ନୂଆଦିଲ୍ଲୀ: ଫିଫା-୨୦୨୨। ଏହି ଫୁଟ୍ବଲ ମହାକୁମ୍ଭର ଆଜି ଖେଳାଯିବ ପ୍ରଥମ ସେମିଫାଇନାଲ। ଶକ୍ତିଶାଳୀ ଆର୍ଜେଣ୍ଟିନା ସହ ଚଳିତ ବିଶ୍ୱକପର ଅଣ୍ଡରଡଗ୍ କୁହାଯାଉଥିବା କ୍ରୋଏସିଆ ସହ ହେବ ଟକ୍କର। ଫୁଟବଲ ଷ୍ଟାର ଲିଓନେଲ୍ ମେସିଙ୍କ ଉପରେ ରହିବ ଫୁଟବଲ ପ୍ରେମୀଙ୍କ ନଜର।
ମେସିଙ୍କ ସମେତ ମାର୍ଟିନେଜ, ଓଟାମେଣ୍ଡି, ଡିମାରିଆ, ଆଲଭାରେଜ୍, ରୋଡ୍ରିଗୋ ଭଳି ଅନେକ ଖେଳାଳି ରହିଛନ୍ତି। ଏହି ସମସ୍ତଙ୍କ ପ୍ରଦର୍ଶନ ଉପରେ ଦଳର ବିଜୟ ନିର୍ଭର କରୁଛି। ପୂର୍ବରୁ ଦୁଇ ଦୁଇ ଥର ବିଶ୍ୱକପ୍ ହାତେଇଛି ଆର୍ଜେଣ୍ଟିନା। ପ୍ରତିପକ୍ଷ କ୍ରୋଏସିଆର ମଧ୍ୟ ପ୍ରଦର୍ଶନ ଦମଦାର ରହିଛି। ଅଧିନାୟକ ଲୁକା ମରଡିଚ୍, ପେରିସିକ୍ ଓ ମାର୍ସେଲୋଙ୍କ ପ୍ରଦର୍ଶନ ଭଲ ରହିଛି।
ପାଞ୍ଚ ଥରର ପୁଟବଲ ବିଶ୍ୱକପ ଚାମ୍ପିଅନ୍ ବ୍ରାଜିଲ୍କୁ ଚଳିତ ବିଶ୍ୱକପରେ ପରାସ୍ତ କରି ସେମିକୁ ଉନ୍ନୀତ ହୋଇଛି କ୍ରୋଏସିଆ। ଏହା ପୂର୍ବ ବିଶ୍ୱକପରେ ମଧ୍ୟ କ୍ରୋଏସିଆ ସେମିକୁ ଉନ୍ନୀତ ହୋଇଥିଲା। ବ୍ରାଜିଲ୍କୁ ହରାଇବା ପରେ କ୍ରୋଏସିଆ ମଧ୍ୟ ଭଲ ଫର୍ମରେ ରହିଛି। ଦୋହାର ଲୁସେଲ ଷ୍ଟାଡିୟମରେ ଏହି ମ୍ୟାଚ ଖେଳାଯିବ। ଭାରତୀୟ ସମୟ ରାତି ସାଢେ ୧୨ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ
ସମ୍ବିଧାନରୁ 'ସମାଜବାଦୀ' ଓ 'ଧର୍ମନିରପେକ୍ଷ' ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ। ୧୯୭୬ ମସିହାରେ ସମ୍ବିଧାନ ସଂଶୋଧନ ଜରିଆରେ ଏହି ଶବ୍ଦ ଯୋଡ଼ାଯାଇଥିଲା।
Business
ଆଦାନୀ ଗ୍ରୁପ୍ ଦାନକୁ ବି ନା; ୧୦୦ କୋଟି ଟଙ୍କା ଫେରାଇବେ ତେଲାଙ୍ଗାନା ସରକାର
ୟଙ୍ଗ ଇଣ୍ଡିଆ ସ୍କିଲ୍ସ ୟୁନିଭରସିଟି ପାଇଁ ଆଦାନୀ ଗ୍ରୁପ୍ ତେଲାଙ୍ଗାନାକୁ ୧୦୦କୋଟି ଟଙ୍କା ଦାନ କରିଥିଲେ।
National
ଦିଲ୍ଲୀ ପ୍ରଦୂଷଣ; ଚେକ୍ ପୋଷ୍ଟରେ ଜଗୁନି ପୁଲିସ, ତାତିଲେ ସୁପ୍ରିମକୋର୍ଟ
ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ରୋକିବା ଲାଗି ନିର୍ମାଣ କାର୍ଯ୍ୟ ଠାରୁ ଆରମ୍ଭ କରି ସହରରେ ଗାଡ଼ି ଚଳାଚଳ ଉପରେ ମଧ୍ୟ କଟକଣା ଲାଗିଛି। ହେଲେ ଏସବୁକୁ ତଦାରଖ କରିବା ପାଇଁ ସହରର ଚେକ୍ ପୋଷ୍ଟରେ ନାହାନ୍ତି ପୁଲିସ ଅଧିକାରୀ।
Politics
ସଞ୍ଜୟ ରାଉତଙ୍କ ବିସ୍ଫୋରକ ବୟାନ, ପରାଜୟ ପାଇଁ ପୂର୍ବତନ CJI ଦାୟୀ
ମହାରାଷ୍ଟ୍ରରେ ପରାଜୟ ପାଇଁ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ଦାୟୀ କରିଛନ୍ତି ସଞ୍ଜୟ ରାଉତ।
Guest Column
ନିର୍ବାଚନରେ ଅପ୍ରାସଙ୍ଗିକ ହେଉଛି ଗଣମାଧ୍ୟମ
ଭାରତର ଲୋକମାନେ ଗଣମାଧ୍ୟମ ଦ୍ୱାରା ଯେ ସମ୍ପୂର୍ଣ୍ଣ ଭାବରେ ପ୍ରଭାବିତ ହୁଅନ୍ତି ନାହିଁ, ତାହା ଜରୁରୀ ପରିସ୍ଥିତି ପରେ ପରେ ହୋଇଥିବା ନିର୍ବାଚନରେ ପ୍ରମାଣିତ ହୋଇଥିଲା। ଜରୁରୀ ପରିସ୍ଥିତି ସମୟରେ ଭାରତର ସବୁ ଗଣମାଧ୍ୟମ ସରକାରଙ୍କର ଓ ଇନ୍ଦିରା ଗାନ୍ଧୀଙ୍କର ପ୍ରଶଂସାରେ ଭରି ରହିଥିଲେ ମଧ୍ୟ ନିର୍ବାଚନ ଘୋଷଣା କ୍ଷଣି ଜନସାଧାରଣ ଆପେ ଆପେ ସେମାନଙ୍କର ମତ ସ୍ଥିର କରିନେଲେ।