ଫେରିଲେ ସ୍ପେଶାଲ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ରାଜେଶ ଓ ସରିତା

ଭୁବନେଶ୍ୱର: ସ୍ପେଶାଲ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଦୁଇ ଓଡ଼ିଆ ଆଥଲେଟ ରାଜେଶ ମେହେର ଏବଂ ସରିତା ରାଉତରାୟ ଓଡିଶା ଫେରିଆସିଛନ୍ତି।  ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କୁ  ସମ୍ୱର୍ଦ୍ଧନା ଦିଆଯାଇଛି।  ୟୁନିଟ-ସିକ୍ସ ଆଥଲେଟିକସ ଆସୋସିଏସନ ସଭାପତି ତପନ ମହାନ୍ତି, ସମ୍ପାଦକ ଦିଲ୍ଲୀପ ଦାସଙ୍କ ସମେତ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ  ତାଙ୍କୁ ସ୍ୱାଗତ କରାଯାଇଥିଲା। ଏଥିସହିତ ଓପନ ଲର୍ଣ୍ଣଂ ସ୍କୁଲର ଅନ୍ତେବାସୀମାନେ ପହଞ୍ଚି ସେମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ। ନିକଟରେ ଆମେରିକାର ଲସ୍ ଆଞ୍ଜେଲସ ଠାରେ ଶେଷ […]

odisha

Rakesh Mallick
  • Published: Thursday, 06 August 2015
  • , Updated: 06 August 2015, 02:12 PM IST

ଭୁବନେଶ୍ୱର: ସ୍ପେଶାଲ ଅଲିମ୍ପିକ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଦୁଇ ଓଡ଼ିଆ ଆଥଲେଟ ରାଜେଶ ମେହେର ଏବଂ ସରିତା ରାଉତରାୟ ଓଡିଶା ଫେରିଆସିଛନ୍ତି।  ଭୁବନେଶ୍ୱର ବିମାନବନ୍ଦରରେ ସେମାନଙ୍କୁ  ସମ୍ୱର୍ଦ୍ଧନା ଦିଆଯାଇଛି।  ୟୁନିଟ-ସିକ୍ସ ଆଥଲେଟିକସ ଆସୋସିଏସନ ସଭାପତି ତପନ ମହାନ୍ତି, ସମ୍ପାଦକ ଦିଲ୍ଲୀପ ଦାସଙ୍କ ସମେତ ରାଜ୍ୟ ସରକାରଙ୍କ କ୍ରୀଡା ଓ ଯୁବସେବା ବିଭାଗ ପକ୍ଷରୁ  ତାଙ୍କୁ ସ୍ୱାଗତ କରାଯାଇଥିଲା। ଏଥିସହିତ ଓପନ ଲର୍ଣ୍ଣଂ ସ୍କୁଲର ଅନ୍ତେବାସୀମାନେ ପହଞ୍ଚି ସେମାନଙ୍କୁ ସମ୍ୱର୍ଦ୍ଧିତ କରିଥିଲେ।

ନିକଟରେ ଆମେରିକାର ଲସ୍ ଆଞ୍ଜେଲସ ଠାରେ ଶେଷ ହୋଇଥିବା ସ୍ପେଶାଲ ଅଲିମ୍ପିକସ ବିଶ୍ୱ ଗେମସରେ ଦୁଇ ଓଡ଼ିଆ ଆଥଲେଟ ସ୍ୱର୍ଣ୍ଣ ପଦକ ଜିଣିଥିଲେ। ରାଜେଶ ମେହେର ୨ଶହ ମିଟର ଦୌଡ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ୪ଶହ ମିଟର ଦୌଡ ଇଭେଣ୍ଟରେ ରୌପ୍ୟ ପଦକ ଜିଣିଥିଲେ। ସେହିପରି ବିଚ୍ ଭଲିବଲ ଇଭେଣ୍ଟରେ ଭାରତୀୟ ଦଳରେ ସାମିଲ ହୋଇଥିବା ସରିତା ରାଉତରାୟ ମଧ୍ୟ ଦଳଗତ ସ୍ୱର୍ଣ୍ଣ ପଦକ ଜିତି ଥିଲେ।

Related story