ଟି-ଟ୍ୱେଣ୍ଟି  ବିଶ୍ୱକପ‌୍: ଆଜି ପ୍ରଥମ ସେମିରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଲଢ଼େଇ

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ପ୍ରଥମ ସେମି ଫାଇନାଲ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ। ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଏହି ମ୍ୟାଚ‌ ଖେଳା ଯିବ। ଏହି ମ୍ୟାଚ‌୍ ପାଇଁ ନ୍ୟୁଜିଲାଣ୍ଡର ପଲା ଭାରି ରହିଛି। କାରଣ ଦଳ ଏଯାବତ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ‌୍ ହାରି ନାହିଁ। ଦଳ ୪ଟି ଯାକ ମ୍ୟାଚ‌୍ ଜିତି ଗ୍ରୁପ‌୍-୨ର ପଏଣ୍ଡ ଟେବୁଲର ପ୍ରଥମ ସ୍ଥାନରେ ରହିଛି। […]

england

Rakesh Mallick
  • Published: Wednesday, 30 March 2016
  • , Updated: 30 March 2016, 01:46 AM IST

ନୂଆଦିଲ୍ଲୀ: ଚଳିତ ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପରେ ଆଜି ପ୍ରଥମ ସେମି ଫାଇନାଲ ଖେଳାଯିବ। ଏଥିରେ ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ। ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମରେ ଏହି ମ୍ୟାଚ‌ ଖେଳା ଯିବ।

ଏହି ମ୍ୟାଚ‌୍ ପାଇଁ ନ୍ୟୁଜିଲାଣ୍ଡର ପଲା ଭାରି ରହିଛି। କାରଣ ଦଳ ଏଯାବତ ଏହି ଟୁର୍ଣ୍ଣାମେଣ୍ଟରେ ଗୋଟିଏ ବି ମ୍ୟାଚ‌୍ ହାରି ନାହିଁ। ଦଳ ୪ଟି ଯାକ ମ୍ୟାଚ‌୍ ଜିତି ଗ୍ରୁପ‌୍-୨ର ପଏଣ୍ଡ ଟେବୁଲର ପ୍ରଥମ ସ୍ଥାନରେ ରହିଛି। ଅନ୍ୟପକ୍ଷରେ ଇଂଲଣ୍ଡ ୩ଟି ମ୍ୟାଚ‌୍ ଜିତିଛି ଓ ଗୋଟିଏ ହାରିଛି।

ଦ୍ୱିତୀୟ ସେମି ଫାଇନାଲ‌୍ ମ୍ୟାଚ‌୍ ମାର୍ଚ୍ଚ ୩୧ ତାରିଖରେ ଭାରତ ଓ ୱେଷ୍ଟଇଣ୍ଡିଜ‌୍ ମଧ୍ୟରେ ମୁମ୍ୱାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ।

ଫାଇନାଲ‌୍ ମ୍ୟାଚ‌୍ ଏପ୍ରିଲ‌୍ ୩ରେ କୋଲକାତାରେ ଖେଳାଯିବ।

Related story