ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍: ଭାରତୀୟ ଦଳରେ ୫ ନୂଆ ମୁହଁ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ରୁଷରେ ହେବାକୁଥିବା ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍ ପାଇଁ ୧୦ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଟିମରେ ଅଭିଜ୍ଞ ଏଲ୍ ସରିତା ଦେବୀ (୬୦ କେଜି)ଙ୍କ ସମେତ ପାଞ୍ଚଜଣ ମହିଳା ଖେଳାଳି ଡେବ୍ୟୁ କରିବେ। ଏହାବ୍ୟତୀତ ଇଣ୍ଡିଆ ଓପନ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଫୋଗତ୍ (୫୭ କେଜି), ଯମୁନା ବୋରୋ (୫୪ କେଜି) ମଧ୍ୟ ଟିମରେ ସ୍ଥାନ ହାସଲ କରିଛନ୍ତି। ୬ଥରର ବିଶ୍ୱ ଚାମ୍ପିୟନ୍ […]

boxing

boxing

Ranjit Kumar Jena
  • Published: Thursday, 08 August 2019
  • Updated: 08 August 2019, 09:01 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବର ୩ରୁ ୧୩ ତାରିଖ ପର୍ଯ୍ୟନ୍ତ ରୁଷରେ ହେବାକୁଥିବା ମହିଳା ୱାର୍ଲ୍ଡ ବକ୍ସିଂ ଚାମ୍ପିୟନଶିପ୍ ପାଇଁ ୧୦ଜଣିଆ ଭାରତୀୟ ଦଳର ଘୋଷଣା କରାଯାଇଛି। ଟିମରେ ଅଭିଜ୍ଞ ଏଲ୍ ସରିତା ଦେବୀ (୬୦ କେଜି)ଙ୍କ ସମେତ ପାଞ୍ଚଜଣ ମହିଳା ଖେଳାଳି ଡେବ୍ୟୁ କରିବେ। ଏହାବ୍ୟତୀତ ଇଣ୍ଡିଆ ଓପନ୍ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଫୋଗତ୍ (୫୭ କେଜି), ଯମୁନା ବୋରୋ (୫୪ କେଜି) ମଧ୍ୟ ଟିମରେ ସ୍ଥାନ ହାସଲ କରିଛନ୍ତି।

୬ଥରର ବିଶ୍ୱ ଚାମ୍ପିୟନ୍ ଏମସି ମ୍ୟାରୀ କମ୍ (୫୧ କେଜି) ଭାରତୀୟ ଟିମର ନେତୃତ୍ୱ ନେବେ। ମ୍ୟାରୀ କମଙ୍କୁ ବିନା ଟ୍ରାୟଲରେ ଚୟନ କରାଯାଇଛି। ମଞ୍ଜୁ ରାନୀ (୪୮ କେଜି), ଯମୁନା, ନୀରଜ, ମଞ୍ଜୁ ବୋମ୍ବାରିୟା (୬୪ କେଜି) ଓ ନନ୍ଦିନୀ (୮୧ କେଜି) ପ୍ରଥମଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ।

ନିଖତ ଜରିନ୍ ବୁଧବାର ମ୍ୟାରୀ କମଙ୍କୁ ବିନା ଟ୍ରାୟଲରେ ଚୟନ କରାଯିବା ନେଇ ସମାଲୋଚନା କରିଥିଲେ। ସେ ଅଭିଯୋଗ ଆଣିଥିଲେ ଯେ, ତାଙ୍କୁ ମଙ୍ଗଳବାର ଟ୍ରାୟଲ ମୁକାବିଲା ଲଢ଼ିବାକୁ ରୋକା ଯାଇଥିଲା। ବିଶ୍ୱ ଚାମ୍ପିୟନଶିପ୍ ବ୍ରୋଞ୍ଜ ପଦକ ବିଜେତା ଲୋଭଲିନା ବୋର୍ଗୋହେନ୍ (୬୯ କେଜି)ଙ୍କୁ ମଧ୍ୟ ବିନା ଟ୍ରାୟଲରେ ଚୟନ କରାଯାଇଛି। ୮ଥର ଏସିଆନ୍ ପଦକ ବିଜେତା ସରିତା ଦେବୀ ଗତବର୍ଷ ବିଶ୍ୱ ୱାର୍ଲ୍ଡ ବ୍ରୋଞ୍ଜ ପଦକ ବିଜେତା ସିମରନଜିତ୍ କୌରଙ୍କୁ ହରାଇବା ପରେ ନିଜ ସ୍ଥାନ ପକ୍କା କରିଛନ୍ତି। ସିମରନଜିତ୍ ଗତମାସରେ ଆୟୋଜିତ ପ୍ରେସିଡେଣ୍ଟ କପରେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଭାରତୀୟ ଦଳ: ମଞ୍ଜୁ ରାନୀ (୪୮ କେଜି), ଏମସି ମ୍ୟାରୀ କମ୍ (୫୧ କେଜି), ଯମୁନା ବୋରୋ (୫୪ କେଜି), ନୀରଜ (୫୭ କେଜି), ସରିତା ଦେବୀ (୬୦ କେଜି), ମଞ୍ଜୁ ବୋମ୍ବୋରିୟା (୬୪ କେଜି), ଲୋଭଲିନା ବୋର୍ଗୋହେନ୍ (୬୯ କେଜି), ସ୍ୱିଟୀ ବୁରା (୭୫ କେଜି), ନନ୍ଦିନୀ (୮୧ କେଜି), କବିତା ଚହଲ୍ (+୮୧ କେଜି)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos