ଫିଫା ସଭାପତି ବ୍ଲାଟରଙ୍କ ଇସ୍ତଫା

ଜ୍ୟୁରିକ: ଫିଫା ସଭାପତି ସେପ‍୍‌ ବ୍ଲାଟର ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଫୁଟ‍୍‌ବଲର ବିଶ୍ୱ ପ୍ରାଶାସନିକ ସଂସ୍ଥା ଫିଫାରେ ପୁଣିଥରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହେବା ପରେ ବ୍ଲାଟର ବାଧ୍ୟହୋଇ ଗାଦି ଛାଡ଼ିଛନ୍ତି। ଫଳରେ ଫିଫାରେ ଦୀର୍ଘ ୧୭ ବର୍ଷ ଧରି ଚାଲିଥିବା ବ୍ଲାଟରଙ୍କ ରାଜୁତି ସମାପ୍ତ ହୋଇଛି। ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଫିଫା କଂଗ୍ରେସ‍୍‌ରେ ହୋଇଥିବା ନିର୍ବାଚନରେ ଜୋର୍ଡାନ‍୍‌ର ପ୍ରିନ‍୍‌ସ ଅଲୀ ବିନ‍୍‌ ହୁସେନଙ୍କୁ ୧୩୩-୭୩ ଭୋଟ‍ ବ୍ୟବଧାନରେ ପରାସ୍ତକରି ବ୍ଲାଟର ୫ମ […]

sepp-blatter-fifa-scandal-issue

Rakesh Mallick
  • Published: Wednesday, 03 June 2015
  • , Updated: 03 June 2015, 04:31 AM IST

ଜ୍ୟୁରିକ: ଫିଫା ସଭାପତି ସେପ‍୍‌ ବ୍ଲାଟର ମଙ୍ଗଳବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଫୁଟ‍୍‌ବଲର ବିଶ୍ୱ ପ୍ରାଶାସନିକ ସଂସ୍ଥା ଫିଫାରେ ପୁଣିଥରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହେବା ପରେ ବ୍ଲାଟର ବାଧ୍ୟହୋଇ ଗାଦି ଛାଡ଼ିଛନ୍ତି। ଫଳରେ ଫିଫାରେ ଦୀର୍ଘ ୧୭ ବର୍ଷ ଧରି ଚାଲିଥିବା ବ୍ଲାଟରଙ୍କ ରାଜୁତି ସମାପ୍ତ ହୋଇଛି।

ସୂଚନାଯୋଗ୍ୟ ଯେ, ଗତ ଶୁକ୍ରବାର ଫିଫା କଂଗ୍ରେସ‍୍‌ରେ ହୋଇଥିବା ନିର୍ବାଚନରେ ଜୋର୍ଡାନ‍୍‌ର ପ୍ରିନ‍୍‌ସ ଅଲୀ ବିନ‍୍‌ ହୁସେନଙ୍କୁ ୧୩୩-୭୩ ଭୋଟ‍ ବ୍ୟବଧାନରେ ପରାସ୍ତକରି ବ୍ଲାଟର ୫ମ ଥର ପାଇଁ ସଭାପତି ନିର୍ବାଚିତ ହୋଇଥିଲେ। ଏହାସହ ଶୀଘ୍ର ଫିଫା କଂଗ୍ରେସ‍ ଡାକି ନୂତନ ସଭାପତି ନିର୍ବାଚନ କରିବା ପାଇଁ ବ୍ଲାଟର ସୁପାରିସ କରିଛନ୍ତି। ନୂତନ ସଭାପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ବ୍ଲାଟର ସଭାପତି ଦାୟିତ୍ୱ ନିର୍ବାହ କରିବେ।

ତରବରିଆ ଭାବେ ମଙ୍ଗଳବାର ସନ୍ଧ୍ୟାରେ ଜୁରିକରେ ବ୍ଲାଟର ଏକ ସାମ୍ୱାଦିକ ସମ୍ମିଳନୀ ଡାକି ଇସ୍ତଫା ଦେବା କଥା ଘୋଷଣା କରିଥିଲେ। ସପ୍ତାହକ ତଳେ ଜ୍ୟୁରିକରେ ଏକ ହୋଟେଲରେ ଚଢ଼ଉକରି ଫିଫାର ଏକାଧିକ ଅଧିକାରୀଙ୍କୁ ଗିରଫ କରା ଯାଇଥିଲା। ଏହାସେତ୍ତ୍ୱ ବ୍ଲାଟର ପୁଣିଥରେ ନିର୍ବାଚିତ ହୋଇଥିଲେ। ଫିଫା ମହାସମ୍ପାଦକ ଜେରୋମ‍ ଭାଲ‍କେ ଫିଫାର ପୂର୍ବତନ ଉପସଭାପତି ଜ୍ୟାକ୍ ୱାର୍ଣ୍ଣରଙ୍କୁ ୧୦ ନିୟୁତ ଡଲାର ଲାଞ୍ଚଦେବା କଥା ଆମେରିକାର ତଦନ୍ତକାରୀ ସଂସ୍ଥା ପ୍ରଘଟ କରିବା ପରେ ବ୍ଲାଟର ବାଧ୍ୟହୋଇ ଇସ୍ତଫା ଦେଇଛନ୍ତି। ଇସ୍ତଫାଦେବା କଥା ଘୋଷଣା କରିବା ବେଳେ ୭୯ ବର୍ଷ ବୟସ୍କ ବ୍ଲାଟର କହିଥିଲେ, ଫିଫାରେ ସମ୍ପୂର୍ଣ୍ଣ ଅଦଳବଦଳ ଆବଶ୍ୟକ ହୋଇପଡ଼ିଛି। ଫିଫା ସଦସ୍ୟଙ୍କ ସମର୍ଥନ ମୋ ପଛରେ ଥିବା ସେତ୍ତ୍ୱ ବିଶ୍ୱ ଫୁଟ‍ବଲର ସମର୍ଥନ ମୋ ପଛରେ ଥିବା ଭଳି ମନେ କରୁନାହିଁ। ତେଣୁ ଇସ୍ତଫାଦେବା ପାଇଁ ବାଧ୍ୟହେଉଛି। ଆଉ ନିର୍ବାଚନ ଆଉ ଲଢ଼ିବି ନାହିଁ ବୋଲି କହିଛନ୍ତି।

Related story