ବାସନ୍ଦ ବିସିସିଆଇ ଲଗାଇଛି ଆଇସିସି ନୁହେଁ, ଅନ୍ୟ ଦେଶ ପାଇଁ ଖେଳିପାରିବି କ୍ରିକେଟ୍‌: ଶ୍ରୀସନ୍ତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳ ହାଇକୋର୍ଟ ଶ୍ରୀସନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବାସନ୍ଦକୁ କାଏମ ରଖିବା ପରେ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ବିସିସିଆଇ ଅଧିନରେ ସେ ଭାରତରେ ମ୍ୟାଚ୍‌ ଖେଳିପାରିବେନି ସତ କିନ୍ତୁ ଭାରତ ବାହାରେ ତ ଖେଳିପାରିବେ। ବାସନ୍ଦ ଆଦେଶ ଆଇସିସି ନୁହେଁ ବିସିସିଆ ଦେଇଛି। ତେଣୁ ସେ ଭାରତ ବାହାରେ କ୍ରିକେଟ୍‌ ଖେଳିପାରିବେ। ସେ କହିଛନ୍ତି ତାଙ୍କୁ ଏବେ ୩୪ ବର୍ଷ ଏବଂ ସେ ଆହୁରି ୬ ବର୍ଷ ପର୍ଯ୍ୟନ୍ତ ମ୍ୟାଚ୍‌ […]

Rakesh Mallick
  • Published: Friday, 20 October 2017
  • , Updated: 20 October 2017, 09:51 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେରଳ ହାଇକୋର୍ଟ ଶ୍ରୀସନ୍ତଙ୍କ ଉପରେ ଲଗାଇଥିବା ଆଜୀବନ ବାସନ୍ଦକୁ କାଏମ ରଖିବା ପରେ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ବିସିସିଆଇ ଅଧିନରେ ସେ ଭାରତରେ ମ୍ୟାଚ୍‌ ଖେଳିପାରିବେନି ସତ କିନ୍ତୁ ଭାରତ ବାହାରେ ତ ଖେଳିପାରିବେ। ବାସନ୍ଦ ଆଦେଶ ଆଇସିସି ନୁହେଁ ବିସିସିଆ ଦେଇଛି। ତେଣୁ ସେ ଭାରତ ବାହାରେ କ୍ରିକେଟ୍‌ ଖେଳିପାରିବେ। ସେ କହିଛନ୍ତି ତାଙ୍କୁ ଏବେ ୩୪ ବର୍ଷ ଏବଂ ସେ ଆହୁରି ୬ ବର୍ଷ ପର୍ଯ୍ୟନ୍ତ ମ୍ୟାଚ୍‌ ଖେଳିପାରିବେ। ସେ ଏମିତି ଏକ ଦେଶ ପାଇଁ କ୍ରିକେଟ୍‌ ଖେଳିବାକୁ ଚାହଁନ୍ତି ଯେଉଁ ଦେଶ କ୍ରିକେଟ୍‌କୁ ବହୁତ ଭଲ ପାଉଥିବ। ୨୦୧୩ ଆଇପିଏଲ୍‌ ମ୍ୟାଚ୍‌ରେ ସ୍ପଟ୍ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଶ୍ରୀଶାନ୍ତଙ୍କୁ ଆଜୀବନ ବାସନ୍ଦ କରାଯାଇଥିଲା।

Related story