷ୍ଟ ବେଳେ ବିରାଟ୍‌ଙ୍କ ସହ ସେଲଫି[/caption]

ଏହାପୂର୍ବରୁ ରାଜକୋଟରେ ଚାଲିଥିବା ପ୍ରଥମ ଟେଷ୍ଟରେ ମଧ୍ୟ ବିରାଟ୍‌ଙ୍କ ସହ ସେଲଫି ନେବା ପାଇଁ ଦୁଇ ଜଣ ଯୁବକ ପଡ଼ିଆ ମଝିରେ ପହଞ୍ଚି ଯାଇଥିଲେ।

Related story